ETV Bharat / entertainment

14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଅଲ୍ଲୁ ଅର୍ଜୁନ - ALLU ARJUN IN POLICE CUSTODY

ଅଲ୍ଲୁ ଅର୍ଜୁନଙ୍କ ପାଇଁ ବଢିଲା ଅଡୁଆ । 14 ଦିନିଆ ରିମାଣ୍ଡରେ ନେଲା ପୋଲିସ ।

Allu Arjun Sent To Police Custody
Allu Arjun Sent To Police Custody (ETV Bharat)
author img

By ETV Bharat Entertainment Team

Published : Dec 13, 2024, 5:15 PM IST

ହାଇଦ୍ରାବାଦ: ଜେଲ ଗଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଆଜି, ଡିସେମ୍ୱର 13ରେ ଅଭିନେତାଙ୍କୁ ହାଇଦ୍ରାବାଦର ଚିକ୍କଡପଲ୍ଲି ପୋଲିସ ଗିରଫ କରିଥିବା ବେଳେ ନାମ୍ପଲି କୋର୍ଟରେ ହାଜର କରିଥିଲା । ଯାହାର ଶୁଣାଣି କରିଛନ୍ତି କୋର୍ଟ । ଘଟଣାରେ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ 14 ଦିନିଆ ରିମାଣ୍ଡରେ ପଠାଇଛନ୍ତି । ସୂଚନା ଅନୁସାରେ, ଡିସେମ୍ବର 4 ରେ ଅଲ୍ଲୁ ଅର୍ଜୁନ 'ପୁଷ୍ପା 2' ପ୍ରିମିୟର ଶୋ'ରେ ହୋଇଥିବା ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଚିକ୍କଡପଲ୍ଲି ପୋଲିସ ଆଜି ସୁପରଷ୍ଟାରଙ୍କୁ ତାଙ୍କ ଘରୁ ଗିରଫ କରିଥିଲା ପୋଲିସ । ଡାକ୍ତରୀ ପରୀକ୍ଷା ପରେ ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା ।

ALLU ARJUN IN POLICE CUSTODY (ETV Bharat)

14 ଦିନିଆ ରିମାଣ୍ଡରେ ଗଲେ ଅଲ୍ଲୁ ଅର୍ଜୁନ

ଆଜି ଗିରଫ ପରେ ଚିକ୍କଡପଲ୍ଲି ପୋଲିସ ନାମ୍ପଲି କୋର୍ଟରେ ହାଜର କରିଥିଲା । ନାମ୍ପଲି 9ମ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ ଅଲ୍ଲୁ ଅର୍ଜୁନଙ୍କୁ ଏହି ମାସର 27 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ଚଞ୍ଚଲଗୁଡା ଜେଲକୁ ସ୍ଥାନାନ୍ତ କରିଛି । ଅଲୁ ଅର୍ଜୁନଙ୍କୁ ଚଞ୍ଚଲଗୁଡା ଅଣାଯିବା ପରେ ପୋଲିସ ଜେଲରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି । ସାଉଥ ପୂର୍ବ ଜୋନର ଏସିପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଥିଲେ ।

କହିରଖୁଛୁ କି, ଏହା ପୂର୍ବରୁ ଘଟଣା ନେଇ ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦ ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବାକୁ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣି ଜାରି ରହିଛି ।

ମୃତକଙ୍କ ପରିବାରକୁ ସହାୟତା ପାଇଁ ଦେଇଥିଲେ ପ୍ରତିଶୃତି

ଘଟଣା ପରେ ସୋସିଆଲ ମିଡିଆରେ ଭିଡିଓ କରି ଦୁଃଖ ପ୍ରକାଶ କରିବା ସହ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଅଲ୍ଲୁ ଅର୍ଜୁନ । ସେ ତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ସହ ଚିକିତ୍ସାଧୀନ ଶିଶୁର ସମସ୍ତ ଚିକିତ୍ସା ଖର୍ଚ୍ଚର ମଧ୍ୟ ଯତ୍ନ ନେବି ଓ ଯାହା ସମ୍ଭାବ୍ୟ ତାହା ସମର୍ଥନ ଯୋଗାଇବି ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ: କୋର୍ଟରେ ହାଜର ହେଲେ ଅଲ୍ଲୁ ଅର୍ଜୁନ, ଜେଲ୍ ମିଳିବ କି ବେଲ୍ ?

ଘଟଣାରେ ପୂର୍ବରୁ 3ଜଣ ହୋଇଛନ୍ତି ଗିରଫ

ଘଟଣା ପରେ ମୃତକଙ୍କ ପରିବାର ଚିକ୍କଡପଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଘଟଣା ନେଇ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମ୍ୟାଣ୍ଟ ନାଁରୋ ମାମଲା ରୁଜୁ କରାଯାଇଥିଲା । ଚିକ୍କାଡାପଲି ପୋଲିସ୍ ଷ୍ଟେସନରେ ସମସ୍ତଙ୍କ ବିରୋଧରେ ଧାରା 105 , 118 (1) r / w 3 (5) BNS ଅନୁଯାୟୀ ହତ୍ୟା ମାମଲା ରୁଜୁ କରାଯାଇଥିଲା । ଏହା ପରେ ଗତ ରବିବାର ଦିନ ପୋଲିସ ଏହି ଘଟଣାରେ 3 ଜଣଙ୍କୁ ଗିରଫ କରିଛି । ସନ୍ଧ୍ୟା ଥିଏଟରର ମାଲିକ ଏମ ସନ୍ଦୀପ, ସିନିୟର ମ୍ୟାନେଜର ଏମ ନାଗରାଜୁ (51) ଏବଂ ଲୋଏର ବାଲକୋନି ଦାୟିତ୍ୱରେ ଥିବା ବିଜୟ ଚନ୍ଦ୍ର (53)ଙ୍କୁ ବାନ୍ଧିଥିଲା ପୋଲିସ । ବର୍ତ୍ତମାନ ଏନେଇ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ: ବନ୍ଧା ହେଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ପୁରା ମାମଲା କ'ଣ ?

ଡିସେମ୍ବର 4, ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ 'ପୁଷ୍ପା ୨: ଦ ରୁଲ'ର ପ୍ରିମିୟର ସୋ ସମୟରେ ଘଟିଥିଲା ଅଘଟଣ । ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କୁ 8 ବର୍ଷୀୟ ଶିଶୁ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ଅଲ୍ଲୁ ଅର୍ଜୁନ ଥିଏଟରରେ ପହଞ୍ଚିଥିଲେ । ସେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ସହ ଥିଏଟରରେ ପହଞ୍ଚିଥିଲେ । ଫଳରେ 'ପୁଷ୍ପରାଜ'ଙ୍କ ଝଲକ ପାଇବା ପାଇଁ ସନ୍ଧ୍ୟା ଥିଏଟରରେ ବହୁ ସଂଖ୍ୟାରେ ଜନସମାଗମ ସହ ଦଳାଚକଟା ଭଳି ସ୍ଥିତି ଉପୁଜିଥିଲା । ଏହି ସମୟରେ 35 ବର୍ଷ ବୟସ୍କା ମହିଳା ନିଜ ପରିବାର ସହ ଫିଲ୍ମ ଦେଖିବାକୁ ଆସିଥିବା ବେଳେ ଅଘଟଣର ଶିକାର ହୋଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଆଠ ବର୍ଷର ପୁଅ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.