ETV Bharat / entertainment

ତେରି ବାତୋଁ ମେ ଏସା ଉଲଝା ଜିଆ: ବଢୁଛି କ୍ରେଜ, ଦ୍ୱିତୀୟ ଦିନରେ କଲା ଏତିକି କୋଟି କଲେକ୍ସନ - Teri Baaton Mein Aisa Uljha Jiya

TBMAUJ Box Office Day 2: ଦର୍ଶକଙ୍କୁ ପସନ୍ଦ ଆସୁଛି ସାହିଦ କପୁର ଏବଂ କ୍ରିତି ସାନନଙ୍କ ଅନସ୍କ୍ରିନ ରୋମାନ୍ସ । ଫିଲ୍ମଟି ରିଲିଜର ଦ୍ୱିତୀୟ ଦିନରେ ବମ୍ପର କଲେକ୍ସନ କରିଛି । ଖୁବଶୀଘ୍ର ଫିଲ୍ମ ୨୦କୋଟି ଆୟ କରି ସଫଳତା ହାସଲ କରିବ ।

ତେରି ବାତୋଁ ମେ ଏସା ଉଲଝା ଜିଆ: ବଢୁଛି ଫିଲ୍ମର କ୍ରେଜ, ଦ୍ୱିତୀୟ ଦିନରେ କଲା ଏତିକି କୋଟି କଲେକ୍ସନ

author img

By ETV Bharat Odisha Team

Published : Feb 11, 2024, 5:54 PM IST

ହାଇଦ୍ରାବାଦ: ସାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝା ଜିଆ' ଫେବୃଆରୀ ୯ରେ ରିଲିଜ ହୋଇଥିଲା । ଭାଲେଣ୍ଟାଇନ ଡେ' ଅବସରରେ କମେଡି ଲଭଷ୍ଟୋରୀ ଭରା ଏହି ଫିଲ୍ମ ଦର୍ଶକଙ୍କ ଆକୃଷ୍ଟ କରିବାରେ ସଫଳ ହୋଇଛି । ଫିଲ୍ମ ରିଲିଜ ହେବା ଦିନ ଠାରୁ ଭଲ ପ୍ରଦର୍ଶନ କରୁଛି । ଆଜି ଫିଲ୍ମ ରିଲିଜକୁ ତୃତୀୟ ଦିନ ହୋଇଥିବା ବେଳେ ଗତ ଦୁଇ ଦିନ ମଧ୍ୟରେ ଫିଲ୍ମ ବମ୍ପର କଲେକ୍ସନ କରିଛି । ଦୁଇ ଦିନ ମଧ୍ୟରେ ଫିଲ୍ମ ୧୬ କୋଟି ଆୟ କରିବାରେ ସଫଳ ହୋଇଛି ।

ସାକନିକଙ୍କ ରିପୋର୍ଟ ଅନୁସାରେ, 'ତେରି ବାତୋଁ ମେ ଏସା ଉଲଝା ଜିଆ' ଫିଲ୍ମ ଫେବୃଆରୀ ୯ ଅର୍ଥାତ୍ ପ୍ରଥମ ଦିନରେ ୬.୭ କୋଟି ଆୟ କରିଥିଲା । ଏହି ଅନୁସାରେ, ପ୍ରଥମ ଦିନ ଅପେକ୍ଷା ଫିଲ୍ମ ଦ୍ବିତୀୟ ଦିନ ୪୦% ଅଧିକ କଲେକ୍ସନ କରିଛି । ଫିଲ୍ମଟି ଦ୍ବିତୀୟ ଦିନରେ ୯.୫୦ କୋଟି ଆୟ କରିଛି । ଏହିପରି ଫିଲ୍ମର ମୋଟ କେଲକ୍ସନ ୧୬.୦୨କୁ ବୃଦ୍ଧି ପାଇଛି । ତେବେ ଆଜି ରବିବାର ଛୁଟି ଦିନ ହୋଇଥିବାରୁ ଫିଲ୍ମ ପ୍ରାୟ ୨୦ କୋଟିରୁ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି । ଏଥିସହ ପ୍ରଥମ ସପ୍ତାହରେ ଫିଲ୍ମ ୩୫କୋଟିରୁ ଅଧିକ ଆୟ କରିବ ବୋଲି ଅନୁମାନ କରାଯାଉଛି ।

ତେରି ବାତୋଁ ମେ ଏସା ଉଲଝ ଜିଆ' ଫିଲ୍ମ ଏକ ସାଇନ୍ସ ଫିକ୍ସନ ଚଳଚ୍ଚିତ୍ର । ଏହି ଫିଲ୍ମରେ କ୍ରିତି ସାନନଙ୍କ ସହ ପ୍ରଥମ ଥର ପାଇଁ ସାହିଦ କପୁର ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଧର୍ମେନ୍ଦ୍ର, ଡିମ୍ପଲ୍ କପାଡିଆ, ରାକେଶ ବେଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । 'ତେରି ବାତୋଁ ମେ ଏସା ଉଲଝ ଜିଆ'ରେ ଅମିତ ଯୋଶୀ ଏବଂ ଆରଧନା ଶାହା ନିର୍ଦ୍ଦେଶନା ଦେଇଛନ୍ତି । ସେ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ଜିଓ ଷ୍ଟୁଡିଓ ଏବଂ ମାଡୋକା ଫିଲ୍ମସ୍ ମିଳିତ ଭାବେ ଏହି ଫିଲ୍ମ ନିର୍ମାଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରିଲିଜ ହେଲା ସାହିଦଙ୍କ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝା ଜିଆ', ପ୍ରଶଂସା କଲେ ପତ୍ନୀ

'ତେରି ବାତୋଁ ମେ ଏସା ଉଲଝା ଜିଆ' ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହି ସିନେମାରେ ସାହିଦ ଆର୍ଯ୍ୟନ ନାମକ ଜଣେ କମ୍ପ୍ୟୁଟର ଇଞ୍ଜିନିୟର ଭୂମିକାରେ ଅଭିନୟ କରିଥିବା ବେଳେ କ୍ରିତି ଏକ ରୋବଟ୍ ଶିଫ୍ରା ଭୂମିକାରେ ଅଭିନୟ କରିଛନ୍ତି । ଆର୍ଯ୍ୟନ ଶିଫ୍ରାଙ୍କୁ ଭଲ ପାଉଛନ୍ତି ଏବଂ ଉଭୟ ବିବାହ କରିବାକୁ ମଧ୍ୟ ଯୋଜନା କରୁଛନ୍ତି । ହେଲେ ଦିନେ ସାହିଦ ଜାଣିବାକୁ ପାଆନ୍ତି ଯେ, SIFRA- 'ସୁପର ଇଣ୍ଟେଲିଜେଣ୍ଟ୍ ମହିଳା ରୋବଟ୍ ଅଟୋମେସନ୍' ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅଟେ । ଏହାପରେ କାହାଣୀରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.