ETV Bharat / entertainment

'ବର୍ଡର 2'ରେ ବରୁଣ ଧୱନଙ୍କ ଏଣ୍ଟ୍ରି, ସନ୍ନି ଦେଓଲଙ୍କ ସହ ପ୍ରଥମ ଥର ପାଇଁ ସେନା ଭୂମିକାରେ ଆସିବେ ନଜର - Varun Dhawan joins Border 2 - VARUN DHAWAN JOINS BORDER 2

Varun Dhawan In Border 2: ବଲିଉଡ ଅଭିନେତା ବରୁଣ ଧୱନଙ୍କ କ୍ୟାରିଅରରେ ଏକ ବଡ ଚଳଚ୍ଚିତ୍ର ଯୋଡି ହୋଇଛି। ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର 'ବର୍ଡର ୨' ରେ ବରୁଣଙ୍କ ଏଣ୍ଟ୍ରି ନେଇ ନିର୍ମାତା ନିଶ୍ଚିତ କରିଛନ୍ତି । ଅଧିକ ପଢନ୍ତୁ,

'ବର୍ଡର 2'ରେ ବରୁଣ ଧୱନଙ୍କ ଏଣ୍ଟ୍ରି, ସନ୍ନି ଦେଓଲଙ୍କ ସହ ପ୍ରଥମ ଥର ପାଇଁ ସେନା ଭୂମିକାରେ ଆସିବେ ନଜର
'ବର୍ଡର 2'ରେ ବରୁଣ ଧୱନଙ୍କ ଏଣ୍ଟ୍ରି, ସନ୍ନି ଦେଓଲଙ୍କ ସହ ପ୍ରଥମ ଥର ପାଇଁ ସେନା ଭୂମିକାରେ ଆସିବେ ନଜର (IANS)
author img

By ETV Bharat Odisha Team

Published : Aug 23, 2024, 4:04 PM IST

ହାଇଦ୍ରାବାଦ: ବରୁଣ ଧୱନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ବରୁଣ ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର 'ବର୍ଡର ୨' ରେ ଏଣ୍ଟ୍ରି କରିଛନ୍ତି । ନିର୍ମାତା ଆଜି ଫିଲ୍ମର ଏକ ଟିଜର ରିଲଜ କରି ଏହା ନିଶ୍ଚିତ କରିଛନ୍ତି । ଏହି ଫିଲ୍ମ ଘୋଷଣା ହେବା ଠାରୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରି ରହିଥିବା ବେଳେ ଆଜି ନିର୍ମାତା ଫିଲ୍ମକୁ ନେଇ ଅପଡେଟ ସେୟାର କରିଛନ୍ତି। ବର୍ଡର ୨ ନିର୍ମାତା, ସନ୍ନି ଦେଓଲ ଏବଂ ବରୁଣ ଧାୱନ ନିଜେ ସୋସିଆଲ ମିଡିଆରେ ଏକ ଟିଜର ରିଲିଜ କରି ଏହି ସୂଚନା ଦେଇଛନ୍ତି।

'ବର୍ଡର 2'ରେ ବରୁଣ ଧୱନଙ୍କ ଏଣ୍ଟ୍ରି

ସନ୍ନି ଦେଓଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ବରୁଣ ଧୱନଙ୍କ ସ୍ୱର ଶୁଣିବାକୁ ମିଳେ। ଏହି ଭିଡିଓ ସେୟାର କରି ସନ୍ନି ଦେଓଲ କ୍ୟାପସନରେ ଲେଖିଛନ୍ତି, 'ବର୍ଡର 2' ବାଟାଲିୟନକୁ ସେନା ବରୁଣ ଧୱନଙ୍କୁ ସ୍ୱାଗତ କରୁଛି।' ତେବେ ଏହି ଫିଲ୍ମ ସହ ବରୁଣ ଧୱନଙ୍କୁ ପ୍ରଥମ ପ୍ରଥମ ଥର ପାଇଁ ସେନା ଭୂମିକାରେ ଦେଖିବାକୁ ମିଳିବ। ଏହି ଘୋଷଣା ପରେ ବରୁଣ ଖୁସିବ୍ୟକ୍ତ କରିଛନ୍ତି ।

ଖୁସିବ୍ୟକ୍ତ କଲେ ବରୁଣ

ସେପଟେ ବରୁଣ ଧୱନ ମଧ୍ୟ ଏକ ଭିଡିଓ ସେୟାର କରିଛନ୍ତି ଖୁସିବ୍ୟକ୍ତ କରି ଲେଖିଛନ୍ତି, ''ମୁଁ ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ବର୍ଡର ଫିଲ୍ମ ଦେଖିଥିଲି ଏବଂ ଏହି ଚଳଚ୍ଚିତ୍ରଟି ମୋ ଉପରେ ବହୁତ ପ୍ରଭାବ ପକାଇଥିଲା । ଆଜି ବି ତାହା ଅନୁଭବ କରୁଛି ଯାହା ମୁଁ ସେହି ସିନେମା ହଲରେ ମୋ ଦେଶ ପାଇଁ ଅନୁଭବ କରିଥିଲି । ଆଜି ଯେତେବେଳେ ମୁଁ ଆମର ସୈନ୍ୟବାହିନୀକୁ ଦେଖେ, ସେତେବେଳେ ମୋତେ ସାଲ୍ୟୁଟ କରିବାକୁ ମନ ହୁଏ। ଯେତେବେଳେ ସେମାନେ ଆମକୁ ସୁରକ୍ଷା ଦେବା ପାଇଁ ସୀମାରେ ନିଜ ଜୀବନକୁ ଉତ୍ସର୍ଗ କରନ୍ତି ।''

'ଏହା ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର'

ବରୁଣ ଆହୁରି ଲେଖିଛନ୍ତି, ''ଜେପି ଦତ୍ତା ସାର୍ ଏଭଳି ଏପିକ୍ ଚଳଚ୍ଚିତ୍ର ନିର୍ମାଣ କରନ୍ତି ଏବଂ ମୋର ପ୍ରିୟ ମଧ୍ୟ। ଭୂଷଣ କୁମାର ମୋ କ୍ୟାରିଅରକୁ ଆହୁରି ସ୍ୱତନ୍ତ୍ର କରିଛନ୍ତି ଏବଂ ମୁଁ ସନି ପାଜିଙ୍କ ସହ କାମ କରିବି । ଏସବୁ ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ମୁଁ ଏହି ଚଳଚ୍ଚିତ୍ରରେ ଜଣେ ସେନାଙ୍କ କାହାଣୀ ଉପସ୍ଥାପନ କରିବି ଏବଂ ମୁଁ ପ୍ରତିଜ୍ଞା କରୁଛି ଯେ ଏହା ସବୁଠାରୁ ବଡ ଯୁଦ୍ଧ ଚଳଚ୍ଚିତ୍ର ହେବ, ମୋର ତୁମର ଶୁଭେଚ୍ଛା, ଜୟ ହିନ୍ଦ ।''

2026ରେ ପରଦାକୁ ଆସିବ 'ବର୍ଡର ୨'

ସୂଚନା ଥାଉ କି, 26 ଜାନୁଆରୀ 2026 ରେ ରିଲିଜ୍ ହେବ 'ବର୍ଡର ୨'। ଫିଲ୍ମ ବର୍ଡର ୧୩ ଜୁନ ୧୯୯୭ରେ ମୁକ୍ତିଲାଭ କରିଥିଲା ​​ଏବଂ ୨୭ ବର୍ଷ ପରେ, ୧୩ ଜୁନ ୨୦୨୪ରେ ଅର୍ଥାତ ସମାନ ତାରିଖରେ 'ବର୍ଡର ୨' ଘୋଷଣା କରାଯାଇଥିଲା । 'ବର୍ଡର' ବକ୍ସ ଅଫିସରେ ଧମାଲ କରିଥିଲା । ଏହି ଫିଲ୍ମରେ ସନ୍ନି ଦେଓଲ ଭାରତୀୟ ସେନା ବାହିନୀର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ ଖୁବ ସୁନ୍ଦର ଅଭିନୟ କରିଥିଲେ । ଫିଲ୍ମରେ ସନ୍ନିଙ୍କ ସହିତ ସୁନୀଲ ସେଟ୍ଟୀ ଓ ଜ୍ୟାକି ଶ୍ରଫ, ପୁନୀତ ଇସର ଓ ଅକ୍ଷୟ ଖନ୍ନାଙ୍କ ସମେତ ବହୁ ନାମିଦାମି ଷ୍ଟାର ଅଭିନୟ କରିଥିଲେ । ଏହି ହିନ୍ଦୀ ଭାଷୀ ଫିଲ୍ମଟି ବଲିଉଡ ଜଗତରେ ଏକ ଐତିହାସିକ ଫିଲ୍ମ ହୋଇ ରହିଛି । ଦର୍ଶକ ଏହି କାହାଣୀ ଓ ଫିଲ୍ମରେ ଦର୍ଶାଯାଇଥିବା ଭାରତୀୟ ସେନାଙ୍କ ସଂଘର୍ଷର କାହାଣୀ ଦେଖିଥିଲେ । ତେବେ ପୁଣି ଦର୍ଶକ ଭାରତୀୟ ସେନାଙ୍କ କାହାଣୀ ଦେଖିବାକୁ ପ୍ରସ୍ତୁତ ।

ଏହା ମଧ୍ୟ ପଢନ୍ତୁ: ଆସୁଛି 'ବର୍ଡର ୨'; ୨୭ବର୍ଷ ପରେ ପୁଣି ସେନା ଭୂମିକାରେ ନଜର ଆସିବେ ସନ୍ନି ଦେଓଲ

ଭୂଷଣ କୁମାର ଏବଂ ଜେପି ଦତ୍ତା ପ୍ରସ୍ତୁତ କରିବେ ଫିଲ୍ମ

'ବର୍ଡର 2' ଭୂଷଣ କୁମାର, କୃଷ୍ଣ କୁମାର, ଜେପି ଦତ୍ତା ଏବଂ ନିଧି ଦତ୍ତ ନିର୍ମାଣ କରୁଛନ୍ତି । ଅନୁରାଗ ସିଂ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ବର୍ଡର ୨ରେ ଅନୁ ମଲିକ ଏବଂ ମିଥୁନଙ୍କ ସଙ୍ଗୀତ ରହିବ । ଜାଭେଦ ଅଖତର ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ଲିରିକ୍ସ ଲେଖୁଛନ୍ତି ଏବଂ ଏହାକୁ ସୋନୁ ନିଗମ ଗାଇବେ । ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଚିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.