ହାଇଦ୍ରାବାଦ: ଚଳଚ୍ଚିତ୍ର ତାରକାମାନଙ୍କ ପାଇଁ ଫ୍ୟାନ୍ସଙ୍କ କ୍ରେଜ୍ ବେଳେବେଳେ ସୀମା ଅତିକ୍ରମ କରେ । ଏପରି କିଛି ଘଟଣା ଏବେ ସଲମାନ ଖାନଙ୍କ ସହ ସମାନ ଘଟଣା ଘଟିଛି । ସଲମାନ ଖାନଙ୍କ କେବଳ ଯେ ଭାରତ ନୁହେଁ ସାରା ବିଶ୍ୱରେ ଅନେକ ଫ୍ୟାନ୍ସ ରହିଛନ୍ତି । ସଲମାନ କୁଆଡେ ଯାଆନ୍ତି, ହଜାର ହଜାର ଲୋକ ତାଙ୍କ ଝଲକ ପାଇବାକୁ ଦିୱାନା ହୋଇଥାନ୍ତି । କିନ୍ତୁ ବେଳେବେଳେ ଫ୍ୟାନ୍ସମାନେ ସେମାନଙ୍କ ସୀମା ଅତିକ୍ରମ କରିଯାଆନ୍ତି । ସେହିପରି ବର୍ତ୍ତମାନ ଜଣେ ୨୪ ବର୍ଷୀୟ ଯୁବତୀ ତାଙ୍କୁ ବିବାହ କରିବା ପାଇଁ ଅଭିନେତାଙ୍କ ମହାରାଷ୍ଟ୍ର ସ୍ଥିତ ପାନୱେଲରେ ଥିବା ଫାର୍ମ ହାଉସରେ ପହଞ୍ଚିଥିଲେ ଏବଂ ସେଠାରେ ହଙ୍ଗାମା କରିଥିଲେ । ଯାହା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା ।
ସଲମାନଙ୍କୁ ବିବାହ କରିବାକୁ ଅଡି ବସିଲେ ଯୁବତୀ
ବାସ୍ତବରେ, ଦିଲ୍ଲୀର ଏହି ୨୪ ବର୍ଷୀୟ ଯୁବତୀ ଅଭିନେତାଙ୍କ ପାନୱେଲ ଫାର୍ମହାଉସ ବାହାରେ ହଙ୍ଗାମା କରିଥିଲେ । ନାବାଳିକା ଜଣକ ନିଜକୁ ସଲମାନ ଖାନଙ୍କ ଜଣେ ପ୍ରଶଂସକ ବୋଲି କହିବା ସହ ତାଙ୍କ ବିବାହ କରିବାକୁ ଜିଦ ଧରି ସଲମାନଙ୍କୁ ଭେଟିବାକୁ ଚାହୁଁଥିଲେ । ତେବେ ସେଠାରେ ଥିବା ସ୍ଥାନୀୟଲୋକେ ଏହା ଦେଖି ରେକର୍ଡ କରି ପାନୱେଲ ତାଲୁକା ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ । ଯାହା ପରେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ଉଠାଇ ନେଇଥିଲା ।
ଯେତେବେଳେ ଏହି ଘଟଣା ସଲମାନ ଖାନଙ୍କ ପାନୱେଲ ଫାର୍ମହାଉସରେ ଘଟିଥିଲା, ସେତେବେଳେ ଅଭିନେତା ସେଠାରେ ଉପସ୍ଥିତ ନଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ୨୨ ମେ ରେ ଏହି ଘଟଣା ଘଟିଥିଲା । ଭିଡିଓରେ କଏଦ ହୋଇଥିବା ଫ୍ୟାନ୍ସ ସଲମାନଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପୋଲିସ ତାଙ୍କୁ ଅଟକାଇବା ପରେ ତାଙ୍କୁ କାଉନସିଲିଂ ପାଇଁ ନ୍ୟୁ ପାନୱେଲ ଏନଜିଓ, ସୋସିଆଲ ଆଣ୍ଡ ଇଭାନେଜିକାଲ ଆସୋସିଏସନ ଫର ଲଭ(SEAL)କୁ ପଠାଇଥିଲା । ଏହା ମଧ୍ୟ ପ୍ରକାଶ ପାଇଛି ଯେ ତାଙ୍କୁ ମାନସିକ ଚିକିତ୍ସା ପାଇଁ କଲାମ୍ବୋଲିର ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ମାଆଙ୍କୁ ଦିଲ୍ଲୀରୁ ଡକାଯାଇଥିଲା । ଆଠ ଦିନର ଚିକିତ୍ସା ଏବଂ ପରାମର୍ଶ ପରେ ମହିଳାଙ୍କୁ ଘରକୁ ନିଆଯାଇଥିଲା ।
ସଲମାନଙ୍କୁ ମାରିବାକୁ ଯୋଜନା
ସୂଚନା ଥାଉ କି, ନିକଟରେ ଏପ୍ରିଲ ୧୪ରେ ସଲମାନଙ୍କ ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ହୋଇଥିଲା । ଯେଉଁଥିରେ ମୁମ୍ୱାଇ ପୋଲିସ ୬ଜଣଙ୍କୁ ଗିରଫ କରିଥିବା ବେଳେ ସେଥିରୁ ଜଣେ ଜୀବନ ହାରିଥିଲେ । କେବଳ ଏତିକି ନୁହେଁ ସଲମାନଙ୍କୁ ମାରିବାକୁ ମଧ୍ୟ ଷଡ଼ଯନ୍ତ୍ର ହୋଇଥିଲା । ଯାହାକୁ ପୋଲିସ ପଣ୍ଡ କରିଦେଇଥିଲା । ଏହି କାଣ୍ଡ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୌଇର ଗ୍ୟାଙ୍କ ଭିଆଇବାକୁ ଯୋଜନା କରିଥିବା ବେଳେ ପୋଲିସ ଘଠଣାର ଖବର ପାଇ ଜୁନ ୧ରେ ଲରେନ୍ସ ଗ୍ୟାଙ୍ଗର ୪ ସୁଟରକୁ ଗିରଫ କରିଥିଲା । ତେବେ ଏପରି ସମୟରେ ଯୁବତୀ ଫ୍ୟାନ୍ସଙ୍କ ଏପରି ଘଟଣା ସମସ୍ତଙ୍କୁ ପୁଣି ଆଶ୍ଚର୍ଯ୍ୟ କରିଛି ।
ଏହା ମଧ୍ୟ ପଢନ୍ତୁ: ସଲମାନକୁ ମାରିବାକୁ ଚାଲିଥିଲା ଷଡଯନ୍ତ୍ର ! ଫସର ଫଟାଇ ଦେଲା ନାଭି ମୁମ୍ବାଇ ପୋଲିସ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ