ETV Bharat / entertainment

ସମ୍ପର୍କରେ ଫାଟ, ଅଲଗା ହେଲେ ଏହି ସେଲିବ୍ରିଟି - CELEBRITY DIVORCE IN 2024

2024 ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସେଲିବ୍ରିଟି ରହିଛନ୍ତି । ଯାହାଙ୍କ ଅଲଗା ହେବା ଖବର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । କିଏ ସେମାନେ ? ପକାନ୍ତୁ ନଜର,

CELEBRITY DIVORCE IN 2024
CELEBRITY DIVORCE IN 2024 (ANI/ETV Bharat Odisha)
author img

By ETV Bharat Entertainment Team

Published : 3 hours ago

ହାଇଦ୍ରାବାଦ: ସରୁଛି 2024 । ଆସୁଛି ନବବର୍ଷ 2025 । ଯାହାକୁ ସମସ୍ତେ ଅନେକ ଆଶା ଏବଂ ଉତ୍ସାହର ସହ ଅପେକ୍ଷା କରରହିଛନ୍ତି । ଏପରି ସମୟରେ 2024 ବର୍ଷ ଅନେକଙ୍କ ଜୀବନରେ ଭଲ ଅନୁଭୂତି ଆଣିଦେଇଥିବା ବେଳେ ଅନେକଙ୍କ ପାଇଁ ଖରାପ ରହିଛି । ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟିଙ୍କ ଜୀବନରେ ଏହା ଘଟିଛି । ଏହି କ୍ରମରେ ଭାରତୀୟ ମନୋରଞ୍ଜନ ଶିଳ୍ପରେ ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ଚଳିତ ବର୍ଷ ନିଜ ବୃତ୍ତିଗତ ନୁହେଁ ବ୍ୟକ୍ତିଗତ ଜୀବନୀକୁ ନେଇ ଶିରୋନାମାରେ ରହିଛନ୍ତି । ଏହି ଦମ୍ପତିମାନେ ସେମାନଙ୍କର ବୈବାହିକ ସମ୍ପର୍କକୁ ଶେଷ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ତେବେ ଆସନ୍ତୁ ଜାଣିବା ସେହି ସେଲିବ୍ରିଟି ଦମ୍ପତିମାନଙ୍କ ବିଷୟରେ, ଯେଉଁମାନେ ଚଳିତ ବର୍ଷ ନିଜ ସାଥୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ...

  • ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ

ଚଳିତ ବର୍ଷ ଆରମ୍ଭରେ ଓଲିଉଡ଼ ସେଲିବ୍ରିଟି ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଅଲଗା ହେବା ଖବର ଦେଇ ଓଡ଼ିଆ ଫ୍ୟାନ୍ସଙ୍କୁ ଚକିତ କରିଥିଲେ । ଦୀର୍ଘ ବର୍ଷ ଧରି ଚାଲିଥିବା ଆଇନଗତ ଲଢେଇ ପରେ ଶେଷରେ ବର୍ଷା ଓ ଅନୁଭବଙ୍କ ଛାଡପତ୍ର ହୋଇଥିଲା । ଏନେଇ ସୂଚନା ଦେଇଛନ୍ତି ଖୋଦ୍ ଅନୁଭବ ମହାନ୍ତି । ଫେବୃଆରୀ 8ରେ ଅଭିନେତା ପୋଷ୍ଟ କରି ହାଇକୋର୍ଟ ଉଭୟଙ୍କ ଛାଡ଼ପତ୍ରକୁ ଅନୁମତି ଦେଇଥିବା ସୂଚନା ଦେଇଥିଲେ । ତେବେ ଉଭୟ ୧୦ ବର୍ଷ ପରେ ଅଲଗା ହୋଇଥିଲେ । ଫେବୃଆରୀ ୮, ୨୦୧୪ରେ ଅନୁଭବ ଏବଂ ବର୍ଷା ବିବାହ କରିଥିଲେ । ୨୦୨୦ମସିହାରୁ ପାରିବାରିକ ମାମଲା ନେଇ ଉଭୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ 2024ରେ ଅନୁଭବ ଉଭୟଙ୍କ ଛାଡ଼ପତ୍ର ଘୋଷଣା କରି ଲେଖିଥିଲେ, ''ଆଜି ମୋର ଛାଡପତ୍ରର ଆଦେଶ ପାଇଛି । ମୂଲ୍ୟହୀନ, ଅର୍ଥହୀନ, ହୃଦୟହୀନ ତଥା ଯନ୍ତ୍ରଣାଦାୟକ ଏବଂ ସର୍ବୋପରି ମୋର ମିଥ୍ୟା ବିବାହ ଶେଷ ହୋଇଛି ।''

  • ଏ ଆର ରେହମାନ-ସାଇରା ବାନୋ

ଚଳିତ ବର୍ଷ ଦେଶର ପ୍ରସିଦ୍ଧ ଗାୟକ ତଥା ସଂଗୀତକାର ଆର ରେହମାନ ତାଙ୍କ ପତ୍ନୀ ସାଇରା ବାନୋ ଅଲଗା ହେବାର ଖବର ସହ ଶିରୋନାମାରେ ରହିଥିଲେ । ଏ ଆର ରେହମାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ସାଇରା ବାନୋ ନଭେମ୍ବର 19, 2024ରେ ସେମାନଙ୍କର ପ୍ରାୟ ତିନି ଦଶନ୍ଧି ସମ୍ପର୍କରେ ବ୍ରେକ ଲଗାଇଥିଲେ ଅର୍ଥାତ୍ ଏହି ଦମ୍ପତି ପରସ୍ପର ଠାରୁ ଅଲଗା ହେବା ନିଷ୍ପତି ନେଇଥିଲେ । ଏହି ଦମ୍ପତି ସେମାନଙ୍କ ଅଲଗା ହେବାର କାରଣ ଭାବପ୍ରବଣତାକୁ ଦର୍ଶାଇଥିଲେ । ସେମାନଙ୍କର ନିଷ୍ପତ୍ତି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​​କାରଣ ସେମାନେ ଭାରତୀୟ ମନୋରଞ୍ଜନ ଶିଳ୍ପରେ ଜଣେ ସମ୍ମାନିତ ସେଲିବ୍ରିଟି ଦମ୍ପତି ଭାବରେ ପରିଗଣିତ ଥିଲେ । ଯଦିଓ ଦୁହେଁ ଏପର୍ଯ୍ୟନ୍ତ ଛାଡପତ୍ର ନେଇନାହାଁନ୍ତି । ସେ କହିଛନ୍ତି ଯେ ସେ ସର୍ବଦା ଜଣେ ଭଲ ବନ୍ଧୁ ହେବେ । କହିରଖୁଛୁ କି, ଏ ଆର ରେହମାନ ଏବଂ ସାଇରା ବାନୋ 1995 ରେ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇଟି ଝିଅ ଏବଂ ଜଣେ ପୁଅ ଅଛନ୍ତି, ଯାହାଙ୍କ ନାମ ଖତିଜା, ରହିମା ଏବଂ ଆମେନ ରେହମାନ ।

  • ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ଚଳିତ ବର୍ଷ ଜୁଲାଇରେ ଛାଡପତ୍ର ଘୋଷଣା କରିଥିଲେ । ଏହି ଦମ୍ପତିଙ୍କର ଜଣେ ପୁଅ ଅଛନ୍ତି, ଯାହାଙ୍କ ନାମ ଅଗସ୍ତ୍ୟ ପାଣ୍ଡ୍ୟା । ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମେ 31, 2020 ରେ ନତାସା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ଦମ୍ପତିଙ୍କ ସମ୍ପର୍କରେ ଆସିଥିଲା ଫାଟ । ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଜୁଲାଇ 18, 2024 ରେ ହାର୍ଦ୍ଦିକ-ନତାଶା ଇନଷ୍ଟାଗ୍ରାମରେ ଦୁହିଁଙ୍କ ଅଲଗା ହେବା ଖବରକୁ ସର୍ବସାଧାରଣରେ ନିଶ୍ଚିତ କରିଥିଲେ । ଏହି ହାଇ-ପ୍ରୋଫାଇଲ୍ ସେଲିବ୍ରିଟିଙ୍କ ବ୍ରେକଅପ୍ ଖବର ଫ୍ୟାନ୍ସଙ୍କୁ ଚକିତ କରିଥିଲା ।

  • ଇଶା ଦେଓଲ-ଭରତ ତଖତାନି

ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ହେମା ମାଲିନିଙ୍କ ଝିଅ ଇଶା ଦେଓଲ ୧୧ ବର୍ଷ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ଏହି ଖବର ସମସ୍ତଙ୍କୁ ଚକିତ କରିଥିଲା । ଇଶା ଦେଓଲ ଏବଂ ଭରତ ତଖତାନୀ ୨୦୧୨ରେ ବିବାହ କରିଥିବା ବେଳେ ୨୦୧୭ରେ ଉଭୟ ପ୍ରଥମ ଥର ପାଇଁ ପିତାମାତା ହୋଇଥିଲେ । ଇଶା ନିଜ ଝିଅ ରାଧ୍ୟାଙ୍କୁ ଜନ୍ମ ଦେଇଥିଲେ । ପରେ ଏହି ଦମ୍ପତି ୨୦୧୯ରେ ଦ୍ୱିତୀୟ ଥର ପାଇଁ ମୀରାୟାଙ୍କ ପିତାମାତା ହୋଇଥିଲେ । ରାଧ୍ୟାଙ୍କୁ ୬ ବର୍ଷ ହୋଇଥିବା ବେଳେ ମୀରାୟାଙ୍କୁ ୪ ବର୍ଷ ହୋଇଛି । ଏପରି ସ୍ଥିତିରେ ଇଶା ଏବଂ ଭରତ ବର୍ତ୍ତମାନ ବିବାହର ୧୧ ବର୍ଷ ପରେ ପରସ୍ପରଠାରୁ ଅଲଗା ହୋଇଛନ୍ତି ।

  • ଦଲଜିତ କୌର ଏବଂ ନିଖିଲ ପଟେଲ

ଟିଭି ଅଭିନେତ୍ରୀ ଦଲଜିତ କୌର ତାଙ୍କ ବ୍ୟବସାୟୀ ସ୍ୱାମୀ ନିଖିଲ ପଟେଲଙ୍କ ସହ ମେ 2024 ରେ ବୈବାହିକ ଜୀବନ ଶେଷ କରିଥିଲେ । ଉଭୟ ଅଲଗା ହେବାର କାରଣ ପାରସ୍ପରିକ ପାର୍ଥକ୍ୟକୁ ଦର୍ଶାଇଥିଲେ । ଦଲଜିତ କୌର ବିବାହର ମାତ୍ର 10 ମାସ ପରେ ତାଙ୍କ ସ୍ୱାମୀ ନିଖିଲ ପଟେଲଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମାର୍ଚ୍ଚ 10, 2023 ରେ ଏହି ଦମ୍ପତି ବିବାହ କରିଥିଲେ । ଦଲଜିତ ନିଖିଲଙ୍କ ପ୍ରତି ଅସଦାଚରଣ ଏବଂ ବିଶ୍ୱାସଘାତକତା ମାମଲା ଦାୟର କରିଥିଲେ । ଦଲଜିତ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ଅନ୍ୟ ଝିଅ ସହିତ ଦେଖିଛନ୍ତି । ସେ ନିଖିଲଙ୍କ ଅନୈତିକ ବୈବାହିକ ସମ୍ପର୍କ ଥିବା ଅଭିଯୋଗ କରିଥିଲେ ।

  • ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ

ସେହିପରି ସାଉଥର ପାୱରଫୁଲ କପଲ ଧନୁଷ ଏବଂ ଅଭିନେତା ରଜନୀକାନ୍ତଙ୍କ ଝିଅ ତଥା ଚଳଚ୍ଚିତ୍ର ନିର୍ମାତା ଐଶ୍ୱର୍ଯ୍ୟା ରଜନୀକାନ୍ତ 2024 ରେ ଛାଡପତ୍ର ହୋଇଥିଲେ । 2 ବର୍ଷ ଅପେକ୍ଷା ପରେ ଉଭୟଙ୍କ ଛାଡପତ୍ର ନେଇ କୋର୍ଟ ମଞ୍ଜୁର କରିଥିଲେ । ଯାହା ପରେ ସେମାନଙ୍କର 18 ବର୍ଷର ବୈବାହିକ ଜୀବନ ସମାପ୍ତ ହୋଇଥିଲା । ଦୁହେଁ ନଭେମ୍ବର 2022ରେ ଅଲଗା ହେବା ଘୋଷଣା କରିଥିଲେ । ଏହା ପରେ ସେ ପାରିବାରିକ କୋର୍ଟରେ ପହଞ୍ଚି ପାରସ୍ପରିକ ସହମତି ଅନୁଯାୟୀ ଛାଡପତ୍ର ପାଇଁ ଆବେଦନ କରିଥିଲେ । ତେବେ 2 ବର୍ଷ ପରେ କୋର୍ଟ ଉଭୟଙ୍କ ଛାଡପତ୍ର ନେଇ ମଞ୍ଜୁର କରିଛନ୍ତି । ସେମାନଙ୍କ ଅଲଗା ହେବାର ଖବର ସେମାନଙ୍କ ପ୍ରଶଂସକ ଏବଂ ଗଣମାଧ୍ୟମର ବହୁ ଧ୍ୟାନ ଆକର୍ଷଣ କରିଥିଲା । ତାଙ୍କର ଦୁଇଟି ପୁଅ ଅଛନ୍ତି ଯାହାର ନାମ ଯତ୍ର ଏବଂ ଲିଙ୍ଗା । ନିଜ ପିଲାମାନଙ୍କୁ ପ୍ରେମ ଏବଂ ସମ୍ମାନ ସହିତ ବଂଚାଇବାକୁ ନିଷ୍ପତ୍ତି ନେଇଛନ୍ତି ।

  • ଜୟମ ରବି-ଆରତୀ

ସାଉଥର ଅନ୍ୟ ଦମ୍ପତି 'ପୋନିୟନ ସେଲଭନ' ଫେମ ତାମିଲ ଅଭିନେତା ଜୟମ ରବି ତାଙ୍କ ପତ୍ନୀ ଆରତୀ ଆଜି ଛାଡପତ୍ର ଘୋଷଣା କରି ଫ୍ୟାନ୍ସଙ୍କୁ ଚକିତ କରିଥିଲେ । ବିବାହର 15 ବର୍ଷ ପରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତି ନେଇଥିଲେ । ଜୟମ ରବି 2009 ରେ ଟେଲିଭିଜନ ନିର୍ମାତା ସୁଜତା ବିଜୟକୁମାରଙ୍କ ଝିଅ ଆରତୀଙ୍କୁ ବିବାହ କରିଥିଲେ । ଦୁଇ ବର୍ଷ ଡେଟିଂ ପରେ ଉଭୟ ବିବାହ କରିଥିଲେ । ହେଲେ 2024ରେ ଉଭୟ ଅଲଗା ହୋଇଥିଲେ । ଏହି ନିଷ୍ପତ୍ତି ଶୀଘ୍ର ନିଆଯାଇ ନାହିଁ କିନ୍ତୁ କିଛି ବ୍ୟକ୍ତିଗତ କାରଣରୁ ଏହି ନିଷ୍ପତି ନିଆଯାଇଥିବା ଉଭୟ କହିଥିଲେ । ତେବେ ଏହି ଦମ୍ପତିଙ୍କର ଦୁଇ ପୁଅ ଆରବ ଏବଂ ଆୟାନ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: କାହିଁକି ହୁଏ ସେଲିବ୍ରିଟିଙ୍କ ଛାଡ଼ପତ୍ର ?

  • ଜିଭି ପ୍ରକାଶ କୁମାର- ସାନ୍ଧଭି

ସଙ୍ଗୀତକାର ଏ ଆର ରେହମାନଙ୍କ ପୂର୍ବରୁ ତାଙ୍କ ଭଣଜା ତଥା ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ଜି.ଭି ପ୍ରକାଶ କୁମାର ମଧ୍ୟ 2024ରେ ନିଜ ବିବାହ ବିଚ୍ଛେଦ ସୂଚନା ଦେଇଥିଲେ । ମେ 14, 2024ରେ ଜିଭି ପ୍ରକାଶ ତାଙ୍କ ପତ୍ନୀ ତଥା କଣ୍ଠଶିଳ୍ପୀ ସାନ୍ଧଭିଙ୍କ ଠାରୁ ଛାଡ଼ପତ୍ର ଘୋଷଣା କରିଥିଲେ । ଏହି ପୂର୍ବତନ ଦମ୍ପତି ୨୦୧୩ ରେ ବିବାହ କରିଥିଲେ । ବିବାହର ୭ ବର୍ଷ ପରେ ଏହି ଦମ୍ପତି ୨୦୨୦ରେ ଝିଅ ଅନଭିଙ୍କ ପିତାମାତା ହୋଇଥିଲେ । ସାନ୍ଧଭି ଜଣେ କର୍ଣ୍ଣାଟକ ଲୋକପ୍ରିୟ ଗାୟିକା ଏବଂ ସଂଗୀତଜ୍ଞ ହୋଇଥିବାବେଳେ ପ୍ରକାଶ ତାମିଲ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଗାୟକ ଏବଂ ଅଭିନେତା ମଧ୍ୟ । ଏହି ଯୋଡି ଅନେକ ପ୍ରୋଜେକ୍ଟରେ ଏକାଠି କାମ କରି ହିଟ୍ ଗୀତ ଦେଇ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ 11 ବର୍ଷର ବୈବାହିକ ଜୀବନରେ ବ୍ରେକ ଲଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କାହିଁକି ଆସୁଛି ସମ୍ପର୍କରେ ଫାଟ, ଭୁଶୁଡ଼ି ପଡୁଛି ସାତଜନ୍ମର ସମ୍ପର୍କ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.