ETV Bharat / entertainment

ଶ୍ରେଷ୍ଠ ଅଭିନେତା ଆୱାର୍ଡ ହାତେଇଲେ କିଲିୟନ ମର୍ଫି, ପ୍ରଶଂସାରେ ପୋତି ପକାଇଲେ ୟାମୀ

author img

By ETV Bharat Odisha Team

Published : Mar 11, 2024, 4:49 PM IST

Yami Gautam Praises Cillian Murphy: ଚଳିତ ବର୍ଷ ଓସ୍କାରରେ ଶ୍ରେଷ୍ଠ ଅଭିନେତା ଆୱାର୍ଡ ଜିତିଛନ୍ତି କିଲିୟନ ମର୍ଫି । ଏନେଇ ବର୍ତ୍ତମାନ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ୟାମୀ ଗୌତମ ବର୍ତ୍ତମାନ ସିଲିୟନ ମର୍ଫିଙ୍କ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ଶ୍ରେଷ୍ଠ ଅଭିନେତା ଆୱାର୍ଡ ହାତେଇଲେ କିଲିୟନ ମର୍ଫି, ପ୍ରଶଂସା ପୋତି ପକାଇଲେ ୟାମୀ

ହାଇଦ୍ରାବାଦ: ଓସ୍କାର ୨୦୨୪ ରେ କିଲିଆନ୍ ମର୍ଫିଙ୍କ ଫିଲ୍ମ ଓପେନହାଇମର ସର୍ବାଧିକ ଆୱାର୍ଡ ଜିତିଛି । ଏହି ଫିଲ୍ମ ବିଭିନ୍ନ ବର୍ଗରେ ମୋଟ ୭ଟି ଆୱାର୍ଡ ଜିତିଥିବା ବେଳେ ଶ୍ରେଷ୍ଠ ଅଭିନେତା ଭାବେ କିଲିଅନ ମର୍ଫି ଏହି ପୁରସ୍କାର ପାଇଛନ୍ତି । ତେବେ ବର୍ତ୍ତମାନ ୟାମୀ ଗୌତମ କିଲିଆନ୍ ମର୍ଫିଙ୍କ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆରେ ଏକ ନୋଟ୍ ସେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ୟାମୀ ଏକ୍ସରେ ଏକ ନୋଟ୍ ସେୟାର କରି ଲେଖିଛନ୍ତି, "ଗତ କିଛିବର୍ଷ ଧରି ମୁଁ କୌଣସି ନକଲି ଚଳଚ୍ଚିତ୍ର ପୁରସ୍କାରକୁ ବିଶ୍ୱାସ କରୁନଥିବା ବେଳେ ଏଥିରେ ଅଂଶଗ୍ରହଣ କରିବା ବନ୍ଦ କରିଦେଇଛି । କିନ୍ତୁ ଆଜି ମୁଁ ଜଣେ ମହାନ କଳାକାରଙ୍କ ପାଇଁ ବହୁତ ଖୁସି ଅନୁଭବ କରୁଛି।" ତାଙ୍କର ଧୈର୍ଯ୍ୟ, ଅଭିନୟ ଏବଂ ଉତ୍ତମତା ସହ ସମସ୍ତଙ୍କୁ ତାଙ୍କର ପ୍ରଶଂସକ କରିଛନ୍ତି । ବିଶ୍ୱ ସ୍ତରରେ ତାଙ୍କୁ ସମ୍ମାନିତ କରିବା ଦେଖି ବହୁତ ଖୁସି ଲାଗୁଛି । ତୁମର ପ୍ରତିଭା ସବୁ ଜିନିଷରୁ ଅଧିକା ବୋଲି ମଧ୍ୟ ସେ ପ୍ରମାଣିତ କରିବା ସହ ଆମକୁ ପ୍ରେରଣା ଯୋଗାଇଛନ୍ତି ।''

ସୂଚନା ଥାଉ କି, ଓପେନହାଇମର ୭ଟି ଓସ୍କାର ପୁରସ୍କାର ନିଜ ନାଁରେ କରିଛି । ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ସିନେମାଟୋଗ୍ରାଫି ଏବଂ ଶ୍ରେଷ୍ଠ ଅରିଜିନାଲ ସ୍କୋର ଭାବେ ଓପେନହାଇମର ଏହି ପୁରସ୍କାର ଜିତିଥିବା ବେଳେ ଶ୍ରେଷ୍ଠ ଅଭିନେତା ଭାବେ କିଲିୟନ ମର୍ଫି, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେଖ୍ରୀଷ୍ଟୋଫର୍ ନୋଲନ, ଶ୍ରେଷ୍ଠ ସହ-ଅଭିନେତା ଭାବେ ରୋବର୍ଟ ଡାଉନି ଜୁନିଅର ଏବଂ ଶ୍ରେଷ୍ଠ ଫିଲ୍ମ ଏଡିଟିଂ ଭାବେ ଜେନିଫର ଲାମ ଏହି ଆୱାର୍ଡ ଜିତିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓସ୍କାର ୨୦୨୪: 'ଓପେନହାଇମର-ପୋର୍ ଥିଙ୍ଗସ'ର ଜଲୱା, ଦେଖନ୍ତୁ ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା

ୟାମୀ ଗୌତମଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ୟାମୀଙ୍କୁ ବର୍ତ୍ତମାନ ଫିଲ୍ମ 'ଆର୍ଟିକିଲ ୩୭୦'ରେ ଦେଖିବାକୁ ମିଳିଛି । ୟାମୀ ଗୌତମ ଅଭିନୀତ ଫିଲ୍ମ 'ଆର୍ଟିକିଲ ୩୭୦' ଫେବୃଆରୀ ୨୩ରେ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହ ଭଲ ରୋଜଗାର ମଧ୍ୟ କରୁଛି । ଫିଲ୍ମ ରିଲିଜର ଆଜକୁ ୧୭ଦିନରେ ପହଞ୍ଚିଥିବା ବେଳେ ଫିଲ୍ମ ମୋଟ ୭୦ କୋଟି ଆୟ କରିବାରେ ସଫଳ ହୋଇଛି । ଏହି ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜାମ୍ବଲେଙ୍କ ଦ୍ୱାରା ନିର୍ଦ୍ଦେଶିତ । ୟାମିଙ୍କ ବ୍ୟତୀତ ସାଉଥ ଅଭିନେତ୍ରୀ ପ୍ରିୟା ମଣି, ଅରୁଣ ଗୋବିଲ, ବୈଭବ ତତ୍ତ୍ବବାଦୀ, ସ୍କନ୍ଦ ଠାକୁର ଏବଂ ଅଶ୍ବିନୀ କୌଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.