ETV Bharat / entertainment

ଓଡ଼ିଆ ଫିଲ୍ମ 'ରଙ୍ଗଶୁର'କୁ ମିଳିଲା ରିଲିଜ ଡେଟ୍, ଏହି ଦିନ ପରଦାକୁ ଆସିବ - ODIA FILM RANGASHOOR RELEASE DATE

ଓଡ଼ିଆ ଫିଲ୍ମ 'ରଙ୍ଗଶୁର' ରିଲିଜ ତାରିଖ ଘୋଷଣା । କେବେ ପରଦାକୁ ଆସିବ ଫିଲ୍ମ ? ଜାଣନ୍ତୁ,

Odia Film Rangashoor Release Date
Odia Film Rangashoor Release Date (film poster)
author img

By ETV Bharat Entertainment Team

Published : Dec 10, 2024, 4:29 PM IST

ହାଇଦ୍ରାବାଦ: ଖୁବଶୀଘ୍ର ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ରଙ୍ଗଶୁର' । ଫିଲ୍ମ ଘୋଷଣା ଦିନ ଠାରୁ ଏହାର ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମର ନୂଆ ପୋଷ୍ଟ ରିଲିଜ କରି ନିର୍ମାତା ଏହାର ରିଲିଜ ତାରିଖ ଘୋଷଣା କରିଛନ୍ତି । ତେବେ 'ରଙ୍ଗଶୁର' କେବେ ପରଦାକୁ ଆସିବ ଫିଲ୍ମ ? ଜାଣନ୍ତୁ,

ଏହି ଦିନ ପରଦାକୁ ଆସିବ 'ରଙ୍ଗଶୂର'

ସୂର୍ଯ୍ୟମୟୀ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ଫିଲ୍ମର ଷ୍ଟାରକାଷ୍ଚଙ୍କୁ ଦେଖିବାକୁ ମିଳିଛି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ସ୍ଥିରତା, କ୍ଷତି ଏବଂ ଏକ ଉତ୍ତରାଧିକାରୀ ସଂରକ୍ଷଣ ପାଇଁ ସଂଗ୍ରାମର କାହାଣୀ । ମୁନ ଟିଭି ଆସୋସିଏସନ ଏବଂ ପ୍ରକାଶ ଫିଲ୍ମସ , ମାକ୍ସିମିନିଆ ଫିଲ୍ମସ । 12 ଜାନୁଆରୀ 2025 ରେ ବଡ ପରଦାରେ RANGASHOOR (ରଙ୍ଗଶୁର) ସିନେମାଟିକ୍ ଅନୁଭୂତି ନେଇ ଫେରୁଛୁ ।' ତେବେ ଫିଲ୍ମ ଆସନ୍ତାବର୍ଷ ମକର ସଂକ୍ରାନ୍ତୀ ଅବସରରେ 12 ଜାନୁଆରୀ ରେ ରିଲିଜ ହେବ ।

'ରଙ୍ଗଶୁର' ଫିଲ୍ମର ଷ୍ଟାରକାଷ୍ଟ

ପ୍ରକାଶ ଫିଲ୍ମସ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ଏହି ବିଗ ବଜେଟ ଫିଲ୍ମ ନିର୍ମିତ । ''ରଙ୍ଗଶୁର" ଫିଲ୍ମଟି ଓଡ଼ିଶାର ପରମ୍ପରା, ଲୋକକଳାକୁ ନେଇ ନିର୍ମିତ ହୋଇଛି । ଯାହାକୁ ନିର୍ଦ୍ଦେଶକ ପ୍ରତାପ ରାଉତ ନିର୍ଦ୍ଦେଶନା ଦେଇଥିବା ବେଳେ ଉମଙ୍ଗ, ହିମାଂଶୁ ଏବଂ ଶତ୍ରୁ ଏହାକୁ ଲେଖିଛନ୍ତି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ । ଏହି ଚଳଚ୍ଚିତ୍ରରେ ସୂର୍ଯ୍ୟମୟୀ ମହାପାତ୍ରଙ୍କ ସମେତ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ୱିତ ଏବଂ ଶୁଭଶ୍ରୀ ପ୍ରମୁଖ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'ପରବ' ପ୍ରି-ରିଲିଜ ଇଭେଣ୍ଟ; ଏହି ଦିନ ଭୁବନେଶ୍ୱର-ବେଙ୍ଗାଲୁରୁ-ଚେନ୍ନାଇରେ ହେବ ଧମାକା

'ରଙ୍ଗଶୁର' ଫିଲ୍ମର କାହାଣୀ

'ରଙ୍ଗଶୁର' ଚଳଚ୍ଚିତ୍ର ଯାହା ଆମ ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକ କଳା ନୃତ୍ୟ ବାଘ ନାଚକୁ ନେଇ ଆସୁଛି । ବାଘ ନାଚ ଯାହା ସମାଜ ପ୍ରତି ଏକ ସୁପ୍ରଭାବ ପକାଉଥିଲା । ଏବେ ପ୍ରାୟ ବିଲୁପ୍ତ । ସେହି ବିଲୁପ୍ତ ବାଘ ନାଚ ଉପରେ ଆଧାରିତ କାହାଣୀକୁ ନେଇ ଚଳଚିତ୍ର ଗତିଶୀଳ ହେଉଥିବା ବିବେଳେ ମୁଖ୍ୟ ଚରିତ୍ର ବାପା ଏବଂ ଝିଅ କୁ ନେଇ ଚିତ୍ରଣ ହେବ । ସେମାନେ ବାଘ ନାଚ କଳାକୁ କେମିତି ପୁନଃଉଦ୍ଧାର କରିପାରିବେ ସେମିତି ଏକ କାହାଣୀକୁ ନେଇ ଚଳଚ୍ଚିତ୍ର ରଙ୍ଗ-ଶୂର । ଭିନ୍ନ କାହାଣୀରେ ପ୍ରସ୍ତୁତ ଏହି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.