ETV Bharat / entertainment

ଲକ୍ଷ୍ନୌରେ ଅକ୍ଷୟ-ଟାଇଗରଙ୍କ ଉପରକୁ ଚପଲ ମାଡ଼

author img

By ETV Bharat Odisha Team

Published : Feb 27, 2024, 11:16 AM IST

Slippers Thrown At Akshay-Tiger: ଫିଲ୍ମ ପ୍ରମୋସନ ବେଳେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଉପରକୁ ଚପଲ ମାଡ଼ । ଉଭୟଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ହଙ୍ଗାମା ହେବା ସହ ଚପଲ ମାଡ଼ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ଅଧିକ ପଢନ୍ତୁ

ଲକ୍ଷ୍ନୌରେ ଅକ୍ଷୟ-ଟାଇଗରଙ୍କ ଉପରକୁ ଚପଲ ମାଡ଼, 'ବଡ଼େ ମିୟାଁ ଛୋଟେ ମିୟାଁ' ପ୍ରମୋସନ ବେଳେ ହଙ୍ଗାମା

ଲକ୍ଷ୍ନୌ: ଫିଲ୍ମ ପ୍ରମୋସନ କରିବାକୁ ଯାଇ ହଟହଟା ହେଲେ ବଲିଉଡର ଦୁଇ ଲୋକପ୍ରିୟ ଷ୍ଟାର ଅକ୍ଷୟ କୁମାର ଓ ଟାଇଗର ଶ୍ରଫ । ଗତକାଲି (ସୋମବାର) ଉଭୟ ଲକ୍ଷ୍ନୌରେ ଆଗାମୀ ଫିଲ୍ମ 'ବଡ଼େ ମିୟାଁ ଛୋଟେ ମିୟାଁ'ର ପ୍ରମୋସନ ପାଇଁ ପହଞ୍ଚିଥିଲେ । ଦୁଇ ତାରକାଙ୍କୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏତିକି ବେଳେ ଲୋକେ ସେଠାରେ ଅକ୍ଷୟ ଏବଂ ଟାଇଗରଙ୍କ ଉପରକୁ ଚପଲ ମାଡ଼ କରିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲୋକଙ୍କ ଉପରକୁ ଲାଠିଚାର୍ଜ କରିବାକୁ ପଡିଥିଲା । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ଭିଡିଓରେ ଅକ୍ଷୟ ଏବଂ ଟାଇଗରଙ୍କୁ ମଞ୍ଚରେ ଦେଖିବାକୁ ମିଳିଛି, ​​ଯେଉଁଠାରେ ସେମାନେ ଲକ୍ଷ୍ନୌ ଆସିବା ପରେ ସେମାନଙ୍କ ଉତ୍ସାହ ବିଷୟରେ କହୁଛନ୍ତି । ଏହି ସମୟରେ ଉଭୟ ତାରକାଙ୍କ ଝଲକ ଦେଖିବାକୁ ଭିଡ଼ ଜମିଥିଲା । ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବାବେଳେ ଅନେକ ଲୋକ ଚପଲ ଫିଙ୍ଗିଥିଲେ । ଉତ୍ତେଜନା କାରଣରୁ କିଛି ସମୟ ପାଇଁ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଥିଲା ।

ଏହି ସମୟରେ ଅକ୍ଷୟ ଏବଂ ଟାଇଗର ଲାଇଭ ଷ୍ଟଣ୍ଟ ପ୍ରଦର୍ଶନ କରିବା ସହ ନିଜ ଫିଲ୍ମର ଗୀତରେ ଡ୍ୟାନ୍ସ କରିଥିଲେ । ହେଲେ ଚପଲ ଏବଂ ଭିଡ଼କୁ ଦେଖି ଅକ୍ଷୟ କୁମାର ଲୋକଙ୍କୁ ଅନୁରୋଧ କରି କହିଥିଲେ, ''ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି, ସମସ୍ତେ ନିଜକୁ ରକ୍ଷା କରନ୍ତୁ । ଏଠାରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି, ସେମାନଙ୍କର ଯତ୍ନ ନିଅନ୍ତୁ । ମୁଁ ତୁମ ସମସ୍ତଙ୍କୁ ଭେଟିବାକୁ ଆସିଛି ।'' ଏହାପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା ।

ସେପଟେ ଏହି ପ୍ରସଙ୍ଗରେ SHO ଠାକୁରଗଞ୍ଜ କହିଛନ୍ତି ଯେ, ଦର୍ଶକମାନେ ଖୁସିରେ ଚପଲ ଫିଙ୍ଗିଥିଲେ, କାହା ଉପରେ ପକାଇ ନଥିଲେ । ଲକ୍ଷ୍ନୌରେ ଏଭଳି ତାରକାଙ୍କ ଲାଇଭ ଷ୍ଟଣ୍ଟ ପ୍ରଥମ ଥର ପାଇଁ ହୋଇଛି । ଏଥିପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା । ସେ ଆହୁରି କହିଛନ୍ତି, ''ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମର ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଲୋକେ ଚପଲ ପିଙ୍ଗୁଥିବାର ନଜର ଆସିଛନ୍ତି । ଏହା ସତ, ହେଲେ ଲୋକେ ଖୁସିରେ ଏହି ଚପଲ ପିଙ୍ଗିଛନ୍ତି । କାହାକୁ ମାରିବା ଉଦ୍ଦେଶ୍ୟରେ ନୁହଁ । ଏନେଇ କୌଣସି ମାମଲା ରୁଜୁ ହୋଇନାହିଁ । ପ୍ରବଳ ଭିଡ଼ ଜମିଥିଲା ହେଲେ ସ୍ଥିତି ନିୟନ୍ତ୍ରଣରେ ରହିଥିଲା । ଫିଲ୍ମ ପ୍ରମୋସନ ସୁରୁଖୁରୁରେ ହୋଇଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ ।''

ଏହା ମଧ୍ୟ ପଢନ୍ତୁ: 'ବଡ଼େ ମିୟାଁ ଛୋଟେ ମିୟାଁ' ଟିଜର ରିଲିଜ, ଟାଇଗର-ଅକ୍ଷୟଙ୍କ ଆକ୍ସନ ଅବତାର ଉଡ଼ାଇଲା ହୋସ୍

ସୂଚନାଥାଉ କି, ଅକ୍ଷୟ ଓ ଟାଇଗରଙ୍କ ଆଗାମୀ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଚଳିତ ବର୍ଷ ଇଦ୍‌ରେ ରିଲିଜ ହେବ । ଏହି ଫିଲ୍ମରେ ଅକ୍ଷୟ, ଟାଇଗରଙ୍କ ବ୍ୟତୀତ ମାଲାୟାଲମ୍ ତାରକା ପୃଥ୍ୱୀରାଜ ସୁକୁମାରନଙ୍କୁ ଦେଖିବାକୁ ମିଳିବ । ଏଥିସହ ଫିଲ୍ମରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ମାନୁଶି ଚିଲାର୍ ଏବଂ ଆଲାୟା ଏଫ୍ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଓ ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.