ETV Bharat / entertainment

ଉଦୟପୁର ବନବାସୀ କଲ୍ୟାଣ ପରିଷଦ ଛାତ୍ରାବାସ ପରିଦର୍ଶନ କଲେ ଖିଲାଡି କୁମାର, ଦାନ କଲେ ୧ କୋଟି - Vanvasi Kalyan Parishad Hostel

Akshay Kumar Donates Rs 1 Cr To Udaipur Hostel: ଉଦୟପୁରରେ ନିଜ ଆଗାମୀ ଫିଲ୍ମ ସୁଟିଂ ସମୟରେ ଅଭିନେତା ଅକ୍ଷୟ କୁମାର ବନବାସୀ କଲ୍ୟାଣ ପରିଷଦ ହଷ୍ଟେଲ ପରିଦର୍ଶନ କରିଥିଲେ । ସେ ଛାତ୍ରମାନଙ୍କ ସହ କଥାବାର୍ତ୍ତା କରି ହଷ୍ଟେଲ ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି । ଅଧିକ ପଢନ୍ତୁ,

ଉଦୟପୁର ବନବାସୀ କଲ୍ୟାଣ ପରିଷଦ ଛାତ୍ରାବାସ ପରିଦର୍ଶନ କଲେ ଖିଲାଡି କୁମାର, ଦାନ କଲେ ୧ କୋଟି ଟଙ୍କା

author img

By ETV Bharat Odisha Team

Published : Feb 29, 2024, 11:02 AM IST

ଉଦୟପୁର ବନବାସୀ କଲ୍ୟାଣ ପରିଷଦ ଛାତ୍ରାବାସ ପରିଦର୍ଶନ କଲେ ଖିଲାଡି କୁମାର, ଦାନ କଲେ ୧ କୋଟି ଟଙ୍କା

ଜୟପୁର: ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର ରାଜସ୍ଥାନର ଉଦୟପୁରରେ ଆଗାମୀ ଚଳଚ୍ଚିତ୍ର 'ଖେଲ ଖେଲ ମେଁ'ର ସୁଟିଂ କରୁଛନ୍ତି । ଏହି ଅବସରରେ ଅଭିନେତା ନିଜର ବ୍ୟସ୍ତବହୁଳ କାର୍ଯ୍ୟରୁ ବିରତି ନେଇ ଉଦୟପୁର ଖେରୱାଡ଼ା ସ୍ଥିତ ବନବାସୀ କଲ୍ୟାଣ ପରିଷଦ ହଷ୍ଟେଲ ପରିଦର୍ଶନ କରିଥିଲେ । ଏହି ସମୟରେ ସେ ଛାତ୍ରାବାସ ନିର୍ମାଣ ପାଇଁ ଆର୍ଥିକ ସହାୟତା ନେଇ ଘୋଷଣା କରିଛନ୍ତି । ଅକ୍ଷୟ କୁମାର ପ୍ରାୟ ୧ କୋଟି ଟଙ୍କା ଦାନ କରିଥିବା ଜଣାପଡିଛି ।

୫୬ ବର୍ଷୀୟ ଅଭିନେତା ଅକ୍ଷୟ ହଷ୍ଟେଲରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଏଥିସହ ଏହି ସମୟରେ ସେ ଛାତ୍ରାବାସ ହେଉଥିବା ଏକ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ପିଲାଙ୍କ ସହ ମିଶି ଭଜନ ମଧ୍ୟ ଗାଇଥିଲେ । ଏହା ପରେ ପିଲାଙ୍କ ପାଠପଢା ବ୍ୟବସ୍ଥା ବିଷୟରେ ପଚାରି ବୁଝିବା ସହ ସେମାନଙ୍କ ଫଟୋ ଉଠାଇଥିଲେ । ଏହା ପରେ ସେ ବାଳିକା ହଷ୍ଟେଲ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କହିରଖୁଛୁ କି, ଅକ୍ଷୟ କୁମାରଙ୍କର ଏହି ହଷ୍ଟେଲ ସହିତ ଏକ ଦୀର୍ଘ ସମ୍ପର୍କ ରହିଛି । ଏହାର ପୁରୁଣା ହଷ୍ଟେଲ ଅକ୍ଷୟଙ୍କ ପିତାଙ୍କ ନାମରେ ନାମିତ ହୋଇଛି । ଏକ ବର୍ଷ ପୂର୍ବେ ଅଭିନେତା ଏହି ହଷ୍ଟେଲ ନିର୍ମାଣ ପାଇଁ ସାହାଯ୍ୟ ହାତ ବଢାଇଥିଲେ । ଏହା ପରେ ଏଠାରେ ଏକ ହଷ୍ଟେଲ ନିର୍ମାଣ କରାଯାଇଥିଲା । ଏହି ହଷ୍ଟେଲ ଜାନୁଆରୀ ୧୨, ୨୦୨୪ ଉଦଘାଟନ କରାଯାଇଥିଲା ଏବଂ ହଷ୍ଟେଲର ନାମ ଅଭିନେତାଙ୍କ ପିତାଙ୍କ ନାମ ହରିଓମଙ୍କ ନାଁରେ ରାଜସ୍ଥାନ ବନବାସୀ କଲ୍ୟାଣ ପରିଷଦ ହରିଓମ ଆଶ୍ରମ ହଷ୍ଟେଲ ରଖାଯାଇଥିଲା । ବର୍ତ୍ତମାନ ଏକ ବାଳିକା ହଷ୍ଟେଲ ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଲକ୍ଷ୍ନୌରେ ଅକ୍ଷୟ-ଟାଇଗରଙ୍କ ଉପରକୁ ଚପଲ ମାଡ଼

ଫିଲ୍ମ 'ଖେଲ ଖେଲ ମେଁ' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଲୋକପ୍ରିୟ ଇଟାଲୀ ଚଳଚ୍ଚିତ୍ର ପର୍ଫେଟ୍ଟି ସ୍କୋନୋସିୟୁଟିର ରିମେକ୍ ଅଟେ । ଜଣାଶୁଣା ନିର୍ଦ୍ଦେଶକ ମୁଦସର ଅଜିଜ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ ତାପସୀ ପନ୍ନ ନଜର ଆସିବେ । ଏଥିସହ ଭାନି କପୁର, ଆଦିତ୍ୟ ସିଲ ଏବଂ ଆମି ଭିର୍କ ମଧ୍ୟ ନଜର ଆସିବେ ବୋଲି କୁହାଯାଉଛି । ସେପଟେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ'କୁ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଇଦ ଅବସରରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.