ETV Bharat / health

ଅଧିକ ସମୟ ଭୋକିଲା ରହୁଥିଲେ ସାବଧାନ, ହୋଇପାରେ ମୃତ୍ୟୁ ! - Cardiovascular Death - CARDIOVASCULAR DEATH

Cardiovascular Death: 8ଘଣ୍ଟାରୁ ଅଧିକ ସମୟ ଧରି ଭୋକିଲା ରହୁଥିଲେ ସାବଧାନ ! ହୋଇପାରେ ଏହି ସମସ୍ୟା

Cardiovascular Death
Cardiovascular Death
author img

By ETV Bharat Odisha Team

Published : Mar 21, 2024, 4:28 PM IST

ହାଇଦ୍ରାବାଦ: ଆଜିକା ସମୟରେ ସମସ୍ତେ ଫିଟ୍ ରହିବା ପାଇଁ ଚାହିଁଥାଆନ୍ତି । କିନ୍ତୁ ପତଳା ହେବା ପାଇଁ ଖାଇବା ପାଇଁ ପଛଘୁଞ୍ଚା ଦେଇଥାଆନ୍ତି ଯୁବପିଢି । ଓଜନ ସ୍ଥିର ରଖିବାକୁ କିଏ ଜିମ ଯାଉଛନ୍ତି ତ ଆଉ କିଏ ଡାଏଟକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ତେବେ ଆପଣଙ୍କର ମଧ୍ୟ ଏଭଳି ଅଭ୍ୟାସ ରହିଛି କି ? ତାହେଲେ ହୋଇଯାଆନ୍ତୁ ସାବଧାନ ! କାରଣ ଅଧିକ ସମୟ ଭୋକିଲା ରହିବା ଦ୍ବାରା କାର୍ଡିଓ ଭାସକୁଲାର ହାର୍ଟ ଡିଜିଜ୍ ଏବଂ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଥାଏ ବୋଲି ଏକ ରିପୋର୍ଟରେ ଖୁଲାସା କରାଯାଇଛି । ଆମେରିକାନ ହାର୍ଟ ଆସୋସିଏସନର ଏପିଡେମୋଲୋଜିରେ ଏହା ପ୍ରକାଶିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Cardiovascular Disease: ସପ୍ତାହରେ ଖାଆନ୍ତୁ 5ଟି ଅଣ୍ଡା, ଦୂର ହେବ ହୃଦରୋଗ ସମସ୍ୟା

ତେବେ ଚିକାଗୋରେ ହୋଇଥିବା ପ୍ରିଭେନସନ୍ ଲାଇଫ୍ ଷ୍ଟାଇଲ୍ ଏବଂ କାର୍ଡିଓମେଟାବୋଲିକ୍ ସାଇଣ୍ଟିଫିକ୍ ଅଧିବେଶନ 2024ରେ ଦର୍ଶାଯାଇଛି ଯେ, ଲୋକମାନେ ଓଜନ ହ୍ରାସ କରିବାରେ, କୋଲେଷ୍ଟ୍ରଲର ଉନ୍ନତି ଏବଂ ମେଟାବୋଲିଜିମରେ ଉନ୍ନତି ଆଣିବା ପାଇଁ ବ୍ୟବହାର କରୁଥିବା ଧାରା ହୃଦ୍‌ରୋଗକୁ ମୃତ୍ୟୁର କାରଣ ହୋଇପାରେ । ତେବେ ଏହି ଅଧ୍ୟୟନରେ 20 ହଜାର ବୟସ୍କଙ୍କୁ ନେଇ କରାଯାଇଥିଲା । ତେବେ ଯେଉଁମାନେ 8 ଘଣ୍ଟାରୁ ଅଧିକ ସମୟ ଧରି ଉପବାସରେ ରହୁଥିଲେ ସେମାନଙ୍କ ଠାରେ ହୃଦରୋଗ ହେବାର ସମ୍ଭାବନା ଅଧିକ ରହିଥିଲା । ଅଧିକ ସମୟ ଉପବାସ ରହିଲେ ହୃଦରୋଗର ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ଅଧ୍ୟୟନ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଅନୁସନ୍ଧାନକାରୀମାନେ କହିଛନ୍ତି, " ଅନେକ ଲୋକ ଓଜନ ସ୍ଥିର ରଖିବା ପାଇଁ ଉପବାସ ପନ୍ଥା ବାଛି ଥାଆନ୍ତି । ଆଜିକା ସମୟରେ ଯୁବପିଢି 16:8 ରେସିଓ ପାଳନ କରିଥାଆନ୍ତି । ଏହାର ଅର୍ଥ 24 ଘଣ୍ଟାରୁ 8 ଘଣ୍ଟା ମଧ୍ୟରେ ଖାଦ୍ୟ ଖାଇଥାଆନ୍ତି ଏବଂ 16 ଘଣ୍ଟା ଉପବାସରେ ରହିଥାଆନ୍ତି । "

ଏହା ମଧ୍ୟ ପଢନ୍ତୁ: Diet Tips: ଓଜନ ହ୍ରାସ ପାଇଁ ଉପବାସ ଅପେକ୍ଷା କ୍ୟାଲୋରୀ ହ୍ରାସ ଗୁରୁତ୍ବପୂର୍ଣ୍ଣ

*ଯେଉଁମାନେ 8 ଘଣ୍ଟାରୁ ଅଧିକ ସମୟ ଧରି ଭୋକିଲା ରହିଥାଆନ୍ତି ସେମାନଙ୍କ ଠାରେ ହୃଦଘାତର ଆଶଙ୍କା 91 ପ୍ରତିଶତ ରହିଥାଏ । କାର୍ଡିଓ ଭାସକୁଲାର ହେବା ଦ୍ବାରା ହୃଦଘାତର ଆଶଙ୍କା ଅଧିକ ରହିଥାଏ । ଆଜିକା ସମୟରେ ହୃଦଘାତ ଏବଂ କ୍ୟାନ୍ସରରେ ମୃତ୍ୟୁ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି ।

*ତେବେ ଯେଉଁମାନଙ୍କର ଖାଦ୍ୟ ଅବଧି 8 ଘଣ୍ଟାରୁ କମ୍ ରହିଥାଏ କିନ୍ତୁ କେତେକାଂଶରେ 10 ଘଣ୍ଟା ଭୋକିଲା ରହିବା ଦ୍ବାରା ହୃଦଘାତରେ ମୃତ୍ୟ ହେବାର ଆଶଙ୍କା 66 ପ୍ରତିଶତ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.