ETV Bharat / entertainment

ରାଜ୍ୟରେ ଲାଗୁହେବ ଓଡ଼ିଆ ଫିଲ୍ମ ପାଇଁ ସ୍ବତନ୍ତ୍ର ପଲିସି, ବଦଳିବ ଓଲିଉଡ ଇଣ୍ଡଷ୍ଟ୍ରିର ରୂପରେଖ - ODIA NEW FILM POLICY

author img

By ETV Bharat Odisha Team

Published : Jul 19, 2024, 2:33 PM IST

Odia Film Industry: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହେବ ପୁନରୁଦ୍ଧାର । ରାଜ୍ୟରେ ଖୁବଶୀଘ୍ର ଲାଗୁହେବ ଓଡ଼ିଆ ଫିଲ୍ମ ପାଇଁ ସ୍ବତନ୍ତ୍ର ପଲିସି । ଏନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଓଡ଼ିଶା ଚଳଚ୍ଚିତ୍ର ମହାସଂଘ । ଅଧିକ ପଢନ୍ତୁ,

ରାଜ୍ୟରେ ଲାଗୁହେବ ଓଡ଼ିଆ ଫିଲ୍ମ ପାଇଁ ସ୍ବତନ୍ତ୍ର ପଲିସି, ବଦଳିବ ଓଲିଉଡ ଇଣ୍ଡଷ୍ଟ୍ରିର ରୂପରେଖ
ରାଜ୍ୟରେ ଲାଗୁହେବ ଓଡ଼ିଆ ଫିଲ୍ମ ପାଇଁ ସ୍ବତନ୍ତ୍ର ପଲିସି, ବଦଳିବ ଓଲିଉଡ ଇଣ୍ଡଷ୍ଟ୍ରିର ରୂପରେଖ (ETV Bharat Odisha)

ଭୁବନେଶ୍ୱର: ଧୀରେ ଧୀରେ ଓଡ଼ିଆ ଚଳଚିତ୍ର ଶିଳ୍ପର ସ୍ଥିତି ସୁଧୁରିବା ସହ ଭଲ କାହାଣୀ ମାଧ୍ୟମରେ ସ୍ୱର୍ଣ୍ଣିମ ଅଧ୍ୟାୟ ଫେରୁଥିବା ବେଳେ ରାଜ୍ୟରେ ଖୁବଶୀଘ୍ର ପ୍ରଣୟନ ହେବ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସ୍ବତନ୍ତ୍ର ପଲିସି । ଆଉ ନିର୍ମାଣାଧୀନ କଳିଙ୍ଗ ଷ୍ଟୁଡିଓର ଫେରିବ ପୁରୁଣା ସ୍ଥିତି । ରାଜ୍ୟ ସରକାରଙ୍କ ଏଭଳି ପ୍ରତିଶ୍ରୁତି ଦେବା ପରେ ସିନେମା ଶିଳ୍ପର ଭାଗ୍ୟ ବଦଳିବ ବୋଲି ଆଶା ପ୍ରକଟ କରିଛନ୍ତି ଏହି ଶିଳ୍ପ ସହ ଜଡିତ ବ୍ୟକ୍ତି । ଏହି ଆଶାକୁ ନେଇ କଳିଙ୍ଗ ଷ୍ଟୁଡିଓ ପରିସରରେ ଓଡ଼ିଶା ଚଳଚ୍ଚିତ୍ର ମହାସଂଘ ସାମ୍ବାଦିକ ସମ୍ମିଳନୀ ନୂଆ ସିନେମା ପଲିସି ଲାଗୁକରିବା ପାଇଁ ଦାବି କରିଛନ୍ତି ।

ବିବାଦ ଓ ସମସ୍ୟା ଭିତରେ ଛନ୍ଦି ହୋଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଧୀରେ ଧୀରେ ଅଣ୍ଟା ସଳଖୁଥିବା ବେଳେ ଏକାଠି ହୋଇଛନ୍ତି କିଛି ସିନେ ପ୍ରଯୋଜକ, ନିର୍ଦେଶକ, କଳାକାର, ଲେଖକ, ସିନେମା ଅଟୋଗ୍ରାଫେର ଓ ଅନାନ୍ୟ କୁଶଳୀ କାରିଗର। କଳିଙ୍ଗ ଷ୍ଟୁଡିଓ ରେ ଏକାଠି ହୋଇ ମହାସଂଘ କରି ନୂଆ ଓଡ଼ିଆ ସିନେମା ପଲିସି ରାଜ୍ୟସରକାର ଆଣିବେ ବୋଲି ଆଶା ବାନ୍ଧିଛନ୍ତି। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ଭେଟି ସିନେମା ଶିଳ୍ପର ବିକାଶ ଦିଗରେ ଆଲୋଚନା ସହ ପ୍ରତିଶୃତି ପରେ ପଲିସୀ କାର୍ଯ୍ୟକାରୀ ନେଇ ଆଶାବାନ୍ଧିବା ସହ ବିଭିନ୍ନ ଦାବିକୁ ନେଇ ଏକାଠି ହୋଇଛି ସଂଘ । ଏହାସହ ନିର୍ମାଣାଧୀନ କଳିଙ୍ଗ ଷ୍ଟୁଡିଓ କିଭଳି ପୁରୁଣା ଐତିହ୍ୟ ଫେରିପାଇବ, ଆଉ ପୁରୁଣା ସିନେମା କିଭଳି ସଂରକ୍ଷିତ ହେବ ବା ଏନେଇ ଅଭିଲେଖାଗାର ହେବ ଏନେଇ ଦାବି କରିଛି ସଂଘ ।

ପଲିସି ଅନୁସାରେ ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯିବ, ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ପ୍ରାଧାନ୍ୟ ଦେବେ ,ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ପ୍ରଯୋଜକ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା,ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ,ଇନଭେଷ୍ଟରମାନଙ୍କୁ ଓଡିଆ ଚଳଚ୍ଚିତ୍ର ନିର୍ମାଣପାଇଁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ୨୦୧୯ ର ପାରିତ ପଲିସୀ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ନୂଆ ନୂଆ ସରକାର ଏତେଦିନଧରି ପାରିତ ହୋଇ ରହିଥିବା ସିନେମା ପଲିସି କାର୍ଯ୍ୟକାରୀ କରିବା ସହ ଶିଳ୍ପର ବିକାଶ ଦିଗରେ ସରକାର ତୁରିତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ସେ ସଂଘ ।

ଅନ୍ୟପଟେ ବିଗତ ତିନିରୁ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ପଖାପାଖି ୪୦ରୁ ଅଧିକ ସିନେମା ହଲ୍ ବନ୍ଦ ହୋଇସାରିଥିବା ବେଳେ ବର୍ତ୍ତମାନ ୩୦ ଟି ଜିଲ୍ଲାରେ ମାତ୍ର ହାତଗଣତି ୫୨ ଟି ହଲ ରହିଛି । ଯେଉଁଠିକି ଓଡ଼ିଆ ସିନେମାକୁ କମ ସୁଯୋଗ ମିଳୁଛି। ସେହିପରି ୧୯୭୪ ମସିହାରେ ଓଡ଼ିଶାରେ ଚଳଚ୍ଚିତ୍ରକୁ ଏକ ଶିଳ୍ପର ମାନ୍ୟତା ମିଳିଛି । ୧୯୭୬ରେ ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମ ତିଆରି ହୋଇଥିଲା । ଏବେ ଏହାକୁ ୫୦ ବର୍ଷ ପୂରିବାକୁ ଯାଉଛି । ହେଲେ କେଉଁ ଭଲ ପ୍ରଯୋଜକଙ୍କୁ ଆର୍ଥିକ ସହାୟତା, ଋଣ ଯୋଗାଇ ଦେବା, ଭଲ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ନିଗମ ପାଖରେ ଅର୍ଥ ନାହିଁ। ଓଡ଼ିଶାରେ ଫିଲ୍ମ ସିଟି ନାହିଁ । କଳିଙ୍ଗ ଷ୍ଟୁଡିଓ ୧୯୯୯ ମସିହା ବାତ୍ୟାରେ ଭାଙ୍ଗିଯିବା ପରେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ ନୂଆ ପଲିସି ପରେ ପଲିସିର ସରଳୀକରଣ କରି ଲାଗୁକରିବା ଓ ଚଳଚ୍ଚିତ୍ର ନିଗମର ସହଯୋଗରେ ଓଡ଼ିଆ ସିନେମା ଶିଳ୍ପରେ ବିକାଶ ଦିଗରେ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ସିନେ ସମୀକ୍ଷକ।

ଏହା ମଧ୍ୟ ପଢନ୍ତୁ: ଆସୁଛି 'ଭଗିଆ ଭାରିଯା', ଫିଲ୍ମରେ ରିଲ୍ସ କାହାଣୀ କହିବେ ହରି ଓ ଦେବଯାନୀ

ପୁରୁଣା ପଲିସି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ବେଳେ ନୂଆ ସରକାର ଓଡ଼ିଆ ଚଳଚ୍ଚିତ୍ର ପାଇଁ ସ୍ବତନ୍ତ୍ର ପଲିସି କେବେ ଲାଗୁ କରୁଛନ୍ତି ନା ପୂର୍ବ ସରକାରଙ୍କ ପରି ଖାତା କଲମରେ ରହିଯିବ ତା ଉପରେ ସମସ୍ତଙ୍କ ନଜର ରହିବ। ଏହାସହ ଏଭଳି ସ୍ଥିତିରେ ଓଡ଼ିଆ ସିନେମା ଶିଳ୍ପର ବିକାଶ ପାଇଁ ଏକାଠି ହୋଇଥିବା ମହାସଂଘ ଓଡ଼ିଆ ସିନେମାର ପୁରୁଣା ଟ୍ରାକ କୁ ଫେରାଇପାଇବେ ତ? ନା ପୁଣି ଅଲଗା ଅଲଗା ସଂଘ କରି ଏହି ଟ୍ରାକ ଫେଲ ହୋଇଯିବ ତାହା ମଧ୍ୟ ବଡ ପ୍ରଶ୍ନବାଚୀ ହୋଇରହିଯିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.