ETV Bharat / entertainment

ଜାକିର ହ୍ୟୁସେନଙ୍କ ଦେହାନ୍ତ; ଶୋକରେ ବୁଡିଲା ଇଣ୍ଡଷ୍ଟ୍ରି, ଅପୂରଣୀୟ କ୍ଷତି କହିଲେ କଳାକାର - ZAKIR HUSSAIN PASSES AWAY

ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତରେ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା । ତାଙ୍କ ଜାଗା ଆଉ କେହି ପୂରଣ କରିପାରିବେ ନାହିଁ କହିଲେ କଳାକାର ।

Reactions of Celebrities on Zakir Hussain's Death
Reactions of Celebrities on Zakir Hussain's Death (Photo: ANI)
author img

By ETV Bharat Entertainment Team

Published : Dec 16, 2024, 10:31 AM IST

Updated : Dec 16, 2024, 3:37 PM IST

ହାଇଦ୍ରାବାଦ: ପରଲୋକରେ ବିଶିଷ୍ଟ ତାବଲା ବାଦକ ଜାକିର ହୁସେନ । ତବଲା ବାଦକ ଜାକିର ହୁସେନଙ୍କ ସାନ ଫ୍ରାନ୍ସିସ୍କୋ ଡାକ୍ତରଖାନାରେ ମୃତ୍ୟୁ ଘଟିଛି ବୋଲି ସୋମବାର ତାଙ୍କ ପରିବାର ନିଶ୍ଚିତ କରିଛନ୍ତି। ପରିବାରଙ୍କ ସୂଚନା ଅନୁଯାୟୀ, 73 ବର୍ଷୀୟ କିମ୍ବଦନ୍ତୀ ତବଲା ବାଦକ ଇଡିଓପାଥିକ ଫୁସଫୁସ ଫାଇବ୍ରୋସିସ୍ ରୋଗରେ ପୀଡିତ ଥିବା ବେଳେ ଜଟିଳତା କାରଣରୁ ତାଙ୍କର ଦେହାନ୍ତ ହୋଇଛି । କୁହାଯାଉଛି ଯେ ତାଙ୍କୁ ଗତ ଦୁଇ ସପ୍ତାହ ଧରି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ଉସ୍ତାଦଙ୍କ ଦେହାନ୍ତରେ ମ୍ୟୁଜିକ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଶୋକରେ ବୁଡିଲା ଇଣ୍ଡଷ୍ଟ୍ରି

ସୋନୁ ନିଗମ ଠାରୁ ଅନୁପ ଜଲୋଟା, ଅମିତାଭ ବଚ୍ଚନଙ୍କ ଠାରୁ ରିତେଶ ଦେଶମୁଖଙ୍କ ସମେତ ତମାମ କଳାକରା ତଥା ସେଲିବ୍ରିଟି ଭେଟେରାନଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଉସ୍ତାଦଙ୍କ ଦେହାନ୍ତ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବରିଷ୍ଠ କଳାକାରମାନେ ମତପୋଷଣ କରିଛନ୍ତି । ତାଙ୍କ ଉପସ୍ଥିତି ଏକ ଉପହାର ଥିଲା ବୋଲି କହିଛନ୍ତି ସେଲିବ୍ରିଟି । ଅନେକ ତାଙ୍କ ଦେହାନ୍ତଙ୍କୁ ବିଶ୍ୱାସ କରିପାରୁନଥିବା ବେଳେ ତାଙ୍କୁ ମନେ ପକାଇ ଝୁରୁଛନ୍ତି କଳାକାର ।

ସେଲିବ୍ରିଟିଙ୍କ ଶୋକ

ଜାକିର ହୁସେନଙ୍କ ଦେହାନ୍ତରେ ଗାୟକ ଅନୁପ ଜଲୋଟା ଦୁଃଖପ୍ରକାଶ କରିଛନ୍ତି । ସେ ଏହାକୁ 'ଚକିତକର ଖବର' ବୋଲି କହିବା ସହ ଏକ୍ସରେ ସେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, "ଏହାକୁ ମୁଁ ବିଶ୍ୱାସ କରିପାରୁନି । ମୁଁ ଯନ୍ତ୍ରଣା ଅନୁଭବ କରୁଛି । ଏହି କଷ୍ଟ ସମୟରେ ତାଙ୍କ ଫ୍ୟାନ୍ସଙ୍କୁ ଭଲପାଇବା ଏବଂ ଶକ୍ତି ଦିଅନ୍ତୁ । ତାଙ୍କ ଉତ୍ତରାଧିକାରୀ ଏବଂ ତାଙ୍କ ଦ୍ୱାରା ଆମ ଜୀବନରେ ଆସିଥିବା ଖୁସି ସାନ୍ତ୍ୱନା ପାଇପାରିବା ।" ସେହିପରି ଗାୟକ ସୋନୁ ନିଗମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଏ କ'ଣ ଘଟିଲା ବୋଲି ଲେକିବା ସହ ଉସ୍ତାଦଙ୍କୁ ଆତ୍ମାକୁ ଶାନ୍ତି ମିଳୁ ବୋଲି କହିଛନ୍ତି ।

ଅପୂରଣୀୟ କ୍ଷତି କହିଲେ କଳାକାର

ସେହିପରି ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ଏହା ବହୁତ ଦୁଃଖଦାୟକ । କରୀନା କପୁର ଜାକିରଙ୍କ ସହ ଏକ ପୁରୁଣା ଫଟୋ ଇନଷ୍ଟାଷ୍ଟୋରୀରେ ସେୟାର କରିଛନ୍ତି ଯେଉଁଥିରେ ସେ ଜାକିର ଏବଂ ପିତା ତଥା ଅଭିନେତା ରନ୍ଧୀର କପୁରଙ୍କ ସହ ନଜର ଆସିଛନ୍ତି । ଏହି ଫଟୋର କ୍ୟାପସନରେ ଲେଖାଥିଲା, 'ମେଷ୍ଟ୍ରୋ ଚିରକାଳ (ଲାଲ ହାର୍ଟ ଇମୋଜି)।' ରଣଭୀର ସିଂ ଜାକିରଙ୍କ ଏକ ପୁରୁଣା ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଆତ୍ମାକୁ ଶାନ୍ତି ମିଳୁ ବୋଲି ଲେଖିଛନ୍ତି ।

ରିତେଶ ଦେଶମୁଖ ଏବଂ ଭୂମି ପେଡନେକର ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି

ରିତେଶ ଦେଶମୁଖ ତାଙ୍କ ଏକ୍ସରେ ଜାକିରଙ୍କ ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, 'ଜାକିର ହୁସେନ୍ ସାହାବଙ୍କ ଦେହାନ୍ତ ଭାରତ ତଥା ବିଶ୍ୱବ୍ୟାପୀ ସଙ୍ଗୀତ ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି । ସାର୍, ତୁମର ସଂଗୀତ ଏକ ଉପହାର ଥିଲା, ଏକ ଭଣ୍ଡାର ଯାହା ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ । ତୁମର ଉତ୍ତରାଧିକାରୀ ସର୍ବଦା ଅମର ରହିବ । ତୁମ ଆତ୍ମାକୁ ଶାନ୍ତି ମିଳୁ ଏବଂ ପରିବାର ଏବଂ ପ୍ରିୟଜନଙ୍କୁ ସମବେଦନା ।'

ଏହା ମଧ୍ୟ ପଢନ୍ତୁ: ଆଉ ନାହାନ୍ତି ଉସ୍ତାଦ, ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 16, 2024, 3:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.