ETV Bharat / entertainment

'ଜବାନ'କୁ ମିଳିଲା ଶ୍ରେଷ୍ଠ ଆକ୍ସନ ଫିଲ୍ମ ଆୱାର୍ଡ, ୩ଟି ଆୱାର୍ଡ ହାତେଇଲା 'ସାମ ବାହାଦୂର'

author img

By ANI

Published : Jan 28, 2024, 3:34 PM IST

69th Filmfare Awards 2024: ଗତ ଶନିବାର ଗୁଜୁରାଟର ଗାନ୍ଧୀନଗରରେ ୬୯ତମ ଫିଲ୍ମଫେୟାର ଆୱାର୍ଡ ଶୋ' ଅନୁଷ୍ଠିତ ହୋଇଛି । ଏହି ପୁରସ୍କାର ଶୋ'ରେ ଅଭିନେତା ଅପାରଶକ୍ତି ଖୁରାନା ଏବଂ କରିସ୍ମା ତନ୍ନା ହୋଷ୍ଟ କରିଛନ୍ତି । ତେବେ ୬୯ ତମ ଫିଲ୍ମଫେୟାର ପୁରସ୍କାର ବିଜେତାଙ୍କ ତାଲିକା ଦେଖନ୍ତୁ,

'ଜବାନ'କୁ ମିଳିଲା ଶ୍ରେଷ୍ଠ ଆକ୍ସନ ଫିଲ୍ମ ଆୱାର୍ଡ, ୩ଟି ଆୱାର୍ଡ ହାତେଇଲା 'ସାମ ବାହାଦୂର'
'ଜବାନ'କୁ ମିଳିଲା ଶ୍ରେଷ୍ଠ ଆକ୍ସନ ଫିଲ୍ମ ଆୱାର୍ଡ, ୩ଟି ଆୱାର୍ଡ ହାତେଇଲା 'ସାମ ବାହାଦୂର'

ହାଇଦ୍ରାବାଦ: ଜାନୁଆରୀ ୨୭ରେ ଫିଲ୍ମଫେୟାର ଆୱାର୍ଡ ଶୋ' ୨୦୨୪ ଆୟୋଜିତ ହୋଇଛି । ଏଥର ଗୁଜୁରାଟର ଗାନ୍ଧୀ ନାଗରରେ ଏହି ପୁରସ୍କାର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ଶୋ'ରେ ବର୍ତ୍ତମାନ କିଛି ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି ପୁରସ୍କାର ଶୋ'କୁ ଅଭିନେତା ଅପାରଶକ୍ତି ଖୁରାନା ଏବଂ କରିସ୍ମା ତନ୍ନା ହୋଷ୍ଟ କରିଛନ୍ତି । ତେବେ ଫିଲ୍ମ 'ସାମ ବାହାଦୂର' ଠାରୁ ଆରମ୍ଭ କରି ଆନିମଲ, ଜବାନ, ରକି ଔର ରାନୀ କି ପ୍ରେମ କାହାନୀକୁ ପୁରସ୍କୃତ କରାଯାଇଛି । ତେବେ ବିଜେତାଙ୍କ ତାଲିକା ଦେଖନ୍ତୁ,

ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର' ଫିଲ୍ମଫେୟାରରେ ସର୍ବାଧିକ ୩ଟି ପୁରସ୍କାର ଲାଭ କରିଛି । ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ପୋଷାକ ବର୍ଗରେ ପୁରସ୍କାର ପାଇଥିବା ବେଳେ ଶ୍ରେଷ୍ଠ ସାଉଣ୍ଡ୍ ଡିଜାଇନ୍ ଏବଂ ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍ ପାଇଁ ମଧ୍ୟ ପୁରସ୍କୃତ ହୋଇଛି । ସେହିପରି ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ' ଚଳିତ ବର୍ଷର ଫିଲ୍ମଫେୟାରରେ ଶ୍ରେଷ୍ଠ ଆକ୍ସନ୍ ମୁଭି ପୁରସ୍କାର ପାଇଛି । ଏହା ବ୍ୟତୀତ ଫିଲ୍ମ ଶ୍ରେଷ୍ଠ ଭିଏଫଏକ୍ସରେ ପୁରସ୍କାର ମଧ୍ୟ ପାଇଛି । ସେପଟେ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ଶ୍ରେଷ୍ଠ ପୃଷ୍ଠଭୂମି ସ୍କୋରରେ ପୁରସ୍କାର ଜିତିଛି। ଏହା ବ୍ୟତୀତ 'ଆନିମଲ' ଶ୍ରେଷ୍ଠ ସାଉଣ୍ଡ ଡିଜାଇନ ବର୍ଗରେ ଏହି ପୁରସ୍କାର ଜିତିଛି ।

ଫିଲ୍ମଫେୟାର ଆୱାର୍ଡ ୨୦୨୪ ତାଲିକା:-

  • ଶ୍ରେଷ୍ଠ ସାଉଣ୍ଡ୍ ଡିଜାଇନ୍- 'ସାମ୍ ବାହାଦୂର' ପାଇଁ କୁନାଲ ଶର୍ମା ଏବଂ 'ଆନିମଲ' ପାଇଁ ସିଙ୍କ ସିନେମା
  • ଶ୍ରେଷ୍ଠ ପୃଷ୍ଠଭୂମି ସ୍କୋର- 'ଆନିମଲ' ପାଇଁ ହର୍ଷବର୍ଦ୍ଧନ ରାମେଶ୍ବର
  • ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍- 'ସାମ୍ ବାହାଦୂର' ପାଇଁ ସୁବ୍ରତ ଚକ୍ରବର୍ତ୍ତୀ ଏବଂ ଅମିତ ରୟ
  • ଶ୍ରେଷ୍ଠ ଭିଏଫଏକ୍ସ- 'ଜବାନ୍' ପାଇଁ ରେଡ୍ ଚିଲିଜ୍ ଭିଏଫଏକ୍ସ
  • ଶ୍ରେଷ୍ଠ ଏଡିଟିଂ- '୧୨th ଫେଲ' ପାଇଁ ଜସକୁମ୍ବର ସିଂ କୋହଲି ଏବଂ ବିଦୁ ବିନୋଦ ଚୋପ୍ରା
  • ଶ୍ରେଷ୍ଠ ପୋଷାକ ଡିଜାଇନ୍- 'ସାମ୍ ବାହାଦୂର' ପାଇଁ ସଚିନ୍ ଲଭଲେକର, ଦିବ୍ୟା ଗମ୍ଭୀର ଏବଂ ନିଧି ଗମ୍ଭୀର
  • ଶ୍ରେଷ୍ଠ ସିନେମାଟୋଗ୍ରାଫି- 'ଥ୍ରୀ ଅଫ ଅସ' ପାଇଁ ଅବିନାଶ ଅରୁଣ ଧାୱେର
  • ଶ୍ରେଷ୍ଠ କୋରିଓଗ୍ରାଫି- 'ୱାଟ ଝୁମକା' ପାଇଁ ଗଣେଶ ଆଚାର୍ଯ୍ୟ (ରକି ଔର ରାନୀ କି ପ୍ରେମ କାହାନୀ)
  • ଶ୍ରେଷ୍ଠ ଆକ୍ସନ- 'ଜବାନ୍' ପାଇଁ ସ୍ପାଇରୋ ରଜାଟୋସ୍, ଏନଲ୍ ଅରାସୁ, କ୍ରେଗ୍ ମ୍ୟାକ୍ରା, ୟାନିକ୍ ବେନ, କେଚା ଖମ୍ପାକଡି ଏବଂ ସୁନୀଲ ରୋଡ୍ରିଗ୍ସ

ଏହା ମଧ୍ୟ ପଢନ୍ତୁ: ଫିଲ୍ମଫେୟାର ଆୱାର୍ଡ ୨୦୨୪: ୧୯ ବର୍ଗରେ ମନୋନୀତ 'ଆନିମଲ', ଦେଖନ୍ତୁ ନାମାଙ୍କନ ତାଲିକା

ସୂଚନା ଥାଉ କି, ଆହୁରି ଅନେକ ବିଜେତାଙ୍କ ନାଁ ଆଜି ଘୋଷଣା କରାଯିବ । ବିଜେତା ତାଲିକାରେ କେଉଁ ଷ୍ଟାରଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଫିଲ୍ମଫେୟାର ପୁରସ୍କାର ମିଳୁଛି ତାହା ଘୋଷଣା କରାଯିବ । ତେବେ ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ଫିଲ୍ମଫେୟାର ୨୦୨୪ରେ ତାରକାଙ୍କ ମେଳି ଦେଖିବାକୁ ମିଳିଛି । ରେଡ କାର୍ପେଟରେ ନିଜର ସୌନ୍ଦର୍ଯ୍ୟର ଜଲୱା ଦେଖାଇଥିଲେ ସେଲିବ୍ରିଟି । ଏହି ସମୟରେ କରଣ ଜୋହର, ନୁସରତ ଭରୁଚ୍ଚା, ଜାହ୍ନବୀ କପୁର, ଗଣେଶ ଆଚାର୍ଯ୍ୟ ଏବଂ କରିସ୍ମା ତନ୍ନାଙ୍କ ସମେତ ଅନେକ ତାରକା ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.