ETV Bharat / entertainment

ପ୍ରଡ୍ୟୁସର ହେବା ପରେ ୬ଟି ନୂଆ ଫିଲ୍ମ ଘୋଷଣା କଲେ ରିଚା ଓ ଅଲ୍ଲୀ ଫଜଲ

author img

By ETV Bharat Odisha Team

Published : Feb 27, 2024, 3:36 PM IST

Richa Chadha and Ali Fazal Film Projects: ବଲିଉଡ ଷ୍ଟାର କପଲ ରିଚା ଚଡ୍ଡା ଏବଂ ଅଲ୍ଲୀ ଫଜଲ ପ୍ରଡ୍ୟୁସର ଭାବରେ ୬ଟି ପ୍ରୋଜେକ୍ଟ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ,

Richa Chadha, Ali Fazal 6 Projects
Richa Chadha, Ali Fazal 6 Projects

ମୁମ୍ବାଇ: ବଲିଉଡର ଷ୍ଟାର କପଲ ରିଚା ଚଡ୍ଡା ଏବଂ ଅଲ୍ଲୀ ଫଜଲ ଫିଲ୍ମ ନିର୍ମାତା ଭାବରେ କାମ ଆରମ୍ଭ କରିଛନ୍ତି । ଉଭୟ ନିକଟରେ ସେମାନଙ୍କର ପ୍ରଡକ୍ସନ୍ ହାଉସ୍ ପୁସିଂ ବଟନସ ଷ୍ଟୁଡିଓ ଲଞ୍ଚ କରିଛନ୍ତି। 'ଗାର୍ଲ୍ସ ଓ୍ବିଲ ବି ଗାର୍ଲ୍ସ' ହେଉଛି ସେମାନଙ୍କ ବ୍ୟାନରରେ ନିର୍ମିତ ପ୍ରଥମ ପ୍ରୋଜେକ୍ଟ। ତେବେ ଆଜି(ମଙ୍ଗଳବାର)ରିଚା ଏବଂ ଅଲି ତାଙ୍କର ଅନ୍ୟାନ୍ୟ ପ୍ରୋଜେକ୍ଟ ବିଷୟରେ ସୂଚନା ଦେଇଛନ୍ତି । ଯାହା ତାଙ୍କ କମ୍ପାନୀ ମାଧ୍ୟମରେ କରାଯିବ। ସେଥିରେ ଏକ ଆଡଲ୍ଟ ଆନିମେଟେଡ୍ ପ୍ରୋଜେକ୍ଟ, କମେଡି, ଡକ୍ୟୁମେଣ୍ଟାରୀ ଏବଂ ଏକ କଳ୍ପନା ଡ୍ରାମା ଫିଲ୍ମ ଅନ୍ତର୍ଭୁକ୍ତ |

ଏହି ପ୍ରୋଜେକ୍ଟକୁ ନେଇ ରିଚା କହିଛନ୍ତି ଯେ, 'ଆମେ ଷ୍ଟୋରି ଟେଲିଂ ଓ ଡାଇଭର୍ସ ନାରେଟିବ୍ସକୁ ସାମ୍ନାକୁ ଆଣିବା ପୀାଇଁ ଲକ୍ଷ୍ୟ । ସନଡ୍ୟାନ୍ସରେ ' ଗାର୍ଲ୍ସ ଓ୍ବିଲ ବି ଗାର୍ଲ୍ସ' ସଫଳତା ପରେ ଆଗକୁ ଆହୁରି କ୍ରିଏଟିବ କରିବାକୁ ପ୍ରେରିତ ହୋଇଛୁ । ସେ ପଟେ ଏନେଇ ଅଲି କହିଛନ୍ତି, 'ପୁସିଂ ବଟନସ ଷ୍ଟୁଡିଓ କେବଳ ଏକ ପ୍ରଡକସନ ହାଉସ ନୁହେଁ । ଏଠାରେ କଳାକାରଙ୍କୁ ସହଯୋଗ କରିବା ଓ ଦର୍ଶକଙ୍କ ପାଇଁ ସ୍ମରଣୀୟ ଅନୁଭୂତି ବନାଇବା ପାଇଁ ଏହା ଏକ ପ୍ଲାଟଫର୍ମ ।'

ଗାର୍ଲ୍ସ ଓ୍ବିଥ ଗାର୍ଲ୍ସ : ଏହି ଫିଲ୍ମକୁ ସୂଚି ତଲାତି ନିର୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି ୧୬ ବର୍ଷୀୟ ମୀରାଙ୍କ ବିଷୟ ଉପରେ ଆଧାରିତ ।

ପପିତା(କ୍ରାଇମ ଥ୍ରିଲର)- ଆକାଶ ଭାଟିୟାଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ । ଏଥିରେ ମୁମ୍ବାଇର ଜଣେ ପାପାରାଜି ଫଟୋଗ୍ରାଫର ପୋରସ୍ ବିଷ୍ଟ ନିଜର ପଇସାରେ ଆଗକୁ ବଢି ଏକ ସମ୍ମାନିତ ଫଟୋଗ୍ରାଫର ବନିବା ପାଇଁ ଇଚ୍ଛା କରନ୍ତି । ତାଙ୍କର କାହାଣୀ ସେତେବେଳେ ବଦଳିଯାଏ ଯେତେବେଳେ ସେ ଜଣେ ଲୋକପ୍ରିୟ ସେଲିବ୍ରିଟିଙ୍କ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ କ୍ୟାପଚର୍ କରନ୍ତି । ଯେଉଁଥିରେ ତାଙ୍କର କ୍ୟାରିଅର ଆଉ ଜୀବନ ବଦଳିଯାଇଛି ।

ଏହା ମଧ୍ୟ ପଢନ୍ତୁ- ମାଆ ହେବେ ରିଚା ଚଡ୍ଡା, ନିଆରା ଅନ୍ଦାଜରେ ଦେଲେ ଗୁଡ ନ୍ୟୁଜ୍

ରିୟାଲିଟି(ଡକ୍ୟୁମେଣ୍ଟାରୀ): ରାହୁଲ ସିଂ ଦତ୍ତାଙ୍କ ଏହି ଫିଲ୍ମ । ଓ୍ବେଡିଂ ପ୍ଲାନର୍ସ, ଚାକିରିର ଚାହିଦା ଏବଂ କଠିନ ସମ୍ପର୍କ ମଧ୍ୟରେ ଅଲି ଏବଂ ରିଚା ପରସ୍ପର ସହିତ ଛିଡା ହୋଇ ନିଜ ଜୀବନ ସହିତ ଆଗକୁ କିପରି ବଢିଛନ୍ତି ସେହି ଉପରେ ଆଧାରିତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.