ETV Bharat / entertainment

'ସୁରକ୍ଷିତ ରହିବାକୁ ଚାହୁଁଥିଲେ ଦିଅ 2 କୋଟି ନହେଲେ...' ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ - SALMAN KHAN DEATH THREAT

ଦୀପାବଳିର ଗୋଟିଏ ଦିନ ପୂର୍ବରୁ ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି । ଏଥର 2 କୋଟି ଟଙ୍କା ଦାବି କରାଯାଇଛି ।

salman khan death threat
salman khan death threat (ETV Bharat Odisha)
author img

By ETV Bharat Entertainment Team

Published : Oct 30, 2024, 10:42 AM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି । 2 କୋଟି ଟଙ୍କା ପଠାଅ ନଚେତ୍ ସଲମାନ ଖାନଙ୍କୁ ମାରିଦିଆଯିବ । ଗତ ମଙ୍ଗଳବାର (ଅକ୍ଟୋବର 29) ଟ୍ରାଫିକ ନିୟନ୍ତ୍ରଣକୁ ଏପରି ଏକ ମେସେଜ ଆସିଛି । ଯେଉଁଥିରେ ଜଣେ ଅଜ୍ଞାତ ବ୍ୟକ୍ତି ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଛନ୍ତି । ମେସେଜ ପଠାଉଥିବା ବ୍ୟକ୍ତି 2 କୋଟି ଟଙ୍କା ମାଗିଥିବା ସୂତ୍ରରୁ ଜଣାପଡିଛି । ଏହି ସମୟରେ, ସଲମାନ ଖାନଙ୍କୁ ଧମକ ଦେବା ମାମଲାରେ ୱର୍ଲି ପୋଲିସ ଷ୍ଟେସନ 308 (4) ଏବଂ 354 (2) ଅନୁଯାୟୀ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ

ନିକଟରେ ବାବା ସିଦ୍ଦିକି ହତ୍ୟା ହତ୍ୟାକାଣ୍ଡ ସାରା ମୁମ୍ୱାଇକୁ ଦୋହାଲାଇ ଦେଇଥିଲା । ସେହି ସମୟରେ ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ପୁଅ ଜିଶାନଙ୍କୁ ହତ୍ୟା କରିବାକୁ ଧମକ ଦେଇ 10 କୋଟି ଟଙ୍କା ମାଗିଥିଲେ । ଏଥିସହ ସଲମାନ ଖାନଙ୍କ ନିକଟରେ ଆଉ ଏକ ଧମକ ପାଇଥିଲେ । ଯେଉଁଥିରେ ଅଭିଯୁକ୍ତ 5 କୋଟି ଦାବି କରିଥିଲା । 5 କୋଟି ଟଙ୍କା ଦିଅ ନଚେତ୍ ସଲମାନ ଖାନଙ୍କୁ ହତ୍ୟା କରାଯିବ । ଯାହା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ଏପରି ସମୟରେ ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଛି । ଏଥର ଅଭିଯୁକ୍ତ 2 କୋଟି ଦାବି କରିଛନ୍ତି ।

ଧମକ ପଠାଇଥିବା ବ୍ୟକ୍ତି ଗିରଫ

ଏହାପୂର୍ବରୁ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକପୂର୍ଣ୍ଣ କଲ୍ ଏବଂ ମେସେଜ ଆସୁଛି । ନିକଟରେ ଧମକ ଦେଇଥିବା ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶର ନୋଏଡାଠାରୁ ଗିରଫ କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ମୁମ୍ବାଇ ପୋଲିସ ବାନ୍ଦ୍ରାରୁ ନୋଏଡା ପହଞ୍ଚି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ଗିରଫ ଅଭିଯୁକ୍ତ ଯୁବକ ଜଣକ 20 ବର୍ଷ ବୟସ୍କ ମହମ୍ମଦ ତୈୟବ ଅନସାରୀ ବୋଲି ଜଣାପଡିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ମହମ୍ମଦ ତୈୟବ ଦିଲ୍ଲୀର ବାସିନ୍ଦା । ସେ ଜିଶାନ ସିଦ୍ଦିକି ଏବଂ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ବର୍ତ୍ତମାନ ପୋଲିସ ତାଙ୍କ ଫୋନକୁ ମଧ୍ୟ ଜବତ କରିଛି । ଯାହାର ତଦନ୍ତ ଚାଲିଛି । ପୋଲିସ ବର୍ତ୍ତମାନ ସେହି ଫୋନ୍ ମାଧ୍ୟମରେ ସମସ୍ତ କଲ୍ ବିବରଣୀ ବାହାର କରୁଛି ଯାହା ଦ୍ୱାରା ଅଭିଯୁକ୍ତଙ୍କ ବିଷୟରେ ଅଧିକ ସୂଚନା ମିଳିପାରିବ । ପରେ 5 କୋଟି ଦାବି କରିଥିବା ବ୍ୟକ୍ତି ଜଣକ ପରିବା ବିକାଳି ଶେଖ ହୁସେନ୍ ଶେଖ ମୋସିନ୍ ବୋଲି ଜଣାପଡିଥିଲା । ମୁମ୍ୱାଇ ପୋଲିସ ଝାଡ଼ଖଣ୍ଡର ଜାମସେଦପୁରରୁ ଗିରଫ କରିଥିଲା । ପରେ ଅଭିଯୁକ୍ତ ଭୁଲରେ ମେସେଜ ପଠାଇଥିବା କହି କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲା ।

ବାରମ୍ୱାର ମିଳୁଛି ଧମକ

ସୂଚନା ଥାଉ କି, 2018 ରେ, ସଲମାନ ଖାନଙ୍କୁ 1998ରେ କରିଥିବା କଳା ହରିଣ ଶିକାର ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଏହା ପରେ ମାମଲାର ଅନ୍ତ ହୋଇନଥିଲା । ଏହି ମାମଲାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇ ଠାରୁ ସଲମାନ ଖାନଙ୍କୁ ବାରମ୍ୱାର ହତ୍ୟା ଧମକ ମିଳୁଛି । ଯାହା ପରେ ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଚଳିତ ବର୍ଷ ଏପ୍ରିଲ 14 ରେ ଦୁଇଜଣ ଅଭିଯୁକ୍ତ ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିଲେ । ଯାହାର ତଦନ୍ତ ଜାରି ରହିଥିବା ବେଳେ ନିକଟରେ ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ତଥା ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ସେବେଠାରୁ ସଲମାନ ଖାନଙ୍କ ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି । ଏଥିସହ ସଲମାନ ଖାନଙ୍କ Y ପ୍ଲସ ସୁରକ୍ଷାକୁ ମଧ୍ୟ ବଢାଇ ଦିଆାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କୁ ହତ୍ୟା ଧମକ ଦେବା ଘଟଣା; ପରିବା ବିକାଳି ଗିରଫ, ମାଗିଥିଲା 5 କୋଟି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.