ETV Bharat / entertainment

ହସ୍ପିଟାଲରେ ଭର୍ତ୍ତି ହେଲେ ସୈଫ ଅଲି ଖାନ

author img

By ANI

Published : Jan 23, 2024, 8:01 AM IST

Saif Ali Khan Hospitalised: ବଲିଉଡ ଅଭିନେତା ସୈଫ ଅଲି ଖାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରିପୋର୍ଟ ଅନୁସାରେ, ଅଭିନେତାଙ୍କ ଆଣ୍ଠୁ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଛି । ଫଳରେ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ହସ୍ପିଟାଲରେ ଭର୍ତ୍ତି ହେଲେ ସୈଫ ଅଲି ଖାନ
ହସ୍ପିଟାଲରେ ଭର୍ତ୍ତି ହେଲେ ସୈଫ ଅଲି ଖାନ

ହାଇଦ୍ରାବାଦ: ବଲିଉଡ ଅଭିନେତା ସୈଫ ଅଲି ଖାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖବର ଆସିଛି ଯେ, ସୋମବାର ସକାଳେ ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ତାଙ୍କ ସହ ଡାକ୍ତରଖାନାରେ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ଖବର ଶୁଣିବା ମାତ୍ରେ ଅଭିନେତାଙ୍କ ଫ୍ୟାନ୍ସ ଚିନ୍ତିତ ରହିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ସୈଫ ଅଲି ଖାନଙ୍କ ଆଣ୍ଠୁ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଛି । ଏହି କାରଣରୁ ସୋମବାର ସକାଳେ ଅଭିନେତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସୈଫଙ୍କ ଆଣ୍ଠୁଙ୍କ ସର୍ଜରୀ ହୋଇଥିବା ଜଣାପଡିଛି । ଏହି ସମୟରେ ତାଙ୍କ ସହ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ଅଭିନେତାଙ୍କ ଟିମ କିମ୍ବା କରୀନା କପୁର ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

କହିରଖୁଛୁ କି, ସୈଫ ଅଲି ଖାନ ଆଗାମୀ ଫିଲ୍ମ 'ଦେବରା' ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମକୁ ନିର୍ଦ୍ଦେଶକ କୋର୍ଟଲା ଶିବା ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ଏହି ଫିଲ୍ମର ନାଁ NTR 30 ଥିଲା । ପରେ ଏହାର ନାଁ ଘୋଷଣା କରିଥିଲେ ନିର୍ମାତା । ଫିଲ୍ମର ନାଁ ପରବର୍ତ୍ତୀ ସମୟରେ 'ଦେବରା' ଘୋଷଣା କରିଥିଲେ । ଏହି ଫିଲ୍ମରେ ସୈଫଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: ୫ ବର୍ଷ ଲିଭ ଇନରେ ରହିବା ପରେ ସୈଫଙ୍କୁ ବିବାହ କରିଥିଲେ ବେବୋ, ଖୁଲାସା କଲେ ଅଭିନେତ୍ରୀ

ଏହି ଫିଲ୍ମ ସହ ଉଭୟ ସୈଫ ଏବଂ ଜାହ୍ନବୀ ଟଲିଉଡରେ ଡେବ୍ୟୁ କରିବା ସହ ପ୍ରଥମ ଥର ପାଇଁ ଜୁନିଅର ଏନଟିଆରଙ୍କ ସହିତ ସ୍କ୍ରିନ୍‌ ସେୟାର କରିବେ । ଏହି ଫିଲ୍ମ ଦୁଇଟି କିସ୍ତିରେ ପରଦାକୁ ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରାରମ୍ଭିକ ଅଂଶ ଏପ୍ରିଲ ୫, ୨୦୨୪ରେ ରିଲିଜ ହେବାର ଯୋଜନା ରହିଛି । ତେବେ ପ୍ରଥମ ଭାଗ ଏପ୍ରିଲ ୫ରେ ରିଲିଜ ହେବାକୁ ଥିବାବେଳେ ଫିଲ୍ମର ଦ୍ୱିତୀୟ ଭାଗ ପାଇଁ ଅଫିସିଆଲ୍ ରିଲିଜ୍ ତାରିଖ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଏହା ବ୍ୟତୀତ ଏନଟିଆର ୱାରରେ ନଜର ଆସିବେ । ଏହାରି ଭିତରେ ସୈଫ ଅଲି ଖାନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.