ETV Bharat / health

ସୂର୍ଯ୍ୟାସ୍ତ ପରେ ଏସବୁ କାମ କରୁଛନ୍ତି କି ? ରୁହନ୍ତୁ ସାବଧାନ; ନଚେତ ହୋଇଯିବେ କାଙ୍ଗାଳ ! - Vastu Shastra For Prosperity - VASTU SHASTRA FOR PROSPERITY

Vastu Shastra For Prosperity: ସନ୍ଧ୍ୟା ସମୟରେ କେଉଁ କାମ କରିବେ ନାହିଁ ? ଏସବୁ କାର୍ଯ୍ୟ କରୁଥିଲେ ରୁହନ୍ତୁ ସାବଧାନ । ନଚେତ ହୋଇଯିବେ କାଙ୍ଗାଳ । ଅଧିକ ପଢ଼ନ୍ତୁ

Vastu Shastra For Prosperity
Vastu Shastra For Prosperity (ETV Bharat Odisha)
author img

By ETV Bharat Odisha Team

Published : Aug 17, 2024, 6:04 PM IST

ହାଇଦ୍ରାବାଦ: ପ୍ରତ୍ୟେକ ବ୍ୟକ୍ତି ହସ ଖୁସି ସହ ସୁଖ ସମୃଦ୍ଧି ଚାହିଁଥାନ୍ତି । ଯାହାଦ୍ବାରା ନିଜ ସହ ନିଜ ପରିବାର ଶାନ୍ତିରେ ଜୀବନଯାପନ କରିପାରିବେ । ଏଥିପାଇଁ ବ୍ୟକ୍ତି କଠିନ ପରିଶ୍ରମ କରନ୍ତି । ଏହାସହ ଧନର ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ଓସା ବ୍ରତ ବି କରନ୍ତି । କିନ୍ତୁ ବେଳେ ବଳେ ସବୁ ପ୍ରୟାସ ବିଫଳ ହୁଏ । ଅନେକ ପୂଜାପାଠ କଲା ପରେ ମଧ୍ୟ ଘରେ ଧନର ଅଭାବ ଦେଖାଦେଇଥାଏ । ଜୀବନରେ ନକରାତ୍ମକ ପ୍ରଭାବ ବୃଦ୍ଧି ପାଇଥାଏ । ଜୀବନର ଆଗ୍ରଗତିରେ ବାଧା ଉତ୍ପନ୍ନ ହୋଇଥାଏ । ବେଳେ ବେଳେ ଆମ ମନକୁ ପ୍ରଶ୍ନ ଆସ ଯେ, ଏଭଳି ଆମ ସହ କାହିଁକି ହେଉଛି । ହେଲେ ଏହା ପଛର କାରଣ ହେଉଛି ଆମ ଜାଣତ କିମ୍ବା ଅଜାଣତରେ କରୁଥିବା କାର୍ଯ୍ୟ । ଯାହାଦ୍ବାରା ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି । ଶାସ୍ତ୍ରରେ ଏଭଳି କିଛି କାମ ବିଷୟରେ କୁହାଯାଇଛି, ଯାହା ସୂର୍ଯ୍ୟସ୍ତ ଅର୍ଥାତ ସନ୍ଧ୍ୟା ସମୟରେ କରିବା ଉଚିତ ନୁହେଁ । ଯଦି ସୂର୍ଯ୍ୟାସ୍ତ ପରେ ଆପଣ ଏହି କାମ କରୁଛନ୍ତି ତେବେ ଏଥି ପ୍ରତି ସଚେତନ ରୁହନ୍ତୁ...

ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏସବୁ କାମ:

ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଏଭଳି କିଛି କାମ ଅଛି ଯାହାକୁ କରିବା ଉଚିତ ନୁହେଁ । ସୂର୍ଯ୍ୟାସ୍ତ ପରେ କିଛି କାମ କରିବା ଦ୍ବାରା ସମସ୍ୟା, ଦାରିଦ୍ର ଓ ଦୁଖଃକଷ୍ଟ ଘରେ ଲାଗି ରହିଥାଏ । ଏହି ସହୁ କାମ କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି । ଫଳରେ ଘରେ ଆର୍ଥିକ ସଙ୍କଟ ଏବଂ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।

Vastu Shastra For Prosperity
Vastu Shastra For Prosperity (Getty)
ସୂର୍ଯ୍ୟାସ୍ତ ସମୟରେ ଶୋଇବା:

ଭୁଲରେ ବି ଘରେ ସୂର୍ଯ୍ୟାସ୍ତ ସମୟରେ ଶୁଅନ୍ତୁ ନାହିଁ । କାରଣ ଏହି ସମୟ ହେଉଛି ଦେବାଦେବୀଙ୍କୁ ପ୍ରାର୍ଥନା କରିବାର ସମୟ । ଏହି ସମୟରେ ଶୋଇଲେ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି । ଫଳରେ ଘରେ ଦାରିଦ୍ର୍ୟ ଦେଖାଦିଏ ।

ସୂର୍ଯ୍ୟାସ୍ତ ସମୟରେ କପଡ଼ା ଧୋଇବା :

ସୂର୍ଯ୍ୟାସ୍ତ ସମୟରେ ପୋଷାକ ଧୋଇବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ପୋଷାକ ଧୋଇବା କାର୍ଯ୍ୟ ସନ୍ଧ୍ୟା ହେବାର କିଛି ଘଣ୍ଟା ପୂର୍ବରୁ କରିବା ଉଚିତ । ସନ୍ଧ୍ୟାରେ କିମ୍ବା ରାତିରେ ପୋଷାକ ଧୋଇବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।

Vastu Shastra For Prosperity
Vastu Shastra For Prosperity (Getty)
ଘର ଝାଡୁ ବା ପୋଛା ମାରିବା:

ସନ୍ଧ୍ୟାରେ ମାତା ଲକ୍ଷ୍ମୀ ଭ୍ରମଣରେ ବାହାରକୁ ଯାଆନ୍ତି । ଯେଉଁଠାରେ ସ୍ବଚ୍ଛତା ଥାଏ ସେଠାକୁ ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ତେଣୁ ଘର ଝାଡ଼ୁ କିମ୍ବା ପୋଛା ମାରିବା କାମକୁ ଦିନ ସମୟରେ କରିବା ଉଚିତ । ସନ୍ଧ୍ୟା ସମୟରେ ଘର ସଫା କରିବା ଦ୍ବାରା ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି । ଫଳରେ ଘରେ ଆର୍ଥିକ ସମସ୍ୟା ଦେଖାଦିଏ । ମାନସମ୍ମାନ ହାନୀ ହେବାସହ ଘରେ ସର୍ବଦା କଳି ଝଗଡ଼ା ଲାଗି ରହେ ।

Vastu Shastra For Prosperity
Vastu Shastra For Prosperity (Getty)
ଶାରୀରିକ ସମ୍ପର୍କ ରଖିବା:

ପୁରୁଷ କିମ୍ବା ମହିଳା ସନ୍ଧ୍ୟାରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ଦେବାଦେବୀ ଅସନ୍ତୁଷ୍ଟ ହୁଅନ୍ତି । ସନ୍ଧ୍ୟା ସୟରେ ଗର୍ଭଧାରଣ କରିବା ପରେ ଜନ୍ମ ହୋଇଥିବା ସନ୍ତାନର ଜୀବନ ମଧ୍ୟ ଯନ୍ତ୍ରଣାଦାୟକ ହୋଇଥାଏ ।

ଏହା ମଧ୍ଯ ପଢ଼ନ୍ତୁ...ଭୁଲ ତରିକାରେ ଦସ୍ତଖତ କରୁନାହାନ୍ତି ତ ? Signature କଲାବେଳେ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ.. - Right Signature Pattern

ସନ୍ଧ୍ୟାରେ ଟଙ୍କା କାରବାର:

Vastu Shastra For Prosperity
Vastu Shastra For Prosperity (Getty)

ସନ୍ଧ୍ୟାରେ ଭୁଲରେ ବି ଟଙ୍କା କାରବାର କରନ୍ତୁ ନାହିଁ । ଅର୍ଥାତ କାହାଠାରୁ ଟଙ୍କା ଧାର ଆଣିବା କିମ୍ବା କାହାକୁ ଟଙ୍କା ଧାର ଦେବା ଭଳି କାର୍ଯ୍ୟ କରନ୍ତୁ ନାହିଁ । ଏହାଦ୍ବାରା ଧନର ଦେବୀ ଲକ୍ଷ୍ମୀ ମାତା କ୍ରୋଧିତ ହୋଇଥାନ୍ତି ।

ଏହି ୱେବସାଇଟରେ ଦିଆଯାଇଥିବା ସମସ୍ତ ତଥ୍ୟ କେବଳ ଆପଣଙ୍କ ସୂଚନା ପାଇଁ । ଏହା ‘ଇଟିଭି ଭାରତ’ର ନିଜସ୍ବ ମତାମତ ନୁହେଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.