ETV Bharat / entertainment

ନୂଆ ଲୁକ୍ ନେଇ ଟ୍ରୋଲ ହେଲେ ରିମି ସେନ୍; ସର୍ଜରୀ କରିଥିବା ଅଭିଯୋଗ ପରେ ମୁହଁ ଖୋଲିଲେ ଅଭିନେତ୍ରୀ - Rimi Sen On Plastic Surgery - RIMI SEN ON PLASTIC SURGERY

Rimi Sen Transformation: ଅଭିନେତ୍ରୀ ରିମି ସେନ୍ ବର୍ଷ ବର୍ଷ ଧରି ପରଦାରୁ ଦୂରେଇ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଲାଇମଲାଇଟକୁ ଆସିଛନ୍ତି ଅଭିନେତ୍ରୀ । ରିମିଙ୍କ ଲାଟେଷ୍ଟ ଫଟୋ ଏବଂ ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କର ଲୁକ୍ ବର୍ତ୍ତମାନ ବଦଳିଯାଇଥିବା ବେଳେ ପ୍ଲାଷ୍ଟିକ ସର୍ଜରୀ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ରିମି । ଜାଣନ୍ତୁ ସେ କ'ଣ କହିଛନ୍ତି ?

ବଦଳିବା ଲୁକ୍ ନେଇ ଟ୍ରୋଲ ହେଲେ ରିମି ସେନ୍, ସର୍ଜରୀ କରିଥିବା ଅଭିଯୋଗ ପରେ ମୁହଁ ଖୋଲିଲେ ଅଭିନେତ୍ରୀ
ବଦଳିବା ଲୁକ୍ ନେଇ ଟ୍ରୋଲ ହେଲେ ରିମି ସେନ୍, ସର୍ଜରୀ କରିଥିବା ଅଭିଯୋଗ ପରେ ମୁହଁ ଖୋଲିଲେ ଅଭିନେତ୍ରୀ (@RimiSen, Instagram)
author img

By ETV Bharat Odisha Team

Published : Aug 6, 2024, 11:00 AM IST

ହାଇଦ୍ରାବାଦ: ହଙ୍ଗାମା, ଧୁମ୍, ଗୋଲମାଲ ଭଳି ଅନେକ ଫିଲ୍ମରେ ନିଜର ଜଲୱା ଦେଖାଇଥିବା ବଲିଉଡ ଅଭିନେତ୍ରୀ ଶୁଭମିତ୍ରା ଅର୍ଥାତ୍ ରିମି ସେନ ପୂର୍ବ ଭଳି ନାହାନ୍ତି । ସେ ଦୀର୍ଘ ଦିନରୁ ପରଦାରୁ ଦୂରେଇ ଯାଇଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଥିବା ଲାଟେଷ୍ଟ ଫଟୋରେ ତାଙ୍କୁ ନୂଆ ଲୁକ ସହ ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଆଦୌ ବିଶ୍ୱାସ କରିପାରୁନାହାନ୍ତି । ଏପରି ସମୟରେ ସମସ୍ତେ ଅଭିନେତ୍ରୀ ପ୍ଲାଷ୍ଟିକ ସର୍ଜରୀ କରିଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଟ୍ରୋଲର୍ସଙ୍କୁ ଉଚିତ୍ ଜବାବ ଦେଇଛନ୍ତି ରିମି ।

'ପ୍ଲାଷ୍ଟିକ୍ ସର୍ଜରୀ ନକରି ଲୋକେ ଏପରି କହୁଛନ୍ତି...'

ଏକ ସାକ୍ଷାତକାରରେ ଅଭିନେତ୍ରୀ ଜଣାଇଛନ୍ତି ଯେ, ସେ କିପରି ପ୍ଲାଷ୍ଟିକ୍ ସର୍ଜରୀ ନକରି ନିଜକୁ ପରିବର୍ତ୍ତନ କରିଛନ୍ତି । କେତେବେଳେ ପ୍ଲାଷ୍ଟିକ୍ ସର୍ଜରୀ କରାଯାଇପାରିବ ତାହା ମଧ୍ୟ କହିଛନ୍ତି । ରିମି ସେନ୍ କହିଛନ୍ତି, ''ଯଦି ଲୋକମାନେ ଅନୁଭବ କରନ୍ତି ଯେ ମୁଁ ପ୍ଲାଷ୍ଟିକ୍ ସର୍ଜରୀ କରିସାରିଛି । ଯଦି ଏହା ସକରାତ୍ମକ, ଏହା ମୋ ପାଇଁ ବହୁତ ଭଲ । ମୁଁ ପ୍ଲାଷ୍ଟିକ୍ ସର୍ଜରୀ ନକରି ଲୋକମାନେ ଆଲୋଚନା କଲେଣି । ମୁଁ କେବଳ ଫିଲ୍ଟର୍, ବୋଟକ୍ସ, PRP ଚିକିତ୍ସା କରିସାରିଛି, ଅନ୍ୟ କିଛି ନୁହେଁ ।''

'୫୦ ବର୍ଷ ବୟସ ପରେ ସର୍ଜରୀ କରିବା କଥା ଭାବିବି'

୪୨ ବର୍ଷୀୟା ଅଭିନେତ୍ରୀ ଆହୁରି କହିଛନ୍ତି, ''ଭାରତ ବାହାରେ ଅନେକ ଭଲ ଡାକ୍ତର ଅଛନ୍ତି ଯେଉଁମାନେ ଫେସେଲିଫ୍ଟରେ ବହୁତ ଭଲ । ମୁଁ ମଧ୍ୟ ଏହା କରିବାକୁ ଚାହୁଁଛି, କିନ୍ତୁ ମୁଁ ୫୦ବର୍ଷ ବୟସ ପରେ ଏହା ବିଷୟରେ ଚିନ୍ତା କରିବି । ବର୍ତ୍ତମାନ ଏହି ସବୁରେ କାମ ଚଲାଉଛି ।''

ଏହା ମଧ୍ୟ ପଢନ୍ତୁ: ମହିଳା ଦିବସରେ ଅନୁ ଅଗ୍ରୱାଲଙ୍କ ବାର୍ତ୍ତା, କସମେଟିକ ସର୍ଜରୀରୁ ଦୂରେଇ ରୁହନ୍ତୁ

ଟ୍ରୋଲର୍ସଙ୍କୁ ଏହା ଦେଲେ ଜବାବ

ରିମି ସେନ ଆହୁରି ମଧ୍ୟ କହିଛନ୍ତି, ''ବର୍ତ୍ତମାନ ଦୁଇଜଣ ଡାକ୍ତର ତାଙ୍କ ଚେହେରାକୁ ବଜାୟ ରଖିବାରେ ସାହାଯ୍ୟ କରୁଛନ୍ତି । ଭଲ ଦେଖାଯିବା ପାଇଁ ସେମାନେ ମୋତେ ବହୁତ ସାହାଯ୍ୟ କରନ୍ତି । ବୋଧହୁଏ ଲୋକମାନେ ମୋର ଲାଟେଷ୍ଟ ଫଟୋରେ ମୋ ଚର୍ମକୁ ପସନ୍ଦ କରୁଛନ୍ତି । ଏହି ଜିନିଷଗୁଡିକ ବ୍ୟବହାର କରି ଯେକେହି ଭଲ ଦେଖାଯିବେ । କିନ୍ତୁ ଯଦି ମୁଁ କ’ଣ କରିଛି ତୁମେ ସମାଲୋଚନା କରୁଛ, ତେବେ ମୋତେ କୁହ ମୁଁ ଏହାକୁ କିପରି ଠିକ୍ କରିପାରିବି, ଯାହା ଦ୍ୱାରା ମୁଁ ମୋର ଡାକ୍ତରମାନଙ୍କୁ କହିପାରିବି ଯେ ସେମାନେ କେଉଁଠାରେ ଭୁଲ୍ କରୁଛନ୍ତି । ଏହାକୁ ସଂଶୋଧନ କରିବାକୁ ମୁଁ ସେମାନଙ୍କୁ କହିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.