ହାଇଦ୍ରାବାଦ: କନ୍ନଡ ଅଭିନେତା ଶିବ ରାଜକୁମାର, ଯିଏ ଶିବନା ନାମରେ ମଧ୍ୟ ଜଣାଶୁଣା । ନିଜର ଶକ୍ତିଶାଳୀ ପ୍ରଦର୍ଶନ ଏବଂ ହିଟ୍ ଫିଲ୍ମରେ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତାଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି । ଶିବ ରାଜକୁମାର ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସୂଚନା ଅନୁସାରେ, ଶିବ ରାଜକୁମାର ଗତ କିଛି ମାସ ହେଲା ଗମ୍ଭୀର ରୋଗରେ ପୀଡ଼ିତ ରହିଛନ୍ତି । ନିକଟରେ ଏନେଇ ଅଭିନେତା ସୂଚନା ଦେଇଥିବା ବେଳେ ଚିକିତ୍ସା ଜାରି ରହିଥିବା କହିଥିଲେ । ଏଥିସହ ସେ ସର୍ଜରୀ ପାଇଁ ଆମେରିକା ଯିବେ ବୋଲି ମଧ୍ୟ ସୂଚନା ଦେଇଥିଲେ । ବର୍ତ୍ତମାନ ଆଜି, 18 ଡିସେମ୍ବର 2024 ରେ ସନ୍ଧ୍ୟାରେ ସେ ତାଙ୍କ ଚିକିତ୍ସା ପାଇଁ ଆମେରିକା ଯାତ୍ରା କରିବେ । ସେଠାରେ ଅଭିନେତା ଡିସେମ୍ବର 24 ରେ ଫ୍ଲୋରିଡାର ମିଆମିରେ ଅସ୍ତ୍ରୋପଚାର କରିବେ ।
ସର୍ଜରୀ ପାଇଁ ଆମେରିକା ଯିବେ ଶିବ ରାଜକୁମାର
ଚଳିତ ବର୍ଷ 62 ବର୍ଷରେ ପଦାର୍ପଣ କରିିଥିବା ଶିବ ରାଜକୁମାରଙ୍କୁ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଫିଟନେସ୍ ଆଇକନ୍ ଭାବରେ ବିବେଚନା କରାଯାଏ । ତାଙ୍କ ବୟସ ସତ୍ତ୍ୱେ ଅଭିନେତା ନିଜ ଫିଟନେସକୁ ବଜାୟ ରଖିଛନ୍ତି । ଯାହା ତାଙ୍କ ପ୍ରଶଂସକ ଏବଂ ସାଥୀ ଅଭିନେତାମାନଙ୍କୁ ପ୍ରେରଣା ଯୋଗାଇଥାଏ । ହେଲେ ବର୍ତ୍ତମାନ ସେ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏନେଇ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି କିନ୍ତୁ ଚିକିତ୍ସା ପାଇଁ ଯାତ୍ରା କରିବା ଆବଶ୍ୟକ, ସେ ତାଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ସେ ଏହି ନିଷ୍ପତି ନେଇଛନ୍ତି ।
କିଛି ଦିନ ପାଇଁ ଅଭିନୟରୁ ନେଲେ ବ୍ରେକ
ମିଆମିରେ ହୋଇଥିବା ଅସ୍ତ୍ରୋପଚାର ତାଙ୍କ ପୁନରୁଦ୍ଧାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ହେବ । ତାଙ୍କର ଘନିଷ୍ଠ ବନ୍ଧୁଙ୍କ ଅନୁଯାୟୀ, ଶିବ ରାଜକୁମାରଙ୍କ ପତ୍ନୀ ଗୀତା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ଆମେରିକାରେ ଯିବେ । ଏହି ପ୍ରକ୍ରିୟା ପରେ ଅଭିନେତା କିଛି ମାସ ପାଇଁ ବିଶ୍ରାମ ନେବେ । ତେବେ ସର୍ଜରୀ ପାଇଁ ସେ କାମରୁ ବିରତି ନେଇଛନ୍ତି । ଏପରି ସମୟରେ ଫ୍ୟାନ୍ସ ତାଙ୍କ ପାଇଁ ଚିନ୍ତିତ ହେବା ସହ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଆଣ୍ଠୁ ସର୍ଜରୀ କରି ଭାରତ ଫେରିଲେ ପ୍ରଭାସ, ହାଇଦ୍ରାବାଦ ଏୟାରପୋର୍ଟରେ ଆସିଲେ ନଜର
ଶିବ ରାଜକୁମାରଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଶିବଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ଭୈରଥୀ ରଣଗଲରେ ଅଭିନୟ କରିଥିଲେ । ଯାହା ବେଶ ଲୋକପ୍ରିୟତା ହାସଲ କରିବା ସହ ହିଟ୍ ହୋଇଥିଲା । ଏହା ବ୍ୟତୀତ ସେ ଫିଲ୍ମ , 'ଭୈରବନା କୋନେପାଠା' ଏବଂ 'ଏ ଫର୍ ଆନନ୍ଦ'ରେ ନଜର ଆସିବେ । କହିରଖୁଛୁ କି, ଗତ ବର୍ଷ ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ସାରା ବିଶ୍ୱରେ 600 କୋଟିରୁ ଅଧିକ ଆୟ କରିଥିଲା। ଏହି ଚଳଚ୍ଚିତ୍ରରେ ଶିବ ରାଜକୁମାରଙ୍କର ଏକ ସ୍ୱତନ୍ତ୍ର କ୍ୟାମିଓ ମଧ୍ୟ ଥିଲା, ଯାହାକୁ ବହୁତ ପସନ୍ଦ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ