ETV Bharat / entertainment

ଓସ୍କାର ଆୱାର୍ଡ ୨୦୨୪: ଶ୍ରେଷ୍ଠ ଫିଚର ଫିଲ୍ମ ବର୍ଗରେ ଏହି ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ମନୋନୀତ - ଓସ୍କାର ଆୱାର୍ଡ ୨୦୨୪

Oscar Nominations 2024: ଓସ୍କାର ଦୌଡ଼ରେ ସାମିଲ ହେଲା ଭାରତୀୟ ଫିଲ୍ମ । ୨୦୨୪ ଏକାଡେମୀ ପୁରସ୍କାରରେ ଭାରତୀୟ ଫିଲ୍ମ 'To Kill A Tiger ' ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ ହୋଇଛି । ଅଧିକ ପଢନ୍ତୁ

ଓସ୍କାର ଆୱାର୍ଡ ୨୦୨୪: ଶ୍ରେଷ୍ଠ ଫିଚର ଫିଲ୍ମ ବର୍ଗରେ ଏହି ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ମନୋନୀତ

author img

By ETV Bharat Odisha Team

Published : Jan 24, 2024, 10:35 AM IST

ହାଇଦ୍ରାବାଦ: ଏକାଡେମୀ ଅଫ୍ ପିକ୍ଚର୍ ଅଫ୍ ଆର୍ଟ ଆଣ୍ଡ ସାଇନ୍ସ ଯଥା ଓସ୍କାର ପୁରସ୍କାର ୨୦୨୪ ପାଇଁ ନାମାଙ୍କନ ଘୋଷଣା କରାଯାଇଛି । ମଙ୍ଗଳବାର ଏହାର ଘୋଷଣା କରାଯାଇଛି । ଏଥର ଓସ୍କାର ଦୌଡ଼ରେ ଏକ ଭାରତୀୟ ଫିଲ୍ମ ସାମିଲ ହୋଇଛି । ନିର୍ଦ୍ଦେଶକ ନିଶା ପାହୁଜାଙ୍କ ନିର୍ଦ୍ଦେଶିତ ଫିଲ୍ମ 'To Kill A Tiger ' ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ବର୍ଗରେ ମନୋନୀତ ହୋଇ ସଫଳତା ହାସଲ କରିଛି । ତେବେ 'ଟୁ କିଲ୍ ଏ ଟାଇଗର'ର ନିର୍ଦ୍ଦେଶକ ନିଶା ପାହୁଜା କିଏ ଏବଂ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମର କାହାଣୀ କ'ଣ? ଜାଣନ୍ତୁ

  • " class="align-text-top noRightClick twitterSection" data="">

ଦିଲ୍ଲୀରେ ଜନ୍ମିତ ନିଶା ପାହୁଜାଙ୍କ ନିର୍ଦ୍ଦେଶିତ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ 'ଟୁ କିଲ୍ ଏ ଟାଇଗର' ଏକ ସତ ଘଟଣା ଉପରେ ଆଧାରିତ । ଏହି ଫିଲ୍ମ ଝାଡଖଣ୍ଡରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ଏବଂ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ପରିବାରର ଏକ ସତ ଘଟଣା ଉପରେ ପ୍ରସ୍ତୁତ କରାଯାଇଛି । ଓସ୍କାରରେ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ବର୍ଗରେ 'ଟୁ କିଲ୍ ଟାଇଗର' ମନୋନୀତ ହୋଇଛି । ଏହି ଫିଲ୍ମ ୧୦ ସେପ୍ଟେମ୍ବର ୨୦୨୨ରେ ଟରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା । ଏହା ପରେ ଜୁନ ୨୦୨୩ରେ, ଉତ୍ତର ଆମେରିକୀୟରେ ଆୟୋଜିତ ଲାଇଟହାଉସ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ।

ଟରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମ ଶ୍ରେଷ୍ଠ କାନାଡୀୟ ଫିଚର ଫିଲ୍ମ ପାଇଁ ଆମ୍ପ୍ଲିଫାଇ ଭଏସ ଆୱାର୍ଡ ଜିତିଥିଲା । ବର୍ତ୍ତମାନ ଏହି ଫିଲ୍ମ ଓସ୍କାର ପାଇଁ ମନୋନୀତ ହୋଇଛି । ଓସ୍କାରରେ ନାମାଙ୍କନ ପାଇବା ପୂର୍ବରୁ ଏହି ଡକ୍ୟୁମେଣ୍ଟାରୀ ବିଶ୍ବର ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ୧୯ଟି ପୁରସ୍କାର ଜିତିସାରିଛି । ଏଥିମଧ୍ୟରେ TIFF, ପ୍ଲାମ ସ୍ପ୍ରିଙ୍ଗ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଡକ ଅଭିଭ ଏବଂ କାନାଡୀୟ ଚଳଚ୍ଚିତ୍ର ମହୋତ୍ସବ ଅନ୍ତର୍ଭୁକ୍ତ ।

'ଟୁ କିଲ୍ ଏ ଟାଇଗର'ର କାହାଣୀ ବିଷୟରେ କହିବାକୁ ଗଲେ, ଝାଡଖଣ୍ଡର ଏକ ଗାଁରେ ଘଟିଥିବା ୧୩ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଉପରେ ଆଧାରିତ । ଯେଉଁଠି ଜଣେ ପିତା ନିଜ ଝିଅକୁ ନ୍ୟାୟ ଦେବା ପାଇଁ ସମାଜ ସହ କିପରି ସଂଘର୍ଷ କରିଛି ତାହା ଏଥିରେ ଦର୍ଶାଯାଇଛି । ଏହି ଚଳଚ୍ଚିତ୍ରଟି କର୍ଣ୍ଣେଲିଆ ପ୍ରିନ୍ସିପ ଏବଂ ଡେଭିଡ ଓପେନହାଇମଙ୍କ ଦ୍ବାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ନିଶା ପାହୁଜାଙ୍କ ନିର୍ଦ୍ଦେଶନା ଦେଇଛନ୍ତି ।

ନିଶା ପାହୁଜା କିଏ?

ନିଶା ପାହୁଜା ଜଣେ ଭାରତୀୟ କାନାଡିୟାନ ଚଳଚ୍ଚିତ୍ର ନିର୍ମାତା । ବର୍ତ୍ତମାନ ସେ କାନାଡାର ଟରଣ୍ଟୋରେ ରୁହନ୍ତି । ନିଶା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ଅଳ୍ପ ବୟସରେ ସେ ପ୍ରାୟ ୧୯୭୦ ମସିହାରେ ପିତାମାତାଙ୍କ ସହ ଟରଣ୍ଟୋକୁ ଯାଇଥିଲେ। ନିଶା କାନାଡାର ଚଳଚ୍ଚିତ୍ର ନିର୍ମାତା ଜନ୍ ୱାକର୍ ଏବଂ ଅଲି କାଜିମିଙ୍କ ସହ ଗବେଷକ(Researcher) ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । 'ଟୁ କିଲ୍ ଏ ଟାଇଗର' ପୂର୍ବରୁ ନିଶା ପାହୁଜା 'ଦ ୱାର୍ଲ୍ଡ ଫର୍ ହେର୍, ବଲିଉଡ୍ ବାଉଣ୍ଡ ଏବଂ ଡାଇମଣ୍ଡ ରୋଡ୍' ଭଳି ଲୋକପ୍ରିୟ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ନିର୍ଦ୍ଦେଶକ ଭାବରେ ବେଶ ପ୍ରଶଂସା ସାଉଁଟିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓସ୍କାରରେ ଆୱାର୍ଡ ହାତେଇଲା ଭାରତୀୟ ସିନେମା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଏହି ଫିଲ୍ମ ସହ 'ଟୁ କିଲ୍ ଏ ଟାଇଗର' ଟକ୍କର ଦେବ

'ଟୁ କିଲ୍ ଏ ଟାଇଗର' ସହ 'ବବି ୱାଇନ: ଦ ପିପଲ୍ସ ପ୍ରେସିଡେଣ୍ଟ', 'ଦ ଇଟରନଲ ମୋମୋରୀ', 'ଫର ଡଟର୍ସ' ଏବଂ '୨୦ ଇଜ ଇନ ମାରିୟୁପୋଲ' ମଧ୍ୟ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ପାଇଁ ସମାନ ବର୍ଗରେ ଓସ୍କାର ପାଇଁ ମନୋନୀତ ହୋଇଛି । ୯୬ ତମ ଏକାଡୋମୀ ପୁରସ୍କାର ମାର୍ଚ୍ଚ ୧୦, ୨୦୨୪ରେ ଲସ ଆଞ୍ଜେଲ୍ସର ଓଭେସନ୍ ହଲିଉଡର ଡଲବି ଥିଏଟରରେ ଅନୁଷ୍ଠିତ ହେବ । କ୍ରମାଗତ ଦ୍ବିତୀୟ ଥର ପାଇଁ ଜିମି କିମେଲ ଏହି ଉତ୍ସବ ହୋଷ୍ଟିଂ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.