ETV Bharat / entertainment

ଗଲ୍ଫ ଦେଶରେ 'ଆର୍ଟିକିଲ ୩୭୦' ଲାଗିନି ପ୍ରତିବନ୍ଧକ: ରିପୋର୍ଟ - ୟାମୀ ଗୌତମ

Article 370 No Ban In Gulf Countries: ବଲିଉଡ ଅଭିନେତ୍ରୀ ୟାମୀ ଗୌତମଙ୍କ ଫିଲ୍ମ 'ଆର୍ଟିକିଲ ୩୭୦' । ଗଲ୍ଫ ଦେଶରେ ବ୍ୟାନ ହୋଇନି ଫିଲ୍ମ । ପ୍ରକାଶ ପାଇଥିବା ରିପୋର୍ଟରେ ନାହିଁ ସତ୍ୟତା । ଅଧିକ ପଢନ୍ତୁ

Article 370 No Ban In Gulf Countries
Article 370 No Ban In Gulf Countries
author img

By ETV Bharat Odisha Team

Published : Feb 26, 2024, 9:16 AM IST

Updated : Mar 6, 2024, 12:12 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମୀ ଗୌତମଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'ଆର୍ଟିକିଲ୍ ୩୭୦' ରିଲିଜ ହୋଇଛି । ଏହି ଫିଲ୍ମଟି ଜମ୍ମୁ-କାଶ୍ମୀରରୁ ଧାରା 370କୁ ହଟାଇବା ପ୍ରସଙ୍ଗ ଉପରେ ଆଧାରିତ । ଏହି ଫିଲ୍ମ ଉରି ନିର୍ମାତା ଆଦିତ୍ୟ ଧରଙ୍କ ଦ୍ୱାରା ନିର୍ମିତ ହୋଇଛି । ଯେଉଁଥିରେ ୟାମି ଗୌତମ ଜମ୍ମୁ-କାଶ୍ମୀରରେ ଚାଲିଥିବା ଆତଙ୍କବାଦକୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ଫେବୃଆରୀ 23ରେ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଫିଲ୍ମକୁ କିଛି ସ୍ଥାନରେ ବ୍ୟାନ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ହେଲେ ରିପୋର୍ଟ ଅନୁଯାୟୀ ଫିଲ୍ମ 'ଆର୍ଟିକିଲ ୩୭୦' କୌଣସି ସ୍ଥାନରେ ବ୍ୟାନ ହୋଇନି ।

ଗତ ଫେବୃଆରୀ ମାସରେ 'ଆର୍ଟିକିଲ 370' ମୁକ୍ତିଲାଭ କରିଥିଲା ​​। ଏହି ଚଳଚ୍ଚିତ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଥିଲେ । ଏନେଇ ଫିଲ୍ମ ନିର୍ମାତା କହିଛନ୍ତି ଯେ, ଏଭଳି ଫିଲ୍ମକୁ ଲୋକ ବେଶୀ ଦେଖନ୍ତି ନାହିଁ । ତଥାପି ଧାରା 370 ବହୁତ ଭଲ ପ୍ରଦର୍ଶନ କରୁଛି । ଏହି ଚଳଚ୍ଚିତ୍ରରେ ୟାମି ଗୌତମ ଭାରତୀୟ ଗୁଇନ୍ଦା ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି।

ତେବେ ସରକାର 2019 ମସିହା ଅଗଷ୍ଟ ୫ରେ ଆର୍ଟିକିଲ 370କୁ ରଦ୍ଦ କରିଥିଲେ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦କୁ ହଟାଇବା ଉପରେ ଆଧାରିତ ଫିଲ୍ମ 'ଆର୍ଟିକିଲ୍ ୩୭୦'କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁରେ ଲୋକଙ୍କୁ ସମ୍ୱୋଧନ କରୁଥିବା ସମୟରେ ଫିଲ୍ମ ବିଷୟରେ କଥାବାର୍ତ୍ତା କରିଥିଲେ । ସେ କହିଥିଲେ ଯେ, ବର୍ତ୍ତମାନ ୩୭୦ରେ ଏକ ଫିଲ୍ମ ଆସିବାକୁ ଯାଉଛି । ଫିଲ୍ମଟି କ'ଣ ମୁଁ ଜାଣେ ନାହିଁ । ଗତକାଲି ମୁଁ ଟିଭିରେ ଫିଲ୍ମ ବିଷୟରେ ଦେଖିଲି । ଏହା ଭଲ ଯେ ଲୋକମାନେ ସଠିକ୍ ସୂଚନା ପାଇବେ । ମୁଁ ଭାବୁଛି ସାରା ଦେଶରେ ଆପଣମାନଙ୍କ ନାରା ଲାଗିବ ।

ମୋଦିଙ୍କ ଏହି ବକ୍ତବ୍ୟକୁ ସୋସିଆଲ ମିଡିଆରେ ସେୟାର କରିୟାମୀ ଗୌତମ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ୟାମି ଲେଖିଥିଲେ, 'ପ୍ରଧାନମନ୍ତ୍ରୀ 'ଆର୍ଟିକିଲ ୩୭୦' ବିଷୟରେ କଥାବାର୍ତ୍ତା କରିବା ଆମ ପାଇଁ ଏକ ସମ୍ମାନ ଠାରୁ କମ୍ ନୁହେଁ । ମୋର ଟିମ ଏବଂ ମୁଁ ପ୍ରକୃତରେ ଆଶା କରୁଛି ଯେ ଆମେ ପରଦାରେ ଆଣିଥିବା ଏହି କାହାଣୀ ସହ ଆମେ ଆପଣଙ୍କ ଆଶାକୁ ଆଗକୁ ବଢାଇବୁ ।'

ଏହା ମଧ୍ୟ ପଢନ୍ତୁ- ଜମ୍ମୁରେ 'ଆର୍ଟିକିଲ ୩୭୦' ଫିଲ୍ମ ବିଷୟରେ କହିଲେ ମୋଦି, କୃତଜ୍ଞତା ଜଣାଇଲେ ୟାମୀ

'ଆର୍ଟିକିଲ ୩୭୦' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ ଭାରତୀୟ ଗୁଇନ୍ଦା ଅଧିକାରୀ ଭୂମିକାରେ ୟାମି ଗୌତମ ନଜର ଆସିଛନ୍ତି । ଏଥିସହ ଏହି ଚଳଚ୍ଚିତ୍ରରେ ସାଉଥ ଅଭିନେତ୍ରୀ ପ୍ରିୟା ମଣି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅରୁଣ ଗୋବିଲ, ବୈଭବ ତତ୍ବବାଦୀ, ସ୍କନ୍ଦ ଠାକୁର ଏବଂ ଅଶ୍ବିନୀ କୌଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । 'ଆର୍ଟିକିଲ ୩୭୦' ଜ୍ୟୋତି ଦେଶପାଣ୍ଡେ, ଆଦିତ୍ୟ ଧର ଏବଂ ଲୋକେଶ ଧରଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜାମ୍ବଲେଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରଟି ଫେବୃଆରୀ ୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Last Updated : Mar 6, 2024, 12:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.