ହାଇଦ୍ରାବାଦ: ପ୍ରେମ ସପ୍ତାହରେ ରିଲିଜ ହେଲା ସାହିଦ କପୁର ଏବଂ କ୍ରିତି ସାନନଙ୍କ ରୋମାଣ୍ଟିକ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝ ଜିଆ' । ଏହାପୂର୍ବରୁ ଗତକାଲି ଅର୍ଥାତ୍ ଫେବୃଆରୀ ୮ରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଆୟୋଜନ ହୋଇଥିଲା । ଏହି ସମୟରେ ସାହିଦଙ୍କ ପୁରା ପରିବାର ସମେତ ଅନେକ ବି-ଟାଉନ ସେଲିବ୍ରିଟି ନଜର ଆସିଥଲେ । ତେବେ ଆଜି ଫିଲ୍ମ ସିଲଭର ସ୍କ୍ରିନରେ ରିଲିଜ ହୋଇଥିବା ବେଳେ ଏହାର ପ୍ରଥମ ରିଭ୍ୟୁ ସେୟାର କରିଛନ୍ତି ସାହିଦଙ୍କ ପତ୍ନୀ ମୀରା ରାଜପୁତ ।
- " class="align-text-top noRightClick twitterSection" data="">
ମୀରା ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଫିଲ୍ମର ରିଭ୍ୟୁ ଦେଇଛନ୍ତି । ସେ ଫିଲ୍ମକୁ ବେଶ ଉପଭୋଗ କରିଥିବା କହିଛନ୍ତି । ସାହିଦ ଏବଂ ପୁରା ଟିମକୁ ଅଭିନନ୍ଦନ ଜଣାଇ ମୀରା ଲେଖିଛନ୍ତି, "ଫିଲ୍ମ ମନୋରଞ୍ଜନ ଏବଂ ହାସ୍ୟରସରେ ପରିପୂର୍ଣ୍ଣ । ଫିଲ୍ମଟି ହସାଇ ହସାଇ ବେଦମ କରିଦେଉଛି । ଦୀର୍ଘ ସମୟ ପରେ ମୁଁ ଏତେ ମନୋରଞ୍ଜନକାରୀ ଫିଲ୍ମ ଦେଖିଛି । ଫିଲ୍ମରେ ପ୍ରେମ, ହସ, ମଜା, ଡ୍ୟାନ୍ସ ଏବଂ ହୃଦୟସ୍ପର୍ଶୀ ବାର୍ତ୍ତା ରହିଛି ।" ସେ ଫିଲ୍ମର ଅଭିନେତ୍ରୀ କ୍ରିତିଙ୍କ ପ୍ରଶଂସାରେ ଲେଖିଛନ୍ତି, ଏହି ଫିଲ୍ମ ପାଇଁ ତୁମେ ସମ୍ପର୍ଣ୍ଣ ଫିଟ୍ । ଏଥିସହ ସ୍ୱାମୀଙ୍କ ପ୍ରଶଂସା କରି ଲେଖିଛନ୍ତି ଯେ, ଓଜି ଲଭର ବଏ, ତୁମ ପରି କେହି ନାହାଁନ୍ତି ।
ସୂଚନା ଅନୁସାରେ, କ୍ରିତି ଏବଂ ସାହିଦଙ୍କ ଏହି ଫିଲ୍ମଟି ୨୫୦୦ ସ୍କ୍ରିନରେ ରିଲିଜ ହୋଇଥିବା ଜଣାପଡିଛି । ଆଡଭାନ୍ସ ବୁକିଂ ବିଷୟରେ କହିବାକୁ ଗଲେ, ପ୍ରଥମ ଦିନ ପାଇଁ ଫିଲ୍ମର ଭଲ ଆଡଭାନ୍ସ ବୁକିଂ ହୋଇଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ତେରି ବାତୋଁ ମେ ଏସା ଉଲଝ ଜିଆ' ପ୍ରଥମ ଦିନରେ ୯୫ ହଜାର ୭୬୧ ଟିକେଟ୍ ବିକ୍ରି କରିସାରିଛି, ଯେଉଁଥିପାଇଁ ଫିଲ୍ମ ରିଲିଜ୍ ପୂର୍ବରୁ ୨.୧୧ କୋଟି ଟଙ୍କା କଲେକ୍ସନ କରିଛି । ତେବେ ଫିଲ୍ମ ପ୍ରଥମ ଦିନରେ ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ: ଫିଲ୍ମ ରିଲିଜ ପୂର୍ବରୁ ସିଦ୍ଧିବିନାୟକଙ୍କ ଶରଣରେ କ୍ରିତି ସାନନ
ତେରି ବାତୋଁ ମେ ଏସା ଉଲଝ ଜିଆ' ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହା ଏକ ସାଇନ୍ସ ଫିକ୍ସନ ଚଳଚ୍ଚିତ୍ର । ଏହି ଫିଲ୍ମରେ କ୍ରିତି ସାନନଙ୍କ ସହ ପ୍ରଥମ ଥର ପାଇଁ ସାହିଦ କପୁର ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଧର୍ମେନ୍ଦ୍ର, ଡିମ୍ପଲ୍ କପାଡିଆ, ରାକେଶ ବେଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । 'ତେରି ବାତୋଁ ମେ ଏସା ଉଲଝ ଜିଆ'ରେ ଅମିତ ଯୋଶୀ ଏବଂ ଆରଧନା ଶାହା ନିର୍ଦ୍ଦେଶନା ଦେଇଛନ୍ତି । ସେ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ଜିଓ ଷ୍ଟୁଡିଓ ଏବଂ ମାଡୋକା ଫିଲ୍ମସ୍ ମିଳିତ ଭାବେ ଏହି ଫିଲ୍ମ ନିର୍ମାଣ କରିଛନ୍ତି ।