ETV Bharat / entertainment

ବକ୍ସ ଅଫିସରେ ହେବ ଧମାକା, କିଙ୍ଗ ଖାନଙ୍କ ସହ ଆକ୍ସନ ଫିଲ୍ମ କରିବେ ୟଶ୍

author img

By ETV Bharat Odisha Team

Published : Jan 30, 2024, 11:21 AM IST

SRK and Yash Movie: ଏକାଠି ନଜର ଆସିବେ ବଲିଉଡ କିଙ୍ଗ୍ ଖାନ ଓ କେଜିଏଫ ଷ୍ଟାର ୟଶ୍ । ବକ୍ସ ଅଫିସରେ ଧମାକା କରିବ ଏହି ପ୍ରୋଜେକ୍ଟ । ଅଧିକ ପଢନ୍ତୁ

SRK and Yash Movie
SRK and Yash Movie

ମୁମ୍ବାଇ: କନ୍ନଡ ଅଭିନେତା ଅଭିନେତା ୟଶ୍‌ଙ୍କର ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । କେଜିଏଫ୍‌ ଫିଲ୍ମ ସହିତ ଏକ ନୂତନ ପରିଚୟ ସୃଷ୍ଟି କରିଥିବା ୟଶଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଜବରଦସ୍ତ ରହିଛି । ତାଙ୍କର ଫ୍ୟାନ୍ କେବଳ ସାଉଥରେ ନୁହେଁ ବରଂ ସବୁ ସ୍ଥାନରେ ଅଛନ୍ତି । ୟଶଙ୍କ ଫ୍ୟାନ୍ସମାନେ ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହିଁଥାନ୍ତି । ବର୍ତ୍ତମାନ ୟଶ୍ ବଲିଉଡରେ ମଧ୍ୟ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ସେ ବ୍ଲକବଷ୍ଟର ଫିଲ୍ମ 'ଦଙ୍ଗଲ'ର ନିର୍ଦ୍ଦେଶକ ନୀତିଶ ତିୱାରୀଙ୍କ ଆଗାମୀ ପୁରାଣ ଚଳଚ୍ଚିତ୍ର ରାମାୟଣ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ୟଶ ବିଦ୍ବାନ ତଥା ଦଶାନନ ରାବଣ ଭୂମିକାରେ ଅଭିନୟ କରିବେ । ସେହିପରି ଫିଲ୍ମରେ ରଣବୀର କପୁରଙ୍କୁ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ । ଏହା ସହିତ ୟଶ ତାଙ୍କର ଆଉ ଏକ ବଲିଉଡ ପ୍ରୋଜେକ୍ଟ ବିଷୟରେ ପ୍ରକାଶ କରିଛନ୍ତି । ୟଶଙ୍କ ଦ୍ୱିତୀୟ ବଲିଉଡ ପ୍ରୋଜେକ୍ଟ ଅନ୍ୟ କାହା ସହିତ ନୁହେଁ ବରଂ କିଙ୍ଗ ଖାନ ଶାହାରୁଖଙ୍କ ସହ ଅଛି ।

ମିଡିଆ ରିପୋର୍ଟ ମୁତାବକ, ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ' ପାଇଁ ଚର୍ଚ୍ଚିତ ୟଶ୍ ଏବେ ଶାରୁଖାନଙ୍କ ଫିଲ୍ମ ପ୍ରଡକ୍ସନ ହାଉସ ରେଡ୍ ଚିଲିଜ୍ ସହିତ କାମ କରିବାକୁ ଯାଉଛନ୍ତି । ହେଲେ ବର୍ତ୍ତମାନ ଯାଏଁ ଏହି ପ୍ରୋଜେକ୍ଟ କ'ଣ ଏବଂ ଏହା କେବେ ଆରମ୍ଭ ହେବ କୌଣସି ସୂଚନା ମିଳିନି । ରିପୋର୍ଟକୁ ଦେଖିବାକୁ ଗଲେ ୟଶ୍ କିଙ୍ଗ୍ ଖାନଙ୍କ ସହ ଆକ୍ସନ ଫିଲ୍ମ କରିପାରନ୍ତି । ହେଲେ ଏନେଇ କିଛି ପ୍ରକାଶ ହୋଇନି ।

ଏହା ମଧ୍ୟ ପଢନ୍ତୁ-'ପୁଷ୍ପା ୨' ନେଇ କାଉଣ୍ଟଡାଉନ ଆରମ୍ଭ, ୨୦୦ଦିନ ପରେ ଚାଲିବ ପୁଷ୍ପା ରାଜ

ଏହା ମଧ୍ୟ ପଢନ୍ତୁ - ବକ୍ସ ଅଫିସରେ 'ଫାଇଟର' ଦବଦବା; ୧୦୦ କୋଟି କ୍ଲବରେ ମାରିଲା ଏଣ୍ଟ୍ରି

ପ୍ରକାଶ ଥାଉକି, ୟଶ୍ କେଜିଏଫର ସଫଳତା ପରେ ତାଙ୍କର ଆଗାମୀ ଫିଲ୍ମ 'ଟକ୍ସିକ' ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ଫିଲ୍ମ ରିଲିଜ ଡେଟ୍ ଘୋଷଣା କରାଯାଇଥିଲା । ୨୦୨୫ ମସିହା ଏପ୍ରିଲ ୧୦ ତାରିଖରେ ଫିଲ୍ମଟି ରିଲିଜ ହେବ । କେବିଏନ ପ୍ରଡକ୍ସନ ଓ ଗୀତୁ ମୋହନଦାସ ଏହି ଫିଲ୍ମକୁ ପ୍ରସ୍ତୁତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.