ETV Bharat / entertainment

ଗ୍ରାମୀ ପୁରସ୍କାର ଜିତିବା ପରେ ବନ୍ଧା ହେଲେ କିଲର ମାଇକ

author img

By ETV Bharat Odisha Team

Published : Feb 5, 2024, 3:00 PM IST

Rapper Killer Mike Arrested: ଗିରଫ ହେଲେ ହଲିଉଡ ଲୋକପ୍ରିୟ ଗାୟକ ତଥା ରାପର କିଲର ମାଇକ । ଗ୍ରାମୀ ପୁରସ୍କାରରେ ୩ଟି ପୁରସ୍କାର ଜିତିବା ପରେ ଗାୟକଙ୍କୁ ଗିରଫ କରିଛି ପୋଲିସ ।

ଗ୍ରାମୀ ପୁରସ୍କାର ଜିତିବା ପରେ ବନ୍ଧା ହେଲେ କିଲର ମାଇକ
ଗ୍ରାମୀ ପୁରସ୍କାର ଜିତିବା ପରେ ବନ୍ଧା ହେଲେ କିଲର ମାଇକ

ହାଇଦ୍ରାବାଦ: ହଲିଉଡ ରାପର ତଥା କଣ୍ଠଶିଳ୍ପୀ କିଲର ମାଇକ ଗିରଫ ହୋଇଛନ୍ତି । ରିପୋର୍ଟ ଅନୁସାରେ, ଏକ ଦୁଷ୍କର୍ମ ମାମଲାରେ ଗାୟକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗାୟକ କିଲର ଗ୍ରାମୀ ଆୱାର୍ଡ ୨୦୨୪ରେ ୩ଟି ପୁରସ୍କାର ହାତେଇଥିଲେ । ଏହି ପୁରସ୍କାର ଜିତିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଲଗାତାର ୩ଟି ଗ୍ରାମୀ ପୁରସ୍କାର ଜିତିବା ପରେ ରାପ୍ଟର କିଲର ମାଇକଙ୍କୁ ଲସ ଆଞ୍ଜେଲସ୍ ପୋଲିସ କ୍ରିପ୍ଟୋ ଡଟ୍ ମଞ୍ଚରେ ଗିରଫ କରିଛି । ଲସ ଏଞ୍ଜେଲସ୍ ପୋଲିସ ଏ ବାବଦରେ ଅଧିକ ବିବରଣୀ ଦେଇନାହିଁ । ଖବର ଅନୁଯାୟୀ କିଲର ମାଇକଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଛି । କିଲର ମାଇକଙ୍କ ଗିରଫ ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଭାଇରାଲ ଏକ୍ସ ଭିଡିଓ ଅନୁଯାୟୀ, ରାପର ଲସ ଏଞ୍ଜେଲସ୍ ଭେନ୍ୟୁରୁ ଭିଆଇପି ପ୍ରବେଶ ଦ୍ୱାର ପଟେ ପୋଲିସ ତାଙ୍କୁ ଗିରଫ କରି ନେଉଥିବାର ଦେଖିବାକୁ ମିଳିଛି । ଏହି ସମୟରେ ଲୋକେ 'ଫ୍ରି ମାଇକ' ବୋଲି ପାଟି କରୁଥିବା ନଜର ଆସିଛି । ପ୍ରି-ଟେଲିଭିଜନ ଭାଗରେ ୩ଟି ଗ୍ରାମୀ ପୁରସ୍କାର ଜିତିବାର କିଛି ସମୟ ପରେ ୪୮ ବର୍ଷୀୟାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଗିରଫଦାରୀ ସମ୍ପର୍କରେ କିଲର ମାଇକଙ୍କ ଟିମ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: ଗ୍ରାମୀ ଆୱାର୍ଡ ୨୦୨୪: ଟେଲର ସ୍ୱିପ୍ଟ-ମିଲି ସାଇରସଙ୍କୁ ପୁରସ୍କାର, ଦେଖନ୍ତୁ ବିଜେତାଙ୍କ ପୁରା ତାଲିକା

କହିରଖୁଛୁ କି, ରବିବାର ଦିନ ଲସ ଏଞ୍ଜେଲସରେ ଆୟୋଜିତ ଗ୍ରାମୀ ପୁରସ୍କାର ୨୦୨୪ ବିଜେତାଙ୍କ ଘୋଷଣା ହୋଇଥିଲା । ଏଥିରେ ଲୋକପ୍ରିୟ ସଙ୍ଗୀତକାର, ଗାୟକଙ୍କ, ସଙ୍ଗୀତ ଦନିଆର ବରିଷ୍ଠ ବ୍ୟକ୍ତିଙ୍କୁ ଏହି ପୁରସ୍କାର ଦିଆଯାଇଥାଏ । ତେବେ ଏଥିରେ ରାପର ନିଜର ଶ୍ରେଷ୍ଠ ରାପ୍ ପ୍ରଦର୍ଶନ, ରାପ୍ ଗୀତ ଏବଂ ରାପ୍ ଆଲବମ୍ ପାଇଁ ପୁରସ୍କାର ଜିତିଥିଲେ । ପ୍ରଥମ ପୁରସ୍କାର 'ସାଇଟିଟ୍ସ ଏବଂ ଇଞ୍ଜିନିୟର୍ସ' ପାଇଁ ଶ୍ରେଷ୍ଠ ରାପ୍ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିବା ବେଳେ ଅନ୍ୟ ୨ଟି ଶ୍ରେଷ୍ଠ ରାପ୍ ଗୀତ ଏବଂ ତାଙ୍କର ଶ୍ରେଷ୍ଠ ରାପ୍ ଆଲବମ୍ ଥିଲା 'ମାଇକେଲ୍' ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ପୂର୍ବରୁ ମାଇକ ୨୦୦୩ରେ 'ଦ ହୋଲ ୱାର୍ଲ୍ଡ' ପାଇଁ ତାଙ୍କର ଶେଷ ଗ୍ରାମୀ ପୁରସ୍କାର ହାସଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଗ୍ରାମୀ ଆୱାର୍ଡରେ ବାଜି ମାରିଲା ଭାରତ, ଜାକିର-ମହାଦେବନଙ୍କ ସମେତ ଏହି ସଙ୍ଗୀତକାରଙ୍କୁ କରାଗଲା ସମ୍ମାନିତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.