ହାଇଦ୍ରାବାଦ: ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ହରର କମେଡି ଚଳଚ୍ଚିତ୍ର 'ସ୍ତ୍ରୀ' ବକ୍ସ ଅଫିସରେ ଧମାକା କରିଥିଲା । ୨୦୧୮ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହାର ସଫଳତା ପରେ, ନିର୍ମାତାମାନେ 'ସ୍ତ୍ରୀ ୨' ଘୋଷଣା କରିଥଲେ । ଯାହାପରେ ଫ୍ୟାନ୍ସ ଫିଲ୍ମକୁ ନେଇ ଉତ୍ସାହର ଅପେକ୍ଷା କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଫିଲ୍ମର ଟିଜର ରିଲିଜ କରିଛନ୍ତି । ଏହାସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ସ୍ୱାଧୀନତା ଦିବସରେ ରିଲିଜ ହେବ 'ସ୍ତ୍ରୀ ୨' ।
SHRADDHA KAPOOR - RAJKUMMAR RAO: ‘STREE 2’ TEASER IS HERE… 15 AUG *INDEPENDENCE DAY* RELEASE… #JioStudios and #MaddockFilms unveil the teaser of #Stree2, sequel to the much-loved and immensely successful #Stree [2018].
— taran adarsh (@taran_adarsh) June 25, 2024
Directed by #AmarKaushik, #Stree2 features the original… pic.twitter.com/NTGevJefz2
'ସ୍ତ୍ରୀ ୨' ଟିଜରରେ କ'ଣ ରହିଛି?
୧ ମିନିଟ ୩୦ ସେକେଣ୍ଡର ଟିଜର ଆରମ୍ଭରେ ଚନ୍ଦେରୀରେ ଜଣେ ମହିଳାଙ୍କ ପ୍ରତିମୂର୍ତ୍ତି ପ୍ରଦର୍ଶିତ ହୋଇଛି । ଏହି ପ୍ରତିମୂର୍ତ୍ତି ତଳେ ଲେଖା ହୋଇଛି, 'ମହିଳାମାନଙ୍କୁ ସୁରକ୍ଷା ଦିଅ ।' ଏହା ପରେ ରାଜକୁମାର ରାଓ, ଶ୍ରଦ୍ଧା କପୁର ଏବଂ ବାକି କାଷ୍ଟର ଝଲକ ଦେଖିବାକୁ ମିଳିଛି । ଟିଜରର ଗୋଟିଏ ଦୃଶ୍ୟରେ ଜଣେ ମହିଳା ପିଲାଙ୍କୁ ଭୟଭୀତ କରୁଥିବା ଦେଖାଯାଇଛି ଏବଂ ଶେଷରେ ଜଣେ ମହିଳାଙ୍କ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳେ ।
ସ୍ୱାଧୀନତା ଦିବସରେ ରିଲିଜ ହେବ 'ସ୍ତ୍ରୀ ୨'
ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିର୍ମାତା ମ୍ୟାଡକ୍ ଫିଲ୍ମସ ଏହି ଟିଜର ରିଲିଜ କରିଛନ୍ତି ଏବଂ ଲେଖିଛନ୍ତି, “ଏଥର ସ୍ୱାଧୀନତା ଦିବସରେ ଚନ୍ଦେରୀରେ ଆତଙ୍କ ସୃଷ୍ଟି ହେବ । ଏହି ସ୍ୱାଧୀନତା ଦିବସ ଅଗଷ୍ଟ ୧୫ରେ 'ସ୍ତ୍ରୀ ୨' ରିଲିଜ ହେବ । ବର୍ତ୍ତମାନ ସ୍ତ୍ରୀ ୨ ଟିଜର ରିଲିଜ ହୋଇଛି । ସେପଟେ ଟିଜର ଦେଖିବା ପରେ ଏହାକୁ ଲାଇକ କରିବା ସହ ପ୍ରଶଂସକମାନେ ଫିଲ୍ମ ରିଲିଜକୁ ନେଇ ଉତ୍ସାହିତ ଅଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, 'ଚଳିତ ବର୍ଷର ଶ୍ରେଷ୍ଠ ଟିଜର ।' ଅନ୍ୟ ଜଣେ ଲେଖିଛନ୍ତି, 'ସ୍ତ୍ରୀ ଫେରି ଆସିଛନ୍ତି ।'
'ସ୍ତ୍ରୀ ୨' ଷ୍ଟାରକାଷ୍ଟ
ଦୀନେଶ ଭାଇଜାନ ଏବଂ ଜ୍ୟୋତି ଦେଶପାଣ୍ଡେ ଏକାଠି ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ବେଳେ ଫିଲ୍ମରେ ରାଜକୁମାର ରାଓ, ଶ୍ରଦ୍ଧା କପୁର, ପଙ୍କଜ ତ୍ରିପାଠୀ ଏବଂ ଅଭିଷେକ ବାନାର୍ଜୀ ପୁଣିଥରେ ଫିଲ୍ମରେ ନିଜର କମେଡି ସହ ଲୋକଙ୍କ ହୃଦୟ ଜିତିବେ । ଫିଲ୍ମର କାହାଣୀ ନିରେନ ଭଟ୍ଟ ଲେଖିଛନ୍ତି । ତେବେ ସ୍ତ୍ରୀ-2ରେ ଏଥର ଶ୍ରଦ୍ଧା କପୁରଙ୍କୁ ଚନ୍ଦେରୀ ଗାଁକୁ ମୁଣ୍ଡକଟା ଆତଙ୍କରୁ ରକ୍ଷା କରୁଥିବା ଦେଖିବାକୁ ମିଳିବ ।
ଏହା ମଧ୍ୟ ପଢନ୍ତୁ: ହରର କମେଡି ଫିଲ୍ମ ସ୍ତ୍ରୀ-2ର ସୁଟିଂ ଆରମ୍ଭ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ