ETV Bharat / entertainment

ଆସିଲା Stree 2 ଟ୍ରେଲର, ଏଥର ସ୍ତ୍ରୀ ନୁହଁ ଦେଖିବାକୁ ମିଳିବ ସରକଟେଙ୍କ ଆତଙ୍କ - Stree 2 Trailer

author img

By ETV Bharat Odisha Team

Published : Jul 19, 2024, 10:50 AM IST

Stree 2 Trailer: ସିନେପ୍ରେମୀଙ୍କ ପାଇଁ ଖୁସି ଖବର । ରିଲିଜ ହେଲା ସ୍ତ୍ରୀ ୨ ଟ୍ରେଲର । ଏହି ଟ୍ରେଲରରେ ପୁଣି ଥରେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ହରର ସହ କମେଡି ତଡକା ଲଗାଉଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଟ୍ରେଲର,

ଆସିଲା ସ୍ତ୍ରୀ ୨ ଟ୍ରେଲର, ଏଥର ସ୍ତ୍ରୀ ନୁହଁ ଦେଖିବାକୁ ମିଳିବ ସରକଟେଙ୍କ ଆତଙ୍କ
ଆସିଲା ସ୍ତ୍ରୀ ୨ ଟ୍ରେଲର, ଏଥର ସ୍ତ୍ରୀ ନୁହଁ ଦେଖିବାକୁ ମିଳିବ ସରକଟେଙ୍କ ଆତଙ୍କ (IMAGE- MOVIE POSTER)

ହାଇଦ୍ରାବାଦ: ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ହରର କମେଡି ଚଳଚ୍ଚିତ୍ର 'ସ୍ତ୍ରୀ ୨' ପୁଣି କମବ୍ୟାକ କରିବାକୁ ଯାଉଛନ୍ତି । ଏହା ୨୦୧୮ରେ ରିଲିଜ ହୋଇଥିବା 'ସ୍ତ୍ରୀ'ର ସିକ୍ୱେଲ ଅଟେ । 'ସ୍ତ୍ରୀ' ବକ୍ସ ଅଫିସରେ ବେଶ ସଫଳତା ସହ ଲୋକପ୍ରିୟତା ହାସଲ କରିଥିଲା । ତେବେ ଏବେ ୪ ବର୍ଷ ପରେ ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ରାଜକୁମାର ଏବଂ ଶ୍ରଦ୍ଧା । ବର୍ତ୍ତମାନ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ଏହି ଟ୍ରେଲର ବେଶ ରୋମାଞ୍ଚକର ହୋଇଥିବା ବେଳେ ଦର୍ଶକ ବେଶ ପସନ୍ଦ କରିଛନ୍ତି ଏବଂ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

'ସ୍ତ୍ରୀ ୨' ଟ୍ରେଲର

'ସ୍ତ୍ରୀ ୨'ର କାହାଣୀ ଚନ୍ଦେରୀ ନାମକ ଏକ ଗାଁକୁ ନିର୍ମିତ । ପୂର୍ବ ଚଳଚ୍ଚିତ୍ର (ସ୍ତ୍ରୀ)ରେ ମହିଳାଙ୍କ ଆତଙ୍କ ଯୋଗୁଁ ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ସ୍ତ୍ରୀ ୨ର କାହାଣୀରେ ନୂଆ ମୋଡ଼ ଅଛି । 'ସ୍ତ୍ରୀ ୨'ରେ ସ୍ତ୍ରୀ ନୁହଁ ଏକ ପୁରୁଷ ସରକଟେ ଏଣ୍ଟ୍ରି କରିଛି, ଯିଏ ମହିଳାଙ୍କ ପାଇଁ ଅଧିକ ବିପଜ୍ଜନକ । ଏଥର ଶ୍ରଦ୍ଧା କପୁର ଚନ୍ଦେରୀ ଗାଁକୁ ମୁଣ୍ଡକଟା ଆତଙ୍କରୁ ଲୋକଙ୍କୁ ସୁରକ୍ଷା ଦେଉଥିବାର ନଜର ଆସିବେ। ଏହା ହେଉଛି ସେହି ଭୂତ ଯେଉଁଥିପାଇଁ ମହିଳାଙ୍କ ଆତଙ୍କ ଆରମ୍ଭ ହୋଇଥିଲା । ପ୍ରଥମ ଚଳଚ୍ଚିତ୍ରର ଶେଷରେ ଶ୍ରଦ୍ଧାଙ୍କ ଚରିତ୍ର ସ୍ତ୍ରୀ ଭାବେ ନଜର ଆସିଥିଲେ, ବର୍ତ୍ତମାନ 'ସ୍ତ୍ରୀ 2'ରେ ଏହା ସରକଟେଙ୍କ ସହ ଲଢୁଥିବା ନଜର ଆସିବେ । ଅନ୍ୟପକ୍ଷରେ ରାଜକୁମାର ରାଓଙ୍କ ଚରିତ୍ର ବିକି ଏବଂ ତାଙ୍କ ସାଙ୍ଗମାନଙ୍କ ଗ୍ୟାଙ୍ଗ ବର୍ତ୍ତମାନ ଶ୍ରଦ୍ଧାଙ୍କ ସହ ଗାଁରୁ ଏହି ଆତଙ୍କ ହଟାଇବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିବ । ୨ ମିନିଟ ୫୪ ସେକେଣ୍ଡର ଏହି ଟ୍ରେଲରରେ ସରକଟ ଏବଂ ସମସ୍ତ ଷ୍ଟାରକାଷ୍ଟଙ୍କ ଚରିତ୍ର ଖୁଲାସା ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଆସିଲା 'ସ୍ତ୍ରୀ ୨' ଟିଜର, ଏହି ଦିନ ପରଦାକୁ ଆସିବ ଫିଲ୍ମ

ଏହି ଦିନ ରିଲିଜ ହେବ 'ସ୍ତ୍ରୀ ୨'

ଦୀନେଶ ଭାଇଜାନ ଏବଂ ଜ୍ୟୋତି ଦେଶପାଣ୍ଡେ ଏକାଠି ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମର କୌଶିକ । ଫିଲ୍ମର କାହାଣୀ ନିରେନ ଭଟ୍ଟ ଲେଖିଛନ୍ତି । ଏଥର ମଧ୍ୟ 'ସ୍ତ୍ରୀ ୨'ରେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ନଜର ଆସିବେ । ଏମାନଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ଅପରକ୍ଷୀ ଖୁରାନା ଏବଂ ଅଭିଷେକ ବାନାର୍ଜୀ ମଧ୍ୟ ନଜର ଆସିବେ । ତେବେ 'ସ୍ତ୍ରୀ ୨' ଚଳିତ ବର୍ଷ ସ୍ୱାଧୀନତା ଦିବସ ଅର୍ଥାତ୍ ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.