ଭୁବନେଶ୍ୱର/ହାଇଦ୍ରାବାଦ: 'ପୁଷ୍ପା 2' ପ୍ରିମିୟର ଶୋ'ରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ ଘଟଣା ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ସୁପରଷ୍ଟାରଙ୍କ ଗିରଫକୁ ନେଇ ଫ୍ୟାନ୍ସ ସମେତ ସେଲିବ୍ରିଟି ଦୃଢ ବିରୋଧ କରିବା ସହ ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ଆଗେଇ ଆସିଛନ୍ତି । ସୋସିଆଲ ମିଡିଆରେ ବଲିଉଡରୁ ସାଉଥ ସେଲିବ୍ରିଟି ଗିରପଦାରୀକୁ ଦୃଢ ନିନ୍ଦା କରିବା ସହ ନିଜ ପ୍ରତିକ୍ରିୟା ଦେଇଛନ୍ତି । ବଲିଉଡ ନିର୍ମାତା ଭିପୁଲ ଅମୃତ ଶାହା, ଅଭିନେତା ରଜା ମୁରାଦଙ୍କ ଠାରୁ ଆରମ୍ଭ କରି ସାଉଥ ତାରକା ରଶ୍ମିକା ମନ୍ଦାନା, ନାନୀ ସମସ୍ତେ ଅଲ୍ଲୁ ଅର୍ଜୁନଙ୍କ ସମର୍ଥନ କରିଛନ୍ତି ।
ଆଇନ ସମସ୍ତଙ୍କ ପାଇଁ ସମାନ ହେଉ: ଭିପୁଲ ଅମୃତ ଶାହା
ଓଡ଼ିଶାରେ ଏକ ଇଭେଣ୍ଟରେ ଯୋଗ ଦେବା ସମୟରେ ବଲିଉଡ ନିର୍ମାତା ଭିପୁଲ ଅମୃତ ଶାହା ଅଲ୍ଲୁ ଅର୍ଜୁନଙ୍କ ଗିରଫକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ''ଆଇନ ସମସ୍ତଙ୍କ ପାଇଁ ସମାନ ହେଉ । ଯେକୌଣସି ଲୋକକୁ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ସୁଯୋଗ ଦିଆଯାଉ । ଯଦି ଆମେ ଏହି ଦଳାଚକଟା ଘଟଣା ନେଇ ଆମେ ତାରକାଙ୍କୁ ଗିରଫ କରିବା ତେବେ ରାଜନୈତିକ ପାର୍ଟିରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । ସେହି ସମୟରେ ତ କିଛି ଆକ୍ସନ ନିଆଯାଉନାହିଁ । ଏଥିପାଇଁ ମୁଁ କହିବାକୁ ଚାହେଁ ଯେ ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଦରକାର । ମୁଁ ଭାବୁଛି ଜଣେ ଲୋକ ନିଜ ଫାଇଦା ପାଇଁ ପଲିଟିକ୍ସ କରିଥାଏ । ମୁଁ ମାନୁଛି ଯେ ଜନତାଙ୍କ ସମର୍ଥନ ଅଲ୍ଲୁ ଅର୍ଜୁନଙ୍କ ସହ ଅଛି । ମୋତେ ଲାଦୁନି ଏଥିରେ କେହି ପଲିଟିକ୍ସ କରିବାକୁ ଚାହିଁବ । ଯଦି କରିବେ ତେବେ କେବଳ ଅସୁବିଧାର ସମ୍ମୁଖୀନ ହେବେ ହେଲେ କିଛି ଫାଇଦା ପାଇବେ ନାହିଁ । ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବାର ନଥିଲା । ଯଦି ଦଳାଚକଟା ଘଟଣାରେ ଗିରପଦାରୀ କରାଯାଏ ତେବେ କେତେ ପଲିଟିକ୍ସ ବା ଅନ୍ୟାନ୍ୟ ଲୋକ ଗିରଫ ହେବେ ତାହାର ହିସାବ ରହିବା ନାହିଁ।''
I can’t believe what I am seeing right now..
— Rashmika Mandanna (@iamRashmika) December 13, 2024
The incident that happened was an unfortunate and deeply saddening incident.
However, it is disheartening to see everything being blamed on a single individual. This situation is both unbelievable and heartbreaking.
ଜଣକ ଉପରେ ସବୁକିଛି ଦାୟୀ ହେବା ହୃଦୟ ବିଦାରକ: ରଶ୍ମିକା ମନ୍ଦାନା
ସେହିପରି ରଶ୍ମିକା ମନ୍ଦାନା ଅଲ୍ଲୁ ଅର୍ଜୁନଙ୍କ ସହ-ଷ୍ଟାର ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଚକିତ ହୋଇଛନ୍ତି। ସେ କହିଥିଲେ, ମୁଁ ବର୍ତ୍ତମାନ ଯାହା ଦେଖୁଛି ମୁଁ ବିଶ୍ୱାସ କରିପାରୁ ନାହିଁ । ଜଣେ ବ୍ୟକ୍ତିଙ୍କ ଉପରେ ସବୁକିଛି ଦାୟୀ ହେବା ହୃଦୟ ବିଦାରକ ଅଟେ । ଅଲ୍ଲୁ ଅର୍ଜୁନଙ୍କ ଉପରେ ହୋଇଥିବା ଅନ୍ୟାୟ ଧ୍ୟାନକୁ ନେଇ ରଶ୍ମିକା ନିଜର ଉଦବେଗ ପ୍ରକାଶ କରିଛନ୍ତି ଏବଂ ଦୋଷ କେବଳ ତାଙ୍କ ଉପରେ ଲଦିଦେବା ଉଚିତ ନୁହେଁ ବୋଲି ଯୁକ୍ତି ବାଢିଛନ୍ତି ।
I wish the kind of enthusiasm government authorities and media show in anything related to people from cinema was also there for the regular citizens. We would have lived in a better society. That was an unfortunate incident and it was heart breaking. We should all learn from the…
— Nani (@NameisNani) December 13, 2024
ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ନାନୀ
ତେଲୁଗୁ ସିନେମାର ଜଣେ ପ୍ରମୁଖ ଅଭିନେତା ନାନୀ ଘଟଣା ନେଇ ନିରାଶ ପ୍ରକାଶ କରିଛନ୍ତି । ସାଧାରଣ ନାଗରିକଙ୍କ ତୁଳନାରେ ଚଳଚ୍ଚିତ୍ର ସେଲିବ୍ରିଟିଙ୍କ ସହ ଜଡିତ ମାମଲାକୁ ଗଣମାଧ୍ୟମ ଏବଂ ସରକାରୀ କର୍ମଚାରୀମାନେ ଯେଉଁଭଳି ଦେଖନ୍ତି ସେଥିରେ ସେ ଭିନ୍ନ ଭିନ୍ନତା ଉପରେ ଆଲୋକପାତ କରିଛନ୍ତି । ନାନି କହିଛନ୍ତି, "ମୁଁ ଚାହେଁ ଯେ ସରକାରୀ ଅଧିକାରୀ ଏବଂ ଗଣମାଧ୍ୟମ ସିନେମା ସହ ଜଡିତ କୌଣସି ଉତ୍ସାହ ସାଧାରଣ ନାଗରିକଙ୍କ ପାଇଁ ସମାନ । ଆମେ ଏକ ଉନ୍ନତ ସମାଜରେ ବଞ୍ଚୁଛୁ । ସେ ଏହି ଦୁଃଖଦ ଘଟଣାକୁ ସ୍ୱୀକାର କରିବା ସହ ଅଭିନେତା, ଥିଏଟର ପରିଚାଳନା ଏବଂ ଅଧିକାରୀଙ୍କ ସମେତ ସମସ୍ତେ ଏଥିରେ ଦାୟୀ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ବିପର୍ଯ୍ୟୟରୁ ଆମେ ଏକ ଶିକ୍ଷା ଗ୍ରହଣ କରିବା ଉଚିତ ଏବଂ ଏହା ପରେ ଅଧିକ ସତର୍କ ରହିବା ଉଚିତ। "
#WATCH | Mumbai: On the arrest of actor Allu Arjun over the death of a woman at Sandhya theatre in Hyderabad, actor Raza Murad says, " a stampede occurred, a person died and people were injured. what was the fault of the actor? the responsibility of the theatre is not in the hands… pic.twitter.com/TLavjwyeh3
— ANI (@ANI) December 13, 2024
ଅଲ୍ଲୁ ଅର୍ଜୁନଙ୍କୁ ଦାୟୀ କରିବା ଉଚିତ ନୁହେଁ: ରଜା ମୁରାଦ
ଭେଟେରାନ ଅଭିନେତା ରଜା ମୁରାଦ ଅଲ୍ଲୁ ଅର୍ଜୁନଙ୍କୁ ଦୃଢ ଭାବରେ ସମର୍ଥନ କରିଛନ୍ତି ଏବଂ ଗିରଫକୁ ସମାଲୋଚନା କରି ଏହାକୁ 'ବୁଝିବା ବାହାରେ' ବୋଲି କହିଛନ୍ତି । ଏହା ଥିଏଟର ପରିଚାଳନା ହାତରେ ବୋଲି ଯୁକ୍ତି ଦର୍ଶାଇ ମୁରାଦ କହିଛନ୍ତି ଯେ ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅଭିନେତାମାନଙ୍କୁ ଦାୟୀ କରାଯାଇପାରିବ ନାହିଁ । ଲୋକପ୍ରିୟ ହେବା କିମ୍ବା ହିଟ୍ ଫିଲ୍ମରେ କାମ କରିବା ଅପରାଧ ନୁହେଁ ବୋଲି ସେ କହିଛନ୍ତି ଯେ ଭିଡ଼ ଉପସ୍ଥାନ ଅଭିନେତାଙ୍କ ଲୋକପ୍ରିୟତାର ଫଳାଫଳ ଏବଂ ତାଙ୍କ ପ୍ରତ୍ୟକ୍ଷ କାର୍ଯ୍ୟ ନୁହେଁ।
It’s heartbreaking to witness such tragedies. I believe we must reflect on how to prevent them in the future. This isn’t about finding fault but about learning, growing, and taking collective responsibility to ensure a safer and better tomorrow..
— nithiin (@actor_nithiin) December 13, 2024
ଜେଲରେ ରାତି କାଟିବା ପରେ ମୁକୁଳିଛନ୍ତି ଅଲ୍ଲୁ ଅର୍ଜୁନ
ସୂଚନା ଥାଉ କି, ବର୍ତ୍ତମାନ ଜେଲରୁ ମୁକୁଳିଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଆଜି, ଶନିବାର ସକାଳ ପ୍ରାୟ 7.15 ସମୟରେ ହାଇଦ୍ରାବାଦର ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲରୁ ଅଲ୍ଲୁ ଅର୍ଜୁନଙ୍କୁ ମୁକ୍ତ କରାଯାଇଥିଲା । ଶୁକ୍ରବାର ଦିନ ତେଲେଙ୍ଗାନା ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁଦ୍ଧା ଜେଲରେ ରାତି କାଟିଲେ ଅଲ୍ଲୁ ଅର୍ଜୁନ । ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେଲ କର୍ତ୍ତୃପକ୍ଷ ଜାମିନ କପି ପାଇ ନ ଥିବାରୁ ଅଭିନେତାଙ୍କୁ ଜେଲରେ ରାତି କଟାଇବାକୁ ପଡିଥିଲା । ଡିସେମ୍ବର 4 ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣା ପରେ ଅଭିନେତାଙ୍କୁ ବାନ୍ଧିଥିଲା ପୋଲିସ ।
ଇଟିଭି ଭାରତ, ଭୁବନେଶ୍ୱର/ହାଇଦ୍ରାବାଦ