ETV Bharat / entertainment

ବିଦ୍ୟୁତ ଜାମୱାଲଙ୍କ ଟ୍ରେନ ଷ୍ଟଣ୍ଟ ଦେଖି ତାତିଲେ ସବ୍ୟସାଚୀ ମିଶ୍ର, କହିଲେ-ଏହା କରିବା ବନ୍ଦ କର

author img

By ETV Bharat Odisha Team

Published : Feb 13, 2024, 4:37 PM IST

Sabyasachi Mishra On Vidyut Jammwal Train Stunt: ଅଭିନେତା ବିଦ୍ୟୁତ ଜାମୱାଲ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କ୍ରାକ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ଅଭିନେତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଟ୍ରେନରେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହା ଦେଖି ଓଲିଉଡ ତାରକା ସବ୍ୟସାଚୀ ମିଶ୍ର ତାତିବା ସହ ଏପରି ନକରିବାକୁ କହିଛନ୍ତି । ଅଧିକ ପଢନ୍ତୁ,

ବିଦ୍ୟୁତ ଜାମୱାଲଙ୍କ ଟ୍ରେନ ଷ୍ଟଣ୍ଟ ଦେଖି ତାତିଲେ ସବ୍ୟସାଚୀ ମିଶ୍ର, କହିଲେ-ଏହା କରିବା ବନ୍ଦ କର
ବିଦ୍ୟୁତ ଜାମୱାଲଙ୍କ ଟ୍ରେନ ଷ୍ଟଣ୍ଟ ଦେଖି ତାତିଲେ ସବ୍ୟସାଚୀ ମିଶ୍ର, କହିଲେ-ଏହା କରିବା ବନ୍ଦ କର

ହାଇଦ୍ରାବାଦ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ଚଳଚ୍ଚିତ୍ରରେ ଆକ୍ସନ ସିନ୍ କରିବା ପାଇଁ ବେଶ ଜଣାଶୁଣା । କେବଳ ଯେ ରିଲ ଲାଇଫରେ ନୁହଁ ରିଅଲ ଲାଇଫରେ ମଧ୍ୟ ବିପଜ୍ଜନକ ଷ୍ଟଣ୍ଟ କରି ଲୋକଙ୍କୁ ଚକିତ କରିଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଟ୍ରେନରେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିନେତା । ଯାହା ପରେ ଅନେକ ଏହାକୁ ପସନ୍ଦ କରିଥିବା ବେଳେ ଅନେକ ନାପସନ୍ଦ କରିଛନ୍ତି । ଏପରି ପରିସ୍ଥିତିରେ ଓଲିଉଡ ଲୋକପ୍ରିୟ ତାକା ସବ୍ୟସାଚୀ ମିଶ୍ର ଏହା ଦେଖି ବିଦ୍ୟୁତଙ୍କ ଉପରେ ବର୍ଷିଛନ୍ତି । ଏହା ଦେଖି ସେ ଦୁଃଖିତ ଥିବା କହିଥିବା ବେଳେ ଏପରି ଷ୍ଟଣ୍ଟ ଦେଖାଇବା ବନ୍ଦ କର ବୋଲି କହିଛନ୍ତି ।

ବିଦ୍ୟୁତ ଜାମୱାଲ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଟ୍ରେନ ଉପରେ ଚଢି ଦୌଡୁଥିବାର ନଡଜର ଆସିଛନ୍ତି । ଏହା ପରେ ଚଳନ୍ତା ଟ୍ରେନରୁ ସେ ଓହ୍ଲାଉଥିବାର ନଜର ଆସିଛନ୍ତି । ଏହାକୁ ସେୟାର କରି ସେ ଲେଖିଛନ୍ତି, ମୁଁ ଜଣେ କାଲାରିପୟତ୍ତୁ କଳାକାର ଏବଂ ମାର୍ଶଲ ଆର୍ଟରେ ଜଣେ ପେଶାଦାର ଷ୍ଟଣ୍ଟ ମ୍ୟାନ । ମୁଁ ସେହି ଲୋକମାନଙ୍କ ପାଇଁ ଏହି ପ୍ରକାରର ଷ୍ଟଣ୍ଟ, ମୋ ଫିଲ୍ମ ଏବଂ ଗୀତ ଉତ୍ସର୍ଗ କରିଛି, ଯେଉଁମାନେ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏକ ଚଳନ୍ତା ଟ୍ରେନରେ ଯାତ୍ରା କରନ୍ତି । ଏହା ସବୁ ସେ ବିନା କୌଣସି ସୁରକ୍ଷା ବ୍ୟବସ୍ଥା ବିନା କରିଥାନ୍ତି ଏବଂ ପ୍ରତିଦିନ ଏହାକୁ ପୁନରାବୃତ୍ତି କରନ୍ତି । ବାସ୍ତବରେ, ଏହା ହେଉଛି 'କ୍ରାକ'ର ପ୍ରକୃତ ପରିଭାଷା ।

ସବ୍ୟସାଚୀ ମିଶ୍ରଙ୍କ ପ୍ରତିକ୍ରିୟା
ସବ୍ୟସାଚୀ ମିଶ୍ରଙ୍କ ପ୍ରତିକ୍ରିୟା

ସେପଟେ ଏହି ଭିଡିଓ ସେୟାର ହେବା ପରେ ଅନେକ ଏହାକୁ ପସନ୍ଦ କରିଥିବା ବେଳେ ଅନେକ ନାପସନ୍ଦ କରିଛନ୍ତି । ବିଦ୍ୟୁତଙ୍କ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ସବ୍ୟସାଚୀ ମିଶ୍ର ଲେଖିଛନ୍ତି, ''ମୁଁ ଏହା ଦେଖି ଦୁଃଖିତ । ଏହା ମଜା କଥା ନୁହଁ । ବିଦ୍ୟୁତ ଜି ଯୁବକମାନେ ଆପଣଙ୍କୁ ଅନୁସରଣ କରନ୍ତି ଅର୍ଥାତ ଆପଣ ବୁଝିବା ଆବଶ୍ୟକ ଯେ ସେମାନେ ଆପଣ କରୁଥିବା ଜିନିଷଗୁଡିକ ଚେଷ୍ଟା କରିବେ । କଳ୍ପନା କରନ୍ତୁ ଯଦି ଆପଣଙ୍କୁ ଏଭଳି ଦେଖି କେହି ଫ୍ୟାନ୍ସ ଏପରି କରେ ଏବଂ କିଛି କ୍ଷତି ହୁଏ, ତେବେ ତାଙ୍କ ପରିବାରଗୁଡିକ ପାଇଁ ଏହା କେତେ ଭୟଙ୍କର ହୋଇପାରେ । ଦୟାକରି ଷ୍ଟଣ୍ଟ ପ୍ରତି ଏପରି ଭଳପାଇବା ଦେଖାଇବା ବନ୍ଦ କରନ୍ତୁ । ଆପଣ ଏହାଦ୍ୱାରା ଯୁବକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ଚଳଚ୍ଚିତ୍ର ପାଇଁ ପ୍ରମୋସନ ଆମେ ସମସ୍ତେ କରିଥାଉ କିନ୍ତୁ ସୀମିତରେ ରହି । ଆମେ ଅଭିନେତାମାନେ ଆମର ସୀମା ଅତିକ୍ରମ କରିବା ଉଚିତ୍ ନୁହେଁ । ମୁଁ ଆଶା କରୁଛି, ଆପଣ ଏବଂ ପ୍ରତ୍ୟେକ ଅଭିନେତା / ପ୍ରଭାବଶାଳୀ ବ୍ୟକ୍ତିମାନେ ଏହାକୁ ହୃଦୟଙ୍ଗମ କରିବେ ।''

ଏହା ମଧ୍ୟ ପଢନ୍ତୁ: ବିପଦପୂର୍ଣ୍ଣ ଷ୍ଟଣ୍ଟ କରି ଫସିଲେ ବିଦ୍ୟୁତ ଜାମୱାଲ, ହେପାଜତକୁ ନେଲା ପୋଲିସ

କହିରଖୁଛୁ କି, ବିଦ୍ୟୁତ ଆଗାମୀ ଫିଲ୍ମ 'କ୍ରାକ୍‌... ଜିତେଗା ତୋ ଜିଏଗା' ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ନେଇ ଅଭିନେତା ଏପରି ନିଆରା ଢଙ୍ଗରେ ପ୍ରମୋସନ କରିଛନ୍ତି । ଯାହା ପରେ ସବ୍ୟସାଚୀ ସମେତ ଅନେକ ୟୁଜର୍ସ ଏହାକୁ ନାପସନ୍ଦ କରିଛନ୍ତି । ସୂଚନା ଥାଉ କି, ଫିଲ୍ମଟି ଏକ ସ୍ପୋର୍ଟ୍ସ୍‌ ଆକ୍ସନ୍ ଫିଲ୍ମ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଦତ୍ତ । ଏହି ଚଳଚ୍ଚିତ୍ରଟି ବିଦ୍ୟୁତ ଜାମୱାଲ ଏବଂ ଅବ୍ବାସ ସୟିଦଙ୍କ ଦ୍ୱାରା ନିର୍ମିତ । ଏହି ଫିଲ୍ମରେ ବିଦ୍ୟୁତ ଜାମୱାଲଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ନୋରା ଫତେହି ଏବଂ ଆମି ଜ୍ୟାକସନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ଚଳିତ ବର୍ଷ ଫେବୃଆରୀ ୨୩ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.