ETV Bharat / entertainment

'ମୈଦାନ'କୁ ପ୍ରଶଂସାରେ ପୋତିଲେ ଦାଦା - maidaan - MAIDAAN

Sourav Ganguly Praises Maidaan: ଭାରତୀୟ କ୍ରିକେଟ ଟିମର ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି ନିକଟରେ ରିଲିଜ ହୋଇଥିବା ଫିଲ୍ମ ମୈଦାନର ପ୍ରଶଂସା କରିଛନ୍ତି । ଏହି ଫିଲ୍ମ ଭାରତର ମହାନ ଫୁଟବଲ କୋଚ ସେୟଦ ଅବଦୁଲ୍ଲ ରହିମଙ୍କ ବାୟୋପିକ ଅଟେ । ଅଧିକ ପଢନ୍ତୁ

Sourav Ganguly Praises Maidaan
Sourav Ganguly Praises Maidaan
author img

By ETV Bharat Odisha Team

Published : Apr 14, 2024, 7:51 AM IST

ହାଇଦ୍ରାବାଦ: ସୌରଭ ଗାଙ୍ଗୁଲିଙ୍କୁ ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ ଅଧିନାୟକ ଭାବେ ଗଣନା କରାଯାଏ । ଏହାସହ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ସେ ଦାଦା ଭାବରେ ପରିଚିତ । ତେବେ ନିକଟରେ ରିଲିଜ ହୋଇଥିବା ଅଜୟ ଦେବଗନଙ୍କ ଷ୍ଟାରର ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ' ମୈଦାନ'ର ଭୂରି ଭୂରି ପ୍ରଶଂସା କରିଛନ୍ତି ସୌରଭ ଗାଙ୍ଗୁଲି । ସେ ଫିଲ୍ମ ମୈଦାନର ପୋଷ୍ଟର ସେୟାର କରି ଲେଖିଛନ୍ତି, 'ଭାରତର ମହାନ ଫୁଟବଲ ପ୍ରଶିକ୍ଷକ ସୟଦ ଅବଦୁଲ ରହୀମ ଏବଂ ଭାରତୀୟ ଫୁଟବଲର ସୁବର୍ଣ୍ଣ ସମୟକୁ ପୁନର୍ବାର ଅନୁଭବ କରିବାର ସୁଯୋଗ ପାଇଛି । ଏନେଇ ସେ କହିଛନ୍ତି ଏହି ଚଳଚ୍ଚିତ୍ର ଦେଖିବାକୁ ଆଦୌ ଭୁଲନ୍ତୁ ନାହିଁ ।

ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ମଧ୍ୟ ଇନଷ୍ଟାଗ୍ରାମରେ ଏହି ଫିଲ୍ମର ପ୍ରଶଂସା କରିଛନ୍ତି । କହିଛନ୍ତି ଯେ, ସେ ଫିଲ୍ମ ଦେଖିବା ପାଇଁ ଅପେକ୍ଷା କରିପାରିବେ ନାହିଁ । ସବୁ ଦିଗରୁ 'ମୈଦାନ'କୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ଦ୍ୱିତୀୟ ଦିନରେ ଏହି ଫିଲ୍ମ 2.75 କୋଟି ଟଙ୍କା ଆୟ କରି ମୋଟ ଆୟ 9.85 କୋଟି ଟଙ୍କା ନେଇଛି । ଏପ୍ରିଲ୍ 12ରେ ଏହି ଚଳଚ୍ଚିତ୍ରଟି ହିନ୍ଦୀ ବେଲ୍ଟରେ 8.81 ପ୍ରତିଶତ ସ୍ଥାନ ଅଧିକାର କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଦର୍ଶକଙ୍କ ପାଇଁ ଖୁସି ଖବର, ‘ମୈଦାନ’ର ଗୋଟିଏ ଟିକେଟ କିଣିଲେ ଗୋଟିଏ ଫ୍ରି

ଏହା ମଧ୍ୟ ପଢନ୍ତୁ- ମୈଦାନ ବନାମ ବଡେ ମିୟାଁ ଛୋଟେ ମିୟାଁ: ଦ୍ବିତୀୟ ଦିନରେ ଏତିକି କଲେକ୍ସନ କଲା ଫିଲ୍ମ

ଏହି ଫିଲ୍ମ ଜଣେ ବ୍ୟକ୍ତିଙ୍କ ପ୍ରକୃତ କାହାଣୀ ନେଇ ପ୍ରସ୍ତୁତ କରାଯାଇଛି । ଯିଏ ଭାରତ ପାଇଁ ଏପରି ଇତିହାସ ଏବଂ ରେକର୍ଡ ସୃଷ୍ଟି କରିଥିଲେ । ଯାହା କି ବର୍ଷବର୍ଷ ପରେ ମଧ୍ୟ ଆମେ ବିଶ୍ବର ସର୍ବାଧିକ ଖେଳାଯାଇଥିବା କ୍ରୀଡ଼ାରେ ସେହି ସଫଳତା ସହ ମେଳ କରାଯାଇପାରିନାହିଁ । ଏହି ଫିଲ୍ମରେ ଅଜୟ ଦେବଗନଙ୍କୁ ଏକ ଫୁଟବଲ ପ୍ରଶିକ୍ଷକ ସେୟଦ ଅବଦୁଲ୍ଲ ରହିମଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଯିଏ ୧୯୫୨ ରୁ ୧୯୬୨ ପର୍ଯ୍ୟନ୍ତ ଫୁଟବଲ କୋଚ ଥିଲେ । ଅଜୟ ଦେବଗନଙ୍କ ବ୍ୟତୀତ ଦକ୍ଷିଣ ଅଭିନେତ୍ରୀ ପ୍ରିୟମଣି, ଗଜରାଜ ରାଓ ଏବଂ ଦକ୍ଷିଣ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଆର୍ ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.