ETV Bharat / entertainment

ବକ୍ସ ଅଫିସରେ କଡା ଟକ୍କର; ଜନ-ଅକ୍ଷୟଙ୍କୁ ପଛରେ ପକାଇଲେ ଶ୍ରଦ୍ଧା, ଫାଷ୍ଟ ଶୋ’ରେ ଏତିକି ଆୟ କଲା 'ସ୍ତ୍ରୀ ୨-ବେଦା-ଖେଲ ଖେଲ ମେଁ' - Stree 2 Vs Khel Khel Vs Veda Day 1

author img

By ETV Bharat Odisha Team

Published : Aug 16, 2024, 10:03 AM IST

Stree 2 Vs Khel Khel Mein Vs Veda BO Day 1: ସ୍ୱାଧୀନତା ଦିବସରେ ଏକାସାଙ୍ଗେ ରିଲିଜ ହୋଇଛି ୩ଟି ବଲିଉଡ ଫିଲ୍ମ ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ସ୍ତ୍ରୀ ୨', ଜନ ଆବ୍ରାହମଙ୍କ ଫିଲ୍ମ 'ବେଦା' ଓ ଅକ୍ଷୟ କୁମାରଙ୍କ 'ଖେଲ ଖେଲ ମେଁ' । ବକ୍ସ ଅଫିସରେ ଏବେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ପ୍ରଥମ ଦିନରେ ଦର୍ଶକଙ୍କ ମନ ଜିତିବାରେ କେଉଁ ଫିଲ୍ମ ସଫଳ ହୋଇଛି ଏବଂ କେତେ ରୋଜଗାର କରିଛି ? ଜାଣନ୍ତୁ

ବକ୍ସ ଅଫିସରେ କଡା ଟକ୍କର; ଜନ-ଅକ୍ଷୟଙ୍କୁ ପଛରେ ପକାଇଲେ ଶ୍ରଦ୍ଧା, ପ୍ରଥମ ଦିନରେ ଏତିକି ଆୟ କଲା 'ସ୍ତ୍ରୀ ୨-ବେଦା-ଖେଲ ଖେଲ ମେଁ'
ବକ୍ସ ଅଫିସରେ କଡା ଟକ୍କର; ଜନ-ଅକ୍ଷୟଙ୍କୁ ପଛରେ ପକାଇଲେ ଶ୍ରଦ୍ଧା, ପ୍ରଥମ ଦିନରେ ଏତିକି ଆୟ କଲା 'ସ୍ତ୍ରୀ ୨-ବେଦା-ଖେଲ ଖେଲ ମେଁ' (ETV Bharat Odisha, Movie Poster)

ହାଇଦ୍ରାବାଦ: ଅଗଷ୍ଟ ୧୫ରେ ବକ୍ସ ଅଫିସରେ ବଡ଼ ଟକ୍କର ଦେଖିବାକୁ ମିଳିଛି । ପ୍ରେକ୍ଷାଳୟରେ ତିନୋଟି ଚଳଚ୍ଚିତ୍ର 'ସ୍ତ୍ରୀ 2', 'ଖେଲ ଖେଲ ମେଁ' ଏବଂ 'ବେଦା' ରିଲିଜ ହୋଇଛି । ସମସ୍ତ ତିନୋଟି ଚଳଚ୍ଚିତ୍ରର କାହାଣୀ ଭିନ୍ନ ରହିଥିବା ବେଳେ କିନ୍ତୁ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ସ୍ତ୍ରୀ ୨' । ସେହିପରି ଜନ ଆବ୍ରାହମଙ୍କ ଫିଲ୍ମ 'ବେଦା' ଓ ଅକ୍ଷୟ କୁମାରଙ୍କ 'ଖେଲ ଖେଲ ମେଁ' ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଥିଲେ ହେଁ 'ସ୍ତ୍ରୀ ୨'ରୁ ପଛରେ ରହିଛି । ତେବେ ଚାଲନ୍ତୁ ଜାଣିବା, ପ୍ରଥମ ଦିନରେ ଏହି ୩ଟି ଫିଲ୍ମ କେତେ କଲେକ୍ସନ କରିଛି?

ପ୍ରଥମ ଦିନରେ 'ସ୍ତ୍ରୀ ୨' କେତେ ଆୟ କରିଛି ?

ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ସ୍ତ୍ରୀ ୨', 'ସ୍ତ୍ରୀ' ର ସିକ୍ୱେଲ ଅଟେ । ଏଥିରେ ମଧ୍ୟ ପ୍ରଥମ ଭାଗ ପରି ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ନଜର ଆସିଛନ୍ତି । ଟ୍ରେଲର ରିଲିଜ ହେବା ଦିନ ଠାରୁ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ତେବେ ବର୍ତ୍ତମାନ ଫିଲ୍ମ ରିଲିଜ ହେବା ପରେ ଦର୍ଶକ ଏହାକୁ ବେଶ ପସନ୍ଦ କରିଛନ୍ତି । ପ୍ରଥମ ଦିନ ତଥା ଅଗଷ୍ଟ ୧୫ରେ ଫିଲ୍ମ ରିଲିଜ ହୋଇଥିବା ବେଳେ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା । 'ବେଦା' ଓ 'ଖେଲ ଖେଲ ମେଁ' ସହ କଡା ଟକ୍କର ସତ୍ତ୍ୱେ 'ସ୍ତ୍ରୀ ୨' ଲୋକପ୍ରିୟତା ହାସଲ କରିବା ସହ ବମ୍ପର କଲେକ୍ସନ କରିଛି । ଫିଲ୍ମର ପ୍ରଥମ ଦିନର ରୋଜଗାରର ପ୍ରାରମ୍ଭିକ ଆକଳନ ମଧ୍ୟ ଆସିଛି ।

  • ସାକ୍ନିଲ୍କଙ୍କ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, 'ସ୍ତ୍ରୀ ୨' ରିଲିଜର ପ୍ରଥମ ଦିନରେ ୪୬ କୋଟି ଟଙ୍କା ଆୟ କରିଛି
  • ବୁଧବାର ପ୍ରି-ରିଭ୍ୟୁରୁ ଏହି ଫିଲ୍ମ ୮.୩ କୋଟି ଟଙ୍କା ଆୟ କରିଛି
  • ତେବେ 'ସ୍ତ୍ରୀ ୨'ର ମୋଟ ୫୪.୩୫ କୋଟିରେ ପହଞ୍ଚିଛି । ପ୍ରଥମ ଦିନରେ ଫିଲ୍ମ ୫୦ କୋଟିରୁ ଅଧିକ ଆୟ କରି ଏକ ନୂଆ ରେକର୍ଡ ନିଜ ନାଁରେ କରିଛି

ପ୍ରଥମ ଦିନରେ 'ବେଦା' କେତେ ଆୟ କରିଛି ?

ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ତଥା ଜନ ଆବ୍ରାହମ ଏବଂ ଶାରଭରୀ ୱାଗଙ୍କ ଅଭିନୀତ 'ବେଦା' ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିଥିଲା। ଏହି ଆକ୍ସନ୍ ପ୍ୟାକ୍ ହୋଇଥିବା ଚଳଚ୍ଚିତ୍ରକୁ ବହୁ ପ୍ରଶଂସା କରାଯାଉଛି, ଯଦିଓ ଏହା ରୋଜଗାର ଦୃଷ୍ଟିରୁ 'ସ୍ତ୍ରୀ ୨' ଠାରୁ ବହୁ ପଛରେ ଅଛି । ଏହି ସମୟ ମଧ୍ୟରେ 'ବେଦା'ର ରୋଜଗାରର ପ୍ରାରମ୍ଭିକ ଆକଳନ ମଧ୍ୟ ଆସିଛି ।

  • ସାକ୍ନିଲ୍କର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'ବେଦା' ରିଲିଜ୍ ହେବାର ପ୍ରଥମ ଦିନରେ ସମସ୍ତ ଭାଷାରେ 6.52 କୋଟି ଟଙ୍କା ସଂଗ୍ରହ କରିଛି ।

ଓପନିଂ ଦିନରେ 'ଖେଲ ଖେଲ ମେଁ' କେତେ ଆୟ କରିଛି ?

୧୫ ଅଗଷ୍ଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଧ୍ୟରେ ରୋଜଗାର ଦୃଷ୍ଟିରୁ 'ଖେଲ ଖେଲ ମେଁ' ପଛରେ ରହିଛି । ତେବେ ଅକ୍ଷୟ କୁମାର, ତାପସୀ ପନ୍ନୁ, ଆମି ଭାର୍କ ଏବଂ ଫରଦ୍ଦିନ ଖାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି । ଅକ୍ଷୟ କୁମାର ମଧ୍ୟ ଦୀର୍ଘ ସମୟ ପରେ କମେଡିି ଫିଲ୍ମ ସହ ନଜର ଆସିଛନ୍ତି । ତେବେ 'ସ୍ତ୍ରୀ ୨' ଏବଂ 'ବେଦା' ରିଲିଜ ଦ୍ୱାରା ଏହି ଚଳଚ୍ଚିତ୍ରର ରୋଜଗାର ପ୍ରଭାବିତ ହୋଇଛି । ଏବେ 'ଖେଲ ଖେଲ ମେଁ'ର ପ୍ରଥମ ଦିନର ରୋଜଗାରର ପ୍ରାରମ୍ଭିକ ଆକଳନ ଆସିଛି ।

  • ସାକ୍ନିଲ୍କର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'ଖେଲ ଖେଲ ମେନ୍' ରିଲିଜ୍ ହେବାର ପ୍ରଥମ ଦିନରେ 5 କୋଟି ଟଙ୍କା ଆୟ କରିଛି।

ଏହା ମଧ୍ୟ ପଢନ୍ତୁ: ସ୍ୱାଧୀନତା ଦିବସରେ ସିନେପ୍ରେମୀଙ୍କ ପାଇଁ ଖୁସି ଖବର; ଏକାସାଙ୍ଗେ ରିଲିଜ ହେଉଛି 5 ଫିଲ୍ମ, ବକ୍ସ ଅଫିସରେ ବଡ଼ ଟକ୍କର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.