ETV Bharat / entertainment

ଜି ସିନେ ଆୱାର୍ଡ ୨୦୨୪ରେ 'ପଠାନ-ଜବାନ' ଜଲୱା; କିଙ୍ଗ ଖାନ ଶ୍ରେଷ୍ଠ ଅଭିନେତା, ଅଟଲି ଶ୍ରେଷ୍ଠ ନିର୍ଦ୍ଦେଶକ

author img

By ETV Bharat Odisha Team

Published : Mar 11, 2024, 4:12 PM IST

Zee Cine Awards 2024: ରବିବାର ଜି ସିନେ ଆୱାର୍ଡ ୨୦୨୪ ଶୋ' ଆୟୋଜିତ ହୋଇଥିଲା । ଏଥିରେ ପୁଣି ଜବାନ ଜଲୱା ଦେଖିବାକୁ ମିଳିଛି । ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଶାହାରୁଖ ଖାନ ଆୱାର୍ଡ ହାତେଇଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଅଟଲି ଆୱାର୍ଡ ନିଜ ନାଁରେ କରିଛନ୍ତି ।

ଜି ସିନେ ଆୱାର୍ଡ ୨୦୨୪ରେ 'ପଠାନ-ଜବାନ' ଜଲୱା; କିଙ୍ଗ ଖାନ- ଅଟଲିଙ୍କୁ ଶ୍ରେଷ୍ଠ ଅଭିନେତା-ନିର୍ଦ୍ଦେଶକ ଆୱାର୍ଡ

ହାଇଦ୍ରାବାଦ: ରବିବାର ଦିନ ମୁମ୍ବାଇରେ 22ତମ ଜି ସିନେ ପୁରସ୍କାର ଅନୁଷ୍ଠିତ ହୋଇଥିଲା । ଅନେକ ତାରକା ଜି ସିନେ ପୁରସ୍କାର 2024ରେ ରେଡ କାର୍ପେଟରେ ନିଜର ଜଲୱା ପ୍ରଦର୍ଶନ କରିଥିଲେ । ଶାହାରୁଖ ଖାନ, ବବି ଦେଓଲ, ପୂଜା ହେଗଡେ, ରଣଦୀପ ହୁଡା, ଆୟୁଷ୍ମାନ ଖୁରାନା, କ୍ରିତି ସାନନ, ସୋନୁ ନିଗମ ସମେତ ଅନେକ ତାରକା ଏତିରେ ସାମିଲ ହୋଇଥିଲେ । ଏହି ସମୟରେ ଶ୍ରେଷ୍ଠ ଅଭିନେତା ଭାବେ ଶାହାରୁଖ ଖାନ ଆୱାର୍ଡ ହାତେଇଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଅଟଲି ଆୱାର୍ଡ ନିଜ ନାଁରେ କରିଛନ୍ତି ।

୨୦୨୩ ବର୍ଷ ଶାହାରୁଖ ଖାନଙ୍କ ପାଇଁ ଭଲ ପ୍ରମାଣିତ ହୋଇଥିଲା । ଗତ ବର୍ଷ କିଙ୍ଗ ଖାନ ଜବାନ, ପଠାନ ଏବଂ ଡଙ୍କି ପରି ଚଳଚ୍ଚିତ୍ର ରିଲିଜ ହୋଇଥିଲା । ତେବେ ବର୍ତ୍ତମାନ ଶାହାରୁଖ ଖାନ 'ଜବାନ' ଏବଂ 'ପଠାନ'ରେ ଦମଦାର ପ୍ରଦର୍ଶନ ପାଇଁ ୨୨ତମ ଜି ସିନେ ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ସେହିପରି ଫିଲ୍ମ ଜବାନ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ନିଜ ନାଁରେ କରିଛନ୍ତି ନିର୍ଦ୍ଦେଶକ ଅଟଲି । ତାଙ୍କ ଚଳଚ୍ଚିତ୍ର 'ପଠାନ'ରୁ' ଝୁମେ ଜୋ ପଠାନ୍ 'ଗୀତ ପାଇଁ ଅରିଜିତ ସିଂଙ୍କୁ ଶ୍ରେଷ୍ଠ ପ୍ଲେବ୍ୟାକ୍ ସିଙ୍ଗର ପୁରସ୍କାର ଏବଂ ଶିଳ୍ପା ରାଓଙ୍କୁ ଗୀତ 'ବେସରମ ରଙ୍ଗ' ପାଇଁ ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍ ସିଙ୍ଗର ପୁରସ୍କାର ମିଳିଛି । ସେହିପରି 'ଜବାନ'ର 'ଚଲେୟା' ଶ୍ରେଷ୍ଠ ଗୀତ ପୁରସ୍କାର ହାତେଇଛି ।

ତେବେ ଏହି ଜି ସିନେ ଆୱାର୍ଡ ସମାରୋହର ଅନେକ ଭିଡିଓ ଖୁବ ଭାଇରାଲ ହେଉଛି । ଗୋଟିଏ ଭିଡିଓରେ ଶାହାରୁଖ ଖାନ ବ୍ଲାକ ସୁଟରେ ଏହି ଆୱାର୍ଡ ସମାରୋହରେ ନଜର ଆସିଥିବା ବେଳେ ମଞ୍ଚରେ ସେ 'ଜବାନ'ର 'ଚଲେୟା' ଗୀତରେ ବି ଦମଦାର ପ୍ରଦର୍ଶନ କରି ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟଟିରେ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ଘୋଷଣା ପରେ ଅଟଲି ମଞ୍ଚକୁ ଯିବା ସମୟରେ ଶାହାରୁଖଙ୍କ ପାଦ ଛୁଇଁଥିଲେ । ଏହି ସମୟର ସମସ୍ତ ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହ ବେଶ ପ୍ରଶଂସା କରିଛନ୍ତି ।

ଜି ସିନେ ଆୱାର୍ଡ ୨୦୨୪ ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା:-

  • ଶ୍ରେଷ୍ଠ ଅଭିନେତା- ଶାହାରୁଖ ଖାନ (ଜବାନ)
  • ଶ୍ରେଷ୍ଠ କାହାଣୀ- ଅଟଲି (ଜବାନ)
  • ଶ୍ରେଷ୍ଠ VFX - ଜବାନ ପାଇଁ ରେଡ ଚିଲିସ ଏଣ୍ଟଟେନମେଣ୍ଟ
  • ଶ୍ରେଷ୍ଠ ଆକ୍ସନ- ସ୍ପିରୋ ରଜାଟୋସ୍, ଏନେଲ୍ ଅରାସୁ, କ୍ରେଗ୍ ମ୍ୟାକ୍ରେ (ଜବାନ)
  • ଶ୍ରେଷ୍ଠ ପୃଷ୍ଠଭୂମି ମ୍ୟୁଜିକ- ଅନିରୁଦ୍ଧ (ଜବାନ)
  • ଶ୍ରେଷ୍ଠ ସଂଳାପ-ସୁମିତ ଅରୋରା (ଜବାନ)
  • ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟକ- ଅରିଜିତ୍ ସିଂ (ଝୁମ୍ ଜୋ ପଠାନ, ପଠାନ)
  • ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟିକା- ଶିଳ୍ପା ରାଓ (ବେସରମ ରଙ୍ଗ, ପଠାନ)
  • ଶ୍ରେଷ୍ଠ ଗୀତ- କୁମାର (ଚଲେୟା, ଜବାନ)
  • ଶ୍ରେଷ୍ଠ ଅଭିନେତ୍ରୀ: ରାନୀ ମୁଖାର୍ଜୀ (ମିସେସ ଚାଟାର୍ଜୀ ଭର୍ସେସ ନରୱେ)
  • ଶ୍ରେଷ୍ଠ ଅଭିନେତା (ଦର୍ଶକଙ୍କ ପସନ୍ଦ): ସନ୍ନି ଦେଓଲ (ଗଦର ୨)
  • ଶ୍ରେଷ୍ଠ ଅଭିନେତ୍ରୀ (ଦର୍ଶକଙ୍କ ପସନ୍ଦ): କିଆରା ଆଡଭାନୀ (ସତ୍ୟପ୍ରେମ କି କଥା)
  • ଶ୍ରେଷ୍ଠ କଷ୍ଟମ୍ ଡିଜାଇନ- ମନୀଷ ମଲହୋତ୍ରା (ରକି ଔର ରାନୀ କି ପ୍ରେମ କାହାନୀ)
  • ପରଫର୍ମର ଅଫ ଦ ଇଅର, ଅଭିନେତା - କାର୍ତ୍ତିକ ଆର୍ଯ୍ୟନ (ସତ୍ୟ ପ୍ରେମ କି କଥା)
  • ପରଫର୍ମର ଅଫ ଦ ଇଅର, ଅଭିନେତ୍ରୀ- ଅନନ୍ୟା ପାଣ୍ଡେ (ଖୋ ଗୟେ ହେ ହମ)
  • ଶ୍ରେଷ୍ଠ କୋରିଓଗ୍ରାଫି- ବସ୍କୋ ମାର୍ଟିସ୍ (ଝୁମେ ଜୋ ପଠାନ)

ଏହା ମଧ୍ୟ ପଢନ୍ତୁ: ଦାଦାସାହେବ ଫାଲକେ ଆୱାର୍ଡ: ଶାହାରୁଖ-ନୟନତାରା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.