ETV Bharat / entertainment

ଓଡିଆ ଦର୍ଶକଙ୍କ ପାଇଁ ଆସୁଛି ୨ ନୂଆ ଚଳଚିତ୍ର; ରଙ୍ଗଶୂର ଓ ଅଧିନାୟକ - Two Odia Film Announced

author img

By ETV Bharat Odisha Team

Published : Jul 12, 2024, 1:27 PM IST

Updated : Jul 12, 2024, 2:08 PM IST

Odia Film Coming Soon: ସିନେପ୍ରେମୀଙ୍କୁ ଭେଟି । ଘୋଷଣା ହୋଇଛି ଦୁଇଟି ଓଡ଼ିଆ ଫିଲ୍ମ 'ରଙ୍ଗଶୂର ଏବଂ ଅଧିନାୟକ'। ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଅଧିକ ପଢନ୍ତୁ,

Etv Bharat
Etv Bharat (Etv Bharat)

ଭୁବନେଶ୍ୱର: ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି । ପରଦାକୁ ଆସୁଛି ଦୁଇ ଦୁଇଟି ବିଗ ବଜେଟର ଓଡ଼ିଆ ସିନେମା । ଓଡ଼ିଆ ଚଳଚ୍ଚିତ୍ର 'ଅଧିନାୟକ ଏବଂ ରଙ୍ଗଶୂର' ଦୁଇଟି ଭିନ୍ନ ଜୋନରର ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଛି । ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଦୁଇଟି ଫିଲ୍ମ ନିର୍ମିତ ହୋଇଥିବା ବେଳେ ଫିଲ୍ମଟି ବେଶ ମନୋରଞ୍ଜନ ଖୋରାକ ଯୋଗାଇବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।

ସିନେପ୍ରେମୀଙ୍କୁ ଭେଟି; ପରଦାକୁ ଆସୁଛି ୨ ନୂଆ ଓଡ଼ିଆ ଫିଲ୍ମ 'ରଙ୍ଗଶୂର ଓ ଅଧିନାୟକ' (ETV Bharat Odisha)

ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଦୁଇଟି ବିଗ ବଜେଟ୍ ସିନେମାର ଟାଇଟଲ ଓ ଷ୍ଟାର କାଷ୍ଟ ଘୋଷଣା କରାଯାଇଛି । ପ୍ରକାଶ ଫିଲ୍ମସ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ଆସୁଛି ଦୁଇଟି ବିଗ ବଜେଟର ଓଡ଼ିଆ ଚଳଚ୍ଚିତ୍ର । 'ଅଧିନାୟକ' ଫିଲ୍ମଟି କ୍ରିକେଟ ଖେଳ ଉପରେ ଆଧାରିତ ହୋଇଥିବା ବେଳେ ''ରଙ୍ଗଶୂର" ଫିଲ୍ମଟି ଓଡ଼ିଶାର ପରମ୍ପରା, ଲୋକକଳାକୁ ନେଇ ନିର୍ମିତ ହୋଇଛି । ତେବେ ଉଭୟ ଫିଲ୍ମ ଭିନ୍ନ କାହାଣୀରେ ପ୍ରସ୍ତୁତ ହୋଇଥିବା ବେଳେ ଦର୍ଶକଙ୍କ ମନକୁ ଛୁଇଁବ ବୋଲି କହିଛନ୍ତି ନିର୍ମାତା ।

'ଅଧିନାୟକ' ବିଷୟରେ କହିବାକୁ ଗଲେ, ଅଧିନାୟକର ସ୍କ୍ରିପ୍ଟ ଭରଦ୍ୱାଜ ପଣ୍ଡା ଲେଖୁଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଧ୍ରୁବାନନ୍ଦ ପଣ୍ଡା । ଚିତ୍ରତ୍ତୋଳନ ରେ ଲିଟୁ ଏବଂ ଜିତୁ ରହିଛନ୍ତି । ସମ୍ପାଦନା ସୁକୁମାର ମଣି ଏବଂ କୋରିଓଗ୍ରାଫି ଦାୟିତ୍ୱ ଯୁବ ନିର୍ଦ୍ଦେଶକ ଗିରିଶ ମହାନ୍ତି ନେଇଛନ୍ତି। ଓଲିଉଡ ଅଭିନେତା ଅମ୍ଲାନ ଦାସ, ବି.ଏମ. ବୈଶାଳୀ, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ କୁନା ତ୍ରିପାଠୀଙ୍କ ଅଭିନୟର ଯାଦୁରେ ଆସୁଛି ଚଳଚ୍ଚିତ୍ର "ଅଧିନାୟକ"।

'ଅଧିନାୟକ' ଫିଲ୍ମର କାହାଣୀ

ଓଲିଉଡ଼ରେ ପ୍ରଥମ ଥର ପାଇଁ କ୍ରିକେଟ ଖେଳ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଯାହା ଆଗାମୀ ପିଢୀ ପାଇଁ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ଏକ ସୁନ୍ଦର ସଫଳ ଭବିଷ୍ୟତ ଗଠନ ପାଇଁ ଅନୁପ୍ରାଣିତ କରିବ। ଏଥିରେ ବିଦ୍ୟାଳୟ ଜୀବନରୁ ପିଲାମାନେ କିଭଳି କ୍ରିକେଟ ସହ ଯୋଡିହେଇଥାନ୍ତି ତାର ଅନେକ ଝଲକ ଏଥିରେ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ତେଲୁଗୁ ଇଣ୍ଡିଆନ ଆଇଡଲରେ କମାଲ କଲେ ଓଡ଼ିଆ ଝିଅ, ଜାଣନ୍ତୁ କାହିଁକି ଚର୍ଚ୍ଚାରେ ଅନୁରାଧା

'ରଙ୍ଗଶୂର' ଫିଲ୍ମର କାହାଣୀ ଏବଂ ଷ୍ଟାରକାଷ୍ଟ

ଅନ୍ୟପଟେ ରଙ୍ଗଶୂର ଚଳଚ୍ଚିତ୍ର ଯାହା ଆମ ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକ କଳା ନୃତ୍ୟ ବାଘ ନାଚକୁ ନେଇ ଆସୁଛି। ବାଘ ନାଚ ଯାହା ସମାଜ ପ୍ରତି ଏକ ସୁପ୍ରଭାବ ପକାଉଥିଲା । ଏବେ ପ୍ରାୟ ବିଲୁପ୍ତ । ସେହି ବିଲୁପ୍ତ ବାଘ ନାଚ ଉପରେ ଆଧାରିତ କାହାଣୀ କୁ ନେଇ ଚଳଚିତ୍ର ଗତିଶୀଳ ହେଉଥିବା ବିବେଳେ ମୁଖ୍ୟ ଚରିତ୍ର ବାପା ଏବଂ ଝିଅ କୁ ନେଇ ଚିତ୍ରଣ ହେବ । ସେମାନେ ବାଘ ନାଚ କଳା କୁ କେମିତି ପୁନଃଉଦ୍ଧାର କରିପାରିବେ ସେମିତି ଏକ କାହାଣୀକୁ ନେଇ ଚଳଚ୍ଚିତ୍ର ରଙ୍ଗ-ଶୂର । ଏହି ଚଳଚ୍ଚିତ୍ରରେ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ୱିତ, ସୂର୍ଯ୍ୟମୟୀ ଏବଂ ଶୁଭଶ୍ରୀ ପ୍ରମୁଖ ଅଭିନୟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 12, 2024, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.