ETV Bharat / entertainment

ଶହେ କୋଟି କ୍ଲବରେ ଏଣ୍ଟ୍ରି କଲା 'ତେରି ବାତୋଁ ମେ ଏସା ଉଲଝା ଜିଆ' - ତେରି ବାତୋଁ ମେ ଏସା ଉଲଝା ଜିଆ

TBMAUJ Box Office Day 10: ବକ୍ସ ଅଫିସରେ କମାଲ କରୁଛି ସାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝା ଜିଆ' । ଭଲ ପ୍ରଦର୍ଶନ ସହ ବମ୍ପର କଲେକ୍ସନ କରୁଛି ଫିଲ୍ମ । ଏହି ଫିଲ୍ମ ବିଶ୍ୱରେ ୧୦୦ କୋଟି ପାର୍ କରି ସଫଳତା ହାସଲ କରିଛି । ଅଧିକ ପଢନ୍ତୁ

୧୦ଦିନରେ ୧୦୦ କୋଟି କ୍ଲବରେ ଏଣ୍ଟ୍ରି କଲା 'ତେରି ବାତୋଁ ମେ ଏସା ଉଲଝା ଜିଆ'

author img

By ETV Bharat Odisha Team

Published : Feb 19, 2024, 11:37 AM IST

ହାଇଦ୍ରାବାଦ: ଦର୍ଶକଙ୍କ ମନ ଜିତୁଛି ସାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝା ଜିଆ' । ଏହି ଫିଲ୍ମ ଦର୍ଶକଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ଗ୍ରହଣ କରୁଛି । ଏଥିସହ ଫିଲ୍ମଟି ଭଲ ରୋଜଗାର ମଧ୍ୟ କରୁଛି । କେବଳ ଭାରତରେ ନୁହେଁ ବିଶ୍ୱରେ ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି । ବର୍ତ୍ତମାନ ଫିଲ୍ମର ୧୦ଦିନରେ ପହଞ୍ଚିଥିବା ବେଳେ ଫିଲ୍ମଟି ବିଶ୍ୱରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ସେପଟେ ଭାରତରେ ମଧ୍ୟ ଫିଲ୍ମ ୫୦କୋଟିରୁ ଅଧିକ ଆୟ କରି ସଫଳତା ହାତେଇଛି ।

ରିପୋର୍ଟ ଅନୁସାରେ, ଫିଲ୍ମଟି ବିଶ୍ୱ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ ଆୟ କରିଛି । ଏହିପରି ଫିଲ୍ମ ଏକ ନୂଆ ରେକର୍ଡ ନିଜ ନାଁରେ କରିଛି । ଏହି ରେକର୍ଡ ଅନୁସାରେ ୧୦୦କୋଟି କ୍ଲବରେ ସାମିଲ ହୋଇଥିବା କ୍ରିତି ସାନନଙ୍କ ଏହି ଫିଲ୍ମ ପଞ୍ଚମ ଫିଲ୍ମ ହୋଇପାରିଛି । ଏହା ପୂର୍ବରୁ କ୍ରିତି ସାନନଙ୍କ ଅଭିନୀତ ଆଦିପୁରୁଷ, ହାଉସଫୁଲ ୪, ଦିଲୱାଲେ ଏବଂ ଲୁକା ଛୁପି ଭଳି ଫିଲ୍ମ ବିଶ୍ୱରେ ୧୦୦କୋଟି ପାର୍ କରି ସଫଳତା ହାସଲ କରିଥିଲା । ସେପଟେ ଏହି ସଫଳତାର ସହ ୧୦୦କୋଟି ପାର୍ କରିଥିବା ଚଳିତ ବର୍ଷର ଫିଲ୍ମ ମଧ୍ୟରେ ଚତୁର୍ଥ ଫିଲ୍ମ ଭାବେ ମଧ୍ୟ ସ୍ଥାନ ପାଇଛି ।

ଅନ୍ୟପଟେ 'ତେରି ବାତୋଁ ମେ ଏସା ଉଲଝା ଜିଆ'ର ଘରୋଇ ବକ୍ସ ଅଫିସ କଥା କହିବାକୁ ଗଲେ, ସାକନିକଙ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ରିଲିଜର ପ୍ରଥମ ଦିନରେ ୬.୭ କୋଟି ଟଙ୍କା ସହ ଓପନିଂ କରିଥିଲା । ପରେ ପ୍ରଥମ ସପ୍ତାହରେ ଫିଲ୍ମଟି ମୋଟ ୪୪.୩୫ କୋଟି ଆୟ କରିଥିଲା । ବର୍ତ୍ତମାନ ରିଲିଜର ୧୦ଦିନରେ ଫିଲ୍ମଟି ୬ କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ ୫୮.୨୦ କୋଟିକୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: ଖୁବ୍‌ଶୀଘ୍ର ଆସୁଛି ‘ଫର୍ଜି ୨’, ପୁଣି ଧମାଲ କମାଲ କରିବେ ସାହିଦ କପୁର

ତେରି ବାତୋଁ ମେ ଏସା ଉଲଝ ଜିଆ' ଫିଲ୍ମଟି ଭାଲେଣ୍ଟାଇନ ସପ୍ତାହ ଅବସରରେ ଫେବୃଆରୀ ୯ ତାରିଖରେ ରିଲିଜ ହୋଇଥିଲା । କମେଡ଼ି ଲଭଷ୍ଟୋରୀରେ ଭରା ଏହି ଫିଲ୍ମ ଦର୍ଶକ ପସନ୍ଦ କରିଛନ୍ତି । ତେବେ ଏହି ଫିଲ୍ମ ଏକ ସାଇନ୍ସ ଫିକ୍ସନ ଚଳଚ୍ଚିତ୍ର । ଏହି ଫିଲ୍ମରେ କ୍ରିତି ସାନନଙ୍କ ସହ ପ୍ରଥମ ଥର ପାଇଁ ସାହିଦ କପୁର ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଧର୍ମେନ୍ଦ୍ର, ଡିମ୍ପଲ୍ କପାଡିଆ, ରାକେଶ ବେଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । 'ତେରି ବାତୋଁ ମେ ଏସା ଉଲଝ ଜିଆ'ରେ ଅମିତ ଯୋଶୀ ଏବଂ ଆରଧନା ଶାହା ନିର୍ଦ୍ଦେଶନା ଦେଇଛନ୍ତି । ସେ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ଜିଓ ଷ୍ଟୁଡିଓ ଏବଂ ମାଡୋକା ଫିଲ୍ମସ୍ ମିଳିତ ଭାବେ ଏହି ଫିଲ୍ମ ନିର୍ମାଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.