ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଶୃତି ହାସନଙ୍କୁ ପ୍ରଭାସଙ୍କ ସହ ଫିଲ୍ମ 'ସାଲାର'ରେ ଦେଖିବାକୁ ମିଳିଥିଲା । ଏବେ ଅଭିନେତ୍ରୀ ତାଙ୍କ ନୂଆ ଚଳଚ୍ଚିତ୍ର ନେଇ ଚର୍ଚ୍ଚାରେ ରହିଛନ୍ତି । ଶୃତି ଆଗାମୀ ଅନ୍ତର୍ଜାତୀୟ ଫିଲ୍ମ 'ଚେନ୍ନାଇ ଷ୍ଟୋରୀ'ରେ ନଜର ଆସିବେ । ଏହାକୁ ବାଫଟା ବିଜେତା ଫିଲିପ୍ ଜନ୍ ନିର୍ଦ୍ଦେଶନା ଦେଉଛନ୍ତି । ଏହି ଚଳଚ୍ଚିତ୍ରରେ କାମ କରିବା ନେଇ ଶୃତି ହାସନ ନିଜର ଉତ୍ସାହ ବ୍ୟକ୍ତ କରିଛନ୍ତି ।
-
SHRUTI HAASAN STARS IN INDO-UK CO-PRODUCTION… BAFTA WINNER PHILIP JOHN TO DIRECT… #ShrutiHaasan will headline #ChennaiStory, an Indo-UK co-production backed by the British Film Institute’s [#BFI] UK Global Screen Fund.#ChennaiStory - a cross-cultural rom-com - is an #English… pic.twitter.com/HuXwSnJCKI
— taran adarsh (@taran_adarsh) January 24, 2024 " class="align-text-top noRightClick twitterSection" data="
">SHRUTI HAASAN STARS IN INDO-UK CO-PRODUCTION… BAFTA WINNER PHILIP JOHN TO DIRECT… #ShrutiHaasan will headline #ChennaiStory, an Indo-UK co-production backed by the British Film Institute’s [#BFI] UK Global Screen Fund.#ChennaiStory - a cross-cultural rom-com - is an #English… pic.twitter.com/HuXwSnJCKI
— taran adarsh (@taran_adarsh) January 24, 2024SHRUTI HAASAN STARS IN INDO-UK CO-PRODUCTION… BAFTA WINNER PHILIP JOHN TO DIRECT… #ShrutiHaasan will headline #ChennaiStory, an Indo-UK co-production backed by the British Film Institute’s [#BFI] UK Global Screen Fund.#ChennaiStory - a cross-cultural rom-com - is an #English… pic.twitter.com/HuXwSnJCKI
— taran adarsh (@taran_adarsh) January 24, 2024
ଶ୍ରୁତି 'ଚେନ୍ନାଇ ଷ୍ଟୋରୀ'ରେ କାମ କରିବାକୁ ଉତ୍ସାହିତ ଅଛନ୍ତି
'ଚେନ୍ନାଇ ଷ୍ଟୋରୀ' ବିଷୟରେ ଶୃତି ହାସନ କହିଛନ୍ତି, 'ମୁଁ ଏହି ଫିଲ୍ମରେ କାମ କରି ବହୁତ ଖୁସି । ଚେନ୍ନାଇର ବିବିଧତା ଏବଂ ସ୍ବତନ୍ତ୍ରତା ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହେବ, ତେଣୁ ଏହି ଚଳଚ୍ଚିତ୍ରଟି ମୋ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର । 'ଚେନ୍ନାଇ ଷ୍ଟୋରୀ' ମାଧ୍ୟମରେ ମୁଁ ମୋର ସଂସ୍କୃତିକୁ ଅନ୍ତର୍ଜାତୀୟ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରସ୍ତୁତ ଅଛି ।' ସେହିପରି ବାଫଟା ବିଜେତା ଫିଲିପ ଜନ୍ କହିଛନ୍ତି, 'ଚେନ୍ନାଇ ଷ୍ଟୋରୀ' ଚଳଚ୍ଚିତ୍ରରେ ଶୃତି ହାସନଙ୍କ ସହ କାମ କରିବାକୁ ମୁଁ ଉତ୍ସାହିତ ଅଛି । ଏହି ଚଳଚ୍ଚିତ୍ରରେ ଚେନ୍ନାଇ ଏବଂ କାର୍ଡିଫ୍ ସହରର ସଂସ୍କୃତି ପ୍ରଦର୍ଶିତ ହେବ । BFI ର ସହଯୋଗରେ ଏହି ଚଳଚ୍ଚିତ୍ର ଅନ୍ତର୍ଜାତୀୟ ସ୍ତରରେ ଏକ ନୂତନ ସହଯୋଗକୁ ଚିହ୍ନିତ କରିବ।'
ଏହି ଚଳଚ୍ଚିତ୍ର ଭାରତ ଏବଂ ବ୍ରିଟେନର ଭାଗିଦାରୀରେ ନିର୍ମିତ ହେଉଛି । ବ୍ରିଟିଶ ଫିଲ୍ମ ଇନଷ୍ଟିଚ୍ୟୁଟ୍ (ବିଏଫ୍ଆଇ) ୟୁକେ ଗ୍ଲୋବାଲ୍ ସ୍କ୍ରିନ୍ ପାଣ୍ଠି ଏହି ଚଳଚ୍ଚିତ୍ରକୁ ପ୍ରସ୍ତୁତ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ବ୍ରିଟିଶ ତାରକା ବିବେକ କାଲରାଙ୍କ ସହ ଶ୍ରୁତି ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରକୁ ସାରା ବିଶ୍ବରେ ଦର୍ଶକ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ନିର୍ମାତା । 'ଚେନ୍ନାଇ ଷ୍ଟୋରୀ' ଚଳଚ୍ଚିତ୍ରର ପ୍ରି-ପ୍ରଡକ୍ସନ୍ କରାଯାଉଛି, ଏହା ପରେ ଚେନ୍ନାଇରେ ଏହାର ସୁଟିଂ ଆରମ୍ଭ ହେବ ।
ଏହା ମଧ୍ୟ ପଢନ୍ତୁ: ଦାଦାସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ: ସାଲାରକୁ 'ଫିଲ୍ମ ଅଫ ଦ ଇୟର' ଆୱାର୍ଡ
ଚେନ୍ନାଇ ଷ୍ଟୋରୀ ଏହି ଚଳଚ୍ଚିତ୍ରଟି BAFTA ବିଜେତା ଫିଲିପଙ୍କ ଦ୍ବାରା ଲିଖିତ ଏବଂ ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରଟିରେ ଶୃତି ଏକ ଗୁପ୍ତଚର ଏଜେଣ୍ଟ ଭାବେ ଅନୁ ନାମକ ଚରିତ୍ରରେ ଅଭିନୟ କରିଛନ୍ତି । ଶୃତି ହାସନଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଅଭିନେତ୍ରୀଙ୍କ ଏହି ଫିଲ୍ମ ଏନ. ମୁରାରୀଙ୍କ ସର୍ବାଧିକ ବିକ୍ରି ହୋଇଥିବା ଉପନ୍ୟାସ 'ଦ ଆରେଞ୍ଜମେଣ୍ଟ ଅଫ ଲଭ' ଉପରେ ଆଧାରିତ ।