ETV Bharat / entertainment

ପାକିସ୍ତାନରେ ସରବଜିତ ସିଂଙ୍କ ହତ୍ୟାକାରୀକୁ ହତ୍ୟା, ରଣଦୀପ ହୁଡା କହିଲେ 'କର୍ମର ଫଳ' - Randeep Hooda

Randeep On Sarabjit’s Killer Shot Dead: ପାକିସ୍ତାନ ଜେଲରେ ସରବଜିତ ସିଂଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅମୀର ସରଫରାଜଙ୍କୁ ଗତକାଲି ଅର୍ଥାତ୍ 14 ଏପ୍ରିଲରେ ହତ୍ୟା କରାଯାଇଛି । ବର୍ତ୍ତମାନ ହତ୍ୟାକାରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଅଭିନେତା ରଣଦୀପ ହୁଡା ପ୍ରତିକ୍ରିୟା ଦେଇଛନ୍ତି ।

author img

By ETV Bharat Odisha Team

Published : Apr 15, 2024, 11:55 AM IST

ପାକିସ୍ତାନରେ ସରବଜିତ ସିଂଙ୍କ ହତ୍ୟାକାରୀର ହତ୍ୟା, 'କର୍ମର ଫଳ' କହିଲେ ରଣଦୀପ ହୁଡା

ହାଇଦ୍ରାବାଦ: ଗତକାଲି (୧୪ ଏପ୍ରିଲ)ରେ ପାକିସ୍ତାନର ଲାହୋରରେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଅଣ୍ଡରୱାର୍ଲ୍ଡ ଡନ୍ ତଥା ସରବଜିତ ସିଂଙ୍କ ହତ୍ୟାକାରୀ ଅମୀର ସରଫରାଜଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଯାହାକୁ ନେଇ ବର୍ତ୍ତମାନ ସନ୍ତୋଷ ପ୍ରକାଶ କରିଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡା । ଅଭିନେତା ଅମୀର ସରଫରାଜଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଅମୀରଙ୍କ ହତ୍ୟାକାରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ରଣଦୀପ ହୁଡାଙ୍କ ପୋଷ୍ଟ
ରଣଦୀପ ହୁଡାଙ୍କ ପୋଷ୍ଟ

ରଣଦୀପ ହୁଡାଙ୍କ ପ୍ରତିକ୍ରିୟା

ରଣଦୀପ ହୁଡା ନିଜ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଏହି ପୋଷ୍ଟରେ ଲେଖିଛନ୍ତି, ''କର୍ମର ଫଳ । ତୁମେ ଯାହା କର ତାହା ନିଶ୍ଚିତ ଭାବରେ ତୁମେ ଭୋଗିବ । ଧନ୍ୟବାଦ ଅଜଣାବ୍ୟକ୍ତି । ଆଜି ସରବଜିତ ସିଂଙ୍କୁ ନ୍ୟାୟ ମିଳିଛି । ମୁଁ ମୋର ଭଉଣୀ ଦଲବୀର କୌରଙ୍କୁ ମନେ ପକାଉଛି ଏବଂ ମୁଁ ପୁନମ ଏବଂ ସ୍ୱପ୍ନଦୀପଙ୍କୁ ବହୁତ ଭଲପାଇବା ପଠାଉଛି ।'' କହିରଖୁଛୁ କି, ୨୦୧୬ ମସିହାରେ କଳା ନିର୍ଦ୍ଦେଶକ ଓମଙ୍ଗ କୁମାରଙ୍କ ଫିଲ୍ମ ରବଜିତ ସିଂଙ୍କ ବାୟୋପିକ ଫିଲ୍ମ 'ସରବଜିତ' ମୁକ୍ତିଲାଭ କରିଥିଲା । ସରବଜିତଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ଚଳଚ୍ଚିତ୍ରରେ ରଣଦୀପ ହୁଡା ସରବଜିତ୍ ଭୂମିକାରେ ଅଭିନୟ କରିଥିଲେ ।

ସରବଜିତ ସିଂ କିଏ ?

ସୂଚନାଯୋଗ୍ୟ ଯେ, ସରବଜିତ ସିଂ ଭାରତ-ପାକିସ୍ତାନ ସୀମାରେ ରହୁଥିବା ଜଣେ କୃଷକ ଥିଲେ । ଅଗଷ୍ଟ ୩୦,୧୯୯୦ରେ ସେ ହଠାତ୍ ପାକିସ୍ତାନ ସୀମାରେ ପହଞ୍ଚି ଯାଇଥିଲେ । ଯାହା ପରେ ଗୁପ୍ତଚର ଅଭିଯୋଗରେ ତାଙ୍କୁ ପାକିସ୍ତାନୀ ସେନା ଗିରଫ କରିଥିଲା । ପାକିସ୍ତାନୀ କୋର୍ଟ ତାଙ୍କୁ ଲାହୋର, ମୁଲତାନ ଏବଂ ଫୈସଲାବାଦ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ କରି ୧୯୯୯ରେ ମୃତ୍ୟୁଦଣ୍ଡ ଦେଇଥିଲା। ଏହା ପରେ ସରବଜିତଙ୍କ ପରିବାର ଯୁକ୍ତି ଦର୍ଶାଇଥିଲେ ଯେ ପାକିସ୍ତାନ ସେମାନଙ୍କୁ ଜବରଦସ୍ତ ଜଡ଼ିତ କରୁଛି । ଯେତେବେଳେ ଏହି ମାମଲା ଅନ୍ତର୍ଜାତୀୟ ଫୋରମରେ ପହଞ୍ଚିଲା ସେତେବେଳେ ପାକିସ୍ତାନ ସରକାରଙ୍କୁ ଫାଶୀ ଦେବା ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ପଡିଲା ।

ଏହା ମଧ୍ୟ ପଢନ୍ତୁ: ବୀର ସାବରକର ଭୂମିକା ପାଇଁ 26 କିଲୋ ଓଜନ କମାଇଲେ ଅଭିନେତା

ସରବଜିତ ସିଂ ହତ୍ୟା ପଛରେ ଅମୀର ସରଫରାଜଙ୍କ ହାତ

ଫାଶୀକୁ ସ୍ଥଗିତ ରଖାଯିବା ପରେ ପରିବାର ଏବଂ ଦେଶ ଆଶାବାଦୀ ଥିଲେ ଯେ ସରବଜିତ୍ ଫେରିବେ, କିନ୍ତୁ ଏପ୍ରିଲ ୨୦୧୩ରେ ଅମୀର ସରଫରାଜ ଆଇଏସଆଇର ନିର୍ଦ୍ଦେଶରେ ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନାଗରିକ ସରବଜିତ ସିଂଙ୍କୁ ହତ୍ୟା କରିଥିଲେ । ଅମୀର ସରବଜିତଙ୍କୁ ପଲିଥିନରେ ବାନ୍ଧି ପାକିସ୍ତାନର କୋଟ ଲଖପାଟ ଜେଲରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଲାହୋରର ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ପରେ ଚିକିତ୍ସା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.