ETV Bharat / entertainment

'ୟୁଧ୍ରା' ସହ ପରଦାକୁ ଫେରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦୀ, ନୂଆ ପୋଷ୍ଟର ସହ ସାମ୍ନାକୁ ଆସିଲା ରିଲିଜ ଡେଟ୍ - Yudhra Release Date

author img

By ETV Bharat Odisha Team

Published : Aug 26, 2024, 1:35 PM IST

Yudhra Release Date: ପରଦାକୁ ଫେରିବାକୁ ପ୍ରସ୍ତୁତ ସିଦ୍ଧାନ୍ତ ଚତୁର୍ବେଦୀ । 'ୟୁଧ୍ରା' ସହ ସେ କମବ୍ୟାକ କରିବାକୁ ଥିବା ବେଳେ ଆଜି ଫିଲ୍ମର ନୂଆ ପୋଷ୍ଟର ସହ ରିଲିଜ ଡେଟ୍ ଘୋଷଣା କରିଛନ୍ତି ନିର୍ମାତା । ତେବେ ଫିଲ୍ମ କେବେ ରିଲିଜ ହେବ ? ଜାଣନ୍ତୁ,

'ୟୁଧ୍ରା' ସହ ପରଦାକୁ ଫେରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦୀ, ନୂଆ ପୋଷ୍ଟର ସହ ସାମ୍ନାକୁ ଆସିଲା ରିଲିଜ ଡେଟ୍
'ୟୁଧ୍ରା' ସହ ପରଦାକୁ ଫେରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦୀ, ନୂଆ ପୋଷ୍ଟର ସହ ସାମ୍ନାକୁ ଆସିଲା ରିଲିଜ ଡେଟ୍ (Film Poster)

ହାଇଦ୍ରବାଦ: 'ଗଲି ବଏ ଏବଂ ଗେହେରାଇଆଁ' ଭଳି ଚଳଚ୍ଚିତ୍ରରେ ନିଜର ଅଭିନୟ କରିଥିବା ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଖୁବଶୀଘ୍ର ବଡ ପରଦାରେ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ। ବାସ୍ତବରେ ତାଙ୍କ ଚଳଚ୍ଚିତ୍ର 'ୟୁଧ୍ରା' 2021 ରେ ଘୋଷଣା କରାଯାଇଥିଲା । ଯାହା ପରେ କୋଭିଡ କାରଣରୁ ତାଙ୍କ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଥିଲା । ହେଲେ ବର୍ତ୍ତମାନ ଅପେକ୍ଷା ଅନ୍ତ ହୋଇଛି । ନିର୍ମାତାମାନେ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର 'ୟୁଧ୍ରା' ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ । ଫିଲ୍ମ କେବେ ରିଲିଜ ହେବ, ଜାଣନ୍ତୁ...

ନୂଆ ପୋଷ୍ଟର ଆଉଟ୍

ଫରହାନ ଅଖତର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସିଦ୍ଧାନ୍ତଙ୍କୁ ଆକ୍ସନ୍ ଅବତାର ଦେଖିବାକୁ ମିଳିଛି । ଏକ ପୋଷ୍ଟରରେ ସେ ହାତରେ ବନ୍ଧୁକ ଧରି ରକ୍ତରେ ଭିଜିଥିବାର ନଜର ଆସିଛନ୍ତି। ଦ୍ୱିତୀୟ ପୋଷ୍ଟରରେ ମାଲାଭିକା ମୋହନାନ ତାଙ୍କ ସହ ରକ୍ତରେ ଭିଜିଥିବାର ଦେଖିବାକୁ ମିଳିଛି । ପୋଷ୍ଟରକୁ ଦେଖିଲେ ଅନୁମାନ କରାଯାଇପାରେ ଯେ ଫିଲ୍ମରେ ଦମଦାର ଆକ୍ସନ ଦେଖିବାକୁ ମିଳିବ।

ଏହି ଦିନ ଫିଲ୍ମ ରିଲିଜ ହେବ

ନୂଆ ପୋଷ୍ଟର ରିଲିଜ କରି ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମ 20 ସେପ୍ଟେମ୍ବର 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ରବି ଉଦୟୱାର, ଏହାର କାହାଣୀ ଶ୍ରୀଧର ରାଘବନ ଲେଖିଥିବା ବେଳେ ଏହାର ଗୀତ ଜାଭେଦ ଅଖତର ଲେଖିଛନ୍ତି। ସିଦ୍ଧାର୍ଥ ଚତୁର୍ବେଦୀ ଏବଂ ସାଉଥ ଅଭିନେତ୍ରୀ ମାଲଭିକା ମୋହନନ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ପ୍ରଥମ ଥର ପାଇଁ ଉଭୟ ଏହି ଫିଲ୍ମରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: କ୍ୟାଟ୍ରିନାଙ୍କ ଉପରେ ଫିଦା ଥିଲେ ସିଦ୍ଧାନ୍ତ ଚତୁର୍ବେଦୀ, ଭିକିଙ୍କ ଯୋଗୁଁ ଫେଲ୍‌ ହେଲା ପ୍ଲାନ

ସିଦ୍ଧାନ୍ତ ଚତୁର୍ବେଦୀ ଓ ମାଲଭିକାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ, ୟୁଧ୍ରା ବ୍ୟତୀତ ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ 'ଧଡକ ୨'ରେ ଦେଖିବାକୁ ମିଳିବ । ଏହା ହେଉଛି 2018 ର 'ଧଡକ'ର ସିକ୍ୱେଲ ଅଟେ । କରଣ ଜୋହରଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରରେ ସିଦ୍ଧାନ୍ତ ତ୍ରିପ୍ତି ଡିମ୍ରିଙ୍କ ସହ ସ୍କ୍ରିନ୍ ସେୟାର କରିବେ । ସାଉଥ ଅଭିନେତ୍ରୀ ମାଲାଭିକାଙ୍କ ବିଷୟରେ କହିବାକୁ ଗଲେ ସେ ପ୍ରଭାସଙ୍କ ଫିଲ୍ମ ‘ରାଜା ସାବ’ରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.