ETV Bharat / entertainment

ମାଆ ହେବେ କି କ୍ୟାଟ୍ରିନା ? ବିକି କୌଶଲ କହିଲେ, ମୁଁ ଖୁସି..... - VICKY ON KATRINA PREGNANCY RUMOURS

author img

By ETV Bharat Odisha Team

Published : Jul 16, 2024, 3:14 PM IST

Vicky Kaushal On Katrina Pregnancy Rumours: ବର୍ତ୍ତମାନ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଶିରୋନାମାରେ ରହିଛନ୍ତି । ଅନେକ ଦିନରୁ କ୍ୟାଟ୍ରିନା ଗର୍ଭବତୀ ଥିବା ଚର୍ଚ୍ଚା ଜୋର ଧରିଛି । ଏନେଇ ବର୍ତ୍ତମାନ ବିକି କୌଶଲ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କ'ଣ କହିଛନ୍ତି, ଶୁଣନ୍ତୁ

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି । ଏହି ଦମ୍ପତି ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଏହାରି ମଧ୍ୟରେ ଆଉ ଜଣେ ଦମ୍ପତି ଗୁଡ ନ୍ୟୁଜ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ସେହି ଦମ୍ପତି ହେଲେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ । ଅନେକ ଦିନରୁ କ୍ୟାଟ୍ରିନା କୈଫ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଛି । ଆଜି କ୍ୟାଟ୍ରିନା କୈଫଙ୍କ ଜନ୍ମଦିନ ଅବସରରେ ଏହି ଦମ୍ପତି ଖୁସି ଖବର ଦେବେ ବୋଲି ଆଶା କରାଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ କ୍ୟାଟ୍ରିନାଙ୍କ ପ୍ରେଗନ୍ସି ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ସ୍ୱାମୀ ବିକି ।

ବାପା ହେବା ଖବର ଉପରେ ବିକିଙ୍କ ପ୍ରତିକ୍ରିୟା

ନିକଟରେ ଏକ ପ୍ରମୋସନାଲ ଇଭେଣ୍ଟରେ ବାପା ହେବା ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିକି କୌଶଲ । ଏହି ସମୟରେ ଜୁଲାଇ ୧୬ରେ କ୍ୟାଟ୍ରିନାଙ୍କ ଜନ୍ମଦିନ ପାଳନ କରିବାକୁ ସେମାନଙ୍କର ଯୋଜନା ଏବଂ କୌଣସି "ଗୁଡ୍ ନ୍ୟୁଜ୍" ଖବର ଦେବା ବିଷୟରେ ପଚରାଗଲା । ଏହି ପ୍ରଶ୍ନରେ ବିକି ଉତ୍ତର ଦେଇ କହିଛନ୍ତି," ଧନ୍ୟବାଦ! ଏହା ଏକ ବିଶେଷ ଦିନ । ଏକତ୍ର କିଛି ସମୟ ବିତାଇବାକୁ ଯୋଜନା କରିଛୁ । କିନ୍ତୁ କ୍ୟାଟ୍ରିନା ମାଆ ହେବା ଖବରରେ କୌଣସି ସତ୍ୟତା ନାହିଁ । ଏହା କେବଳ କଳ୍ପନାଜଳ୍ପନା ଏବଂ ରୁମର ଅଟେ । ଯଦି ଏବଳି ଘଟେ । ମୁଁ ଆପଣଙ୍କ ସହ ଏହି ଗୁଡ୍ ନ୍ୟୁଜ ସେୟାର କରି ବେଶ ଖୁସି ହେବି। ସେପର୍ଯ୍ୟନ୍ତ 'ବ୍ୟାଡ ନ୍ୟୁଜ' ଉପଭୋଗ କରନ୍ତୁ। ଚଳଚ୍ଚିତ୍ରରେ ବହୁତ ଭଲ ଉକ୍ତି ଅଛି - 'ଓ ବ୍ୟକ୍ତିଗତ ହୁଅ ନାହିଁ ।''

ସୂଚନା ଥାଉ କି, ଶୁକ୍ରବାର ଦିନ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ କ୍ୟାଟ୍ରିନାଙ୍କୁ ବିକି କୌଶଲଙ୍କ ସହ ଦେଖିବାକୁ ମିଳିଥିଲା । ସୁନା ଅଳଙ୍କାର ସହ ସେ ଏକ ଲାଲ୍ ଶାଢୀରେ ନଜର ଆସିଥିଲେ । ଏହି ଦମ୍ପତିଙ୍କ ଭିଡିଓ ଭାଇରାଲ ହୋଇଥିଲା । ଯାହା ପରେ ଲୋକେ କ୍ୟାଟ୍ରିନାଙ୍କ ଗର୍ଭଧାରଣ ବିଷୟରେ କଳ୍ପନା କରିବା ଆରମ୍ଭ କରିଥିଲେ ।

ବିକି-କ୍ୟାଟ୍ରିନାଙ୍କ ବିଷୟରେ କହିବାକୁ ଗଲେ, ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ୨୦୨୧ ମସିହାରେ ବିବାହ କରିଥିଲେ । ଦୁହେଁ ଦୀର୍ଘ ସମୟ ଧରି ଡେଟ୍ କରୁଥିଲେ । ପରେ ଉଭୟ ବିବାହ କରିବାକୁ ମନସ୍ଥ କରିଥିଲେ । ଡିସେମ୍ୱର ୯, ୨୦୨୧ ମସିହାରେ ରାଜସ୍ଥାନରେ ଏହି ଦମ୍ପତିଙ୍କ ବିବାହ କରିଥିଲେ । ଏହି ବିବାହରେ ଉଭୟ ପରିବାର ଏବଂ ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ । ଏହି ଦମ୍ପତିଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ବିକି କୌଶଲଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ,

ବିକି କୌଶଲ 'ବ୍ୟାଡ ନ୍ୟୁଜ' ସହ ପରଦାରେ ଧମାକ କରିବାକୁ ପ୍ରସ୍ତୁତ । ବର୍ତ୍ତମାନ ଫିଲ୍ମର ପ୍ରମୋସନରେ ସେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଆସନ୍ତା ୧୯ରେ ରିଲିଜ ହେବ । ଏହି ଚଳଚ୍ଚିତ୍ରରେ ଆମି ଭିର୍କ, ତ୍ରିପ୍ତୀ ଡିମ୍ରି ଏବଂ ନେହା ଧୁପିଆ ନଜର ଆସିବେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଆନିମଲ ଅଭିନେତ୍ରୀ ତଥା ନ୍ୟାସନାଲ କ୍ରସ ତ୍ରିପ୍ତି ଡିମ୍ରି ସହ ବିକି ରୋମାନ୍ସ କରୁଥିବା ଦେଖିବାକୁ ମିଲିବ ।

ଏହା ମଧ୍ଯ ପଢନ୍ତୁ: ବିକିଙ୍କୁ ବାରାତି ଡ୍ୟାନ୍ସର ଭାବୁଥିଲେ କ୍ୟାଟ୍, 'ତୋବା ତୋବା' ଗୀତ ଦେଖି କହିଲେ ଏମିତି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.