ETV Bharat / entertainment

'ଜିନ୍ଦା ବନ୍ଦା' ଗୀତରେ ନାଚିଲେ ମୋହନଲାଲ, ଫିଦା ହେଲେ କିଙ୍ଗ ଖାନ - MOHANLAL ZINDA BANDA DANCE VIDEO

author img

By ETV Bharat Odisha Team

Published : Apr 23, 2024, 3:57 PM IST

Mohanlal Dance On Zinda Banda Song: ମୋହନଲାଲ ଆକ୍ସନ, ଅଭିନୟ ଏବଂ ଡ୍ୟାନ୍ସରେ ଲୋକଙ୍କ ମନ ଜିତିଥାନ୍ତି । ବର୍ତ୍ତମାନ ଅଭିନେତା ନିଜ ଡ୍ୟାନ୍ସରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଶାହାରୁଖ ଖାନଙ୍କ ଗୀତ 'ଜିନ୍ଦା ବନ୍ଦା'ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଯାହାକୁ ନେଇ ଶାହାରୁଖ ମୋହନଲାଲଙ୍କୁ କୃତଜ୍ଞତା ଜଣାଇଛନ୍ତି ।

'ଜିନ୍ଦା ବନ୍ଦା' ଗୀତରେ ନାଚିଲେ ମୋହନଲାଲ, ଫିଦା ହେଲେ କିଙ୍ଗ ଖାନ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ମୋହନଲାଲ ନିଜ ଦମଦାର ଆକ୍ସନ, ଅଭିନୟ ଏବଂ ଡ୍ୟାନ୍ସରେ ଲୋକଙ୍କ ମନ ଜିତିଥାନ୍ତି । ଏହି ସମୟରେ ଅଭିନେତାଙ୍କ ଭିଡିଓ ସାମ୍ନାକୁ ଆସଛି । ଯେଉଁଥିରେ ସେ ଶାହାରୁଖ ଖାନଙ୍କ ଫିଲ୍ମ ବ୍ଲକବ୍ଲଷ୍ଟର ଫିଲ୍ମ 'ଜବାନ' ଗୀତ 'ଜିନ୍ଦା ବନ୍ଦା'ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଏହି ଗୀତର ରିହରସଲ୍ ଭିଡିଓ ମଧ୍ୟ ଭାଇରାଲ ହେଉଛି ।ମୋହନଲାଲଙ୍କ ଏହି ଗୀତରେ ଡ୍ୟାନ୍ସକୁ ନେଇ ଫ୍ୟାନ୍ସ ବେଶ ପ୍ରଶଂସା କରିଛନ୍ତି । ଏପରିକି ଶାହାରୁଖ ଖାନ ମଧ୍ୟ ସୋସିଆଲ ମିଡିଆରେ ମୋହନଲାଲଙ୍କ ଡ୍ୟାନ୍ସ ଭିଡିଓ ସେୟାର କରି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କିଙ୍ଗ ଖାନ ତାଙ୍କ ଫ୍ୟାନ କ୍ଲବ ଦ୍ୱାରା ସେୟାର ହୋଇଥିବା ଭିଡିଓକୁ ପୁଣି ସେୟାର କରିଛନ୍ତି । ଯେଉଁଥିରେ ମୋହନଲାଲ ମଞ୍ଚରେ 'ଜବାନ' ଗୀତ 'ଜିନ୍ଦା ବନ୍ଦା'ରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ମୋହନଲାଲ୍ ସାର୍ ବର୍ତ୍ତମାନ ଏହି ଗୀତକୁ ମୋ ପାଇଁ ସବୁଠାରୁ ସ୍ୱତନ୍ତ୍ର କରିବା ପାଇଁ ଆପଣଙ୍କୁ ଧନ୍ୟବାଦ । ଲଭ୍ ୟୁ ସାର୍ ଏବଂ କେବେ ଆପଣଙ୍କ ସହ ଘରେ ରାତ୍ରୀ ଭୋଜନ କରିବି ଅପେକ୍ଷା କରିଛି । ତୁମେ OG ଜିନ୍ଦା ବନ୍ଦା ।''

କହିରଖୁଛୁ କି, କୋଚିରେ ଏକ ପୁରସ୍କାର ସମାରୋହରେ ୬୩ ବର୍ଷୀୟ ମୋହନଲାଲ ଶାହାରୁଖ ଏବଂ ରଜନୀକାନ୍ତଙ୍କ ଗୀତରେ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ପ୍ରଥମେ ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ର ଗୀତ 'ହୁକୁମ୍' ପରିବେଷଣ କରିଥିଲେ । ଏହା ପରେ ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ'ରୁ 'ଜିନ୍ଦା ବନ୍ଦା' ଗୀତରେ ମୋହନଲାଲ ଖୁବ ସୁନ୍ଦର ଡ୍ୟାନ୍ସ ପରଫର୍ମ କରିଥିଲେ । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । କିଙ୍ଗଖାନଙ୍କ ସମେତ ଫ୍ୟାନ୍ସ ଏହି ଭିଡିଓକୁ ବେଶ ପସନ୍ଦ କରିଛନ୍ତି ।

  • #Lalettan latest!

    Dance Rehersal For Vanitha Award's 2024#Mohanlal pic.twitter.com/ZMPL7vItwc— Renji Renjith (@renji_renjith__) April 21, 2024

ଏହା ମଧ୍ୟ ପଢନ୍ତୁ: 'ଜବାନ ୨' ସହ ପୁଣି ଫେରିବେ କିଙ୍ଗ ଖାନ, ଅଟଲି ଦେଲେ ହିଣ୍ଟ୍

'ଜବାନ' ଫିଲ୍ମ ବିଷୟରେ କହିବାକୁ ଗଲେ, ସାଉଥ ନିର୍ଦ୍ଦେଶକ ଅଟଲି କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ 'ଜବାନ' ସେପ୍ଟେମ୍ବର ୭ ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ କରିଥିଲା । ଆକ୍ସନ୍ ଥ୍ରୀଲରରେ ମୁଖ୍ୟ ଭୂମିକାରେ ସାଉଥ ଅଭିନେତା ବିଜୟ ସେଥୁପଥି ଏବଂ ନୟନତାରା ଏବଂ ବଲିଉଡ ଅଭିନେତା ଦୀପିକା ପାଦୁକୋନ ଅଭିନୟ କରିଛନ୍ତି । ୩୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ୧୧୫୦କୋଟିରୁ ଅଧିକ ଆୟ କରି ଇତିହାସ ରଚିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.