ହାଇଦ୍ରାବାଦ: ବିବାହର ତୃତୀୟ ବର୍ଷରେ ପାଦ ଦେଇଛନ୍ତି ବଲିଉଡର ଷ୍ଟାର କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ । ଆଜି 14 ଏପ୍ରିଲ ତାରିଖରେ ନିଜ ସେକେଣ୍ଡ ମ୍ୟାରେଜ ଆନିଭର୍ସରୀ ପାଳନ କରିଛନ୍ତି ଏହି ଷ୍ଟାର କପଲ । ତେବେ ନିକଟରେ ଆଲିଆ ଭଟ୍ଟଙ୍କ ହିଟ୍ ଫିଲ୍ମ ‘ରକି ଅର ରାନୀ କି ପ୍ରେମ କାହାନି’ ହୋଇଥିବା ବେଳେ ରଣବୀର କପୁର ଆନିମଲ ଫିଲ୍ମ ସହିତ ବକ୍ସ ଅଫିସରେ ବେଶ ଚର୍ଚ୍ଚାରେ ଅଛନ୍ତି । ଆଲିଆ ଭଟ୍ଟ ନିର୍ମାତା ଭାବରେ ଏବେ ଅନେକ ଚଳଚ୍ଚିତ୍ରରେ ଯୋଡି ହେଉଥିବାବେଳେ ରଣବୀର କପୁର ରାମାୟଣ ଫିଲ୍ମରେ ରାମ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା କେମିତି ଆରମ୍ଭ ହୋଇଥିଲା ଏହି ରୋମାଣ୍ଟିକ କପଲଙ୍କ ପ୍ରେମ କାହାଣୀ ।
ସୂଚନା ଅନୁଯାୟୀ, 2017ରୁ 2018 ମଧ୍ୟରେ ଆୟନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂ ଆରମ୍ଭ ହୋଇଥିଲା । ଯେଉଁଥିରେ ଲିଡରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନଜର ଆସିଥିଲେ । ଦୁହିଁଙ୍କୁ ଏହି ଫିଲ୍ମ ମାଧ୍ୟମରେ ଏକା ସହିତ କାମ କରିବା ପାଇଁ ସୁଯୋଗ ମିଳିଥିଲା । ଆଉ ସେଇଠୁ ଆରମ୍ଭ ହୋଇଥିଲା ତାଙ୍କ ବନ୍ଧୁତ୍ବ । ଧିରେ ଧିରେ ସେହି ବନ୍ଧୁତ୍ବ ପ୍ରେମରେ ବଦଳି ଯାଇଥିଲା । ସୁଯୋଗ ପାଇ ଆଣ୍ଠୁମାଡି ନିଜ ପ୍ରେମର ପ୍ରେମଭାବନାକୁ ପ୍ରକାଶ କରିଥିଲେ ରଣବୀର । କିଛି ଏହିଭଳି ଆରମ୍ଭ ହୋଇଥିଲା ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ । ବ୍ରହ୍ମାସ୍ତ୍ର ନିର୍ମାଣ ପାଇଁ ପାଞ୍ଚ ବର୍ଷ ସମୟ ଲାଗିଥିଲା ଏବଂ ଫିଲ୍ମ 9 ସେପ୍ଟେମ୍ବର 2022ରେ ମୁକ୍ତିଲାଭ କରିଥିଲା । ଏହି 5 ବର୍ଷରେ ରଣବୀର ଏବଂ ଆଲିଆଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା ।
ଏହା ମଧ୍ୟ ପାଢନ୍ତୁ... ଝିଅ ରାହା ସହ ନୂଆବର୍ଷ ପାଳନ ପାଇଁ ଭ୍ୟାକେସନରେ ଗଲେ ଆଲିଆ-ରଣବୀର, ଏୟାରପୋର୍ଟରେ ଆସିଲେ ନଜର
ରଣବୀର-ଆଲିଆ ବ୍ରହ୍ମାସ୍ତ୍ର ରିଲିଜ ହେବା ପୂର୍ବରୁ 14 ଏପ୍ରିଲ 2022ରେ ଏକ ଗ୍ରାଣ୍ଡ ୱେଡିଂ କରିଥିଲେ । ବିବାହର ଅଢ଼େଇ ମାସ ପରେ ଅର୍ଥାତ ଜୁନ୍ 27, 2022ରେ, ଆଲିଆ ହସ୍ପିଟାଲରୁ ସୋନୋଗ୍ରାଫିର ଫଟୋ ସେୟାର କରି ଫ୍ୟାନ୍ସ ମାନଙ୍କୁ ତାଙ୍କ ପ୍ରେଗନେନ୍ସିର ଖୁସି ଖବର ଦେଇଥିଲେ । 5 ନଭେମ୍ବର 2022ରେ, ଆଲିଆ ଭଟ୍ଟ ଏକ ଝିଅକୁ ଜନ୍ମ ଦେଇଥିଲେ, ଯାହାର ନାମ ସେମାନେ ରାହା କପୁର ରଖିଛନ୍ତି । ରାହାଙ୍କୁ ଏବେ ଦେଢ଼ ବର୍ଷ ବୟସ ହୋଇଛି । ଖ୍ରୀଷ୍ଟମାସ ଅବସରରେ ଏହି ଦମ୍ପତି କ୍ୟାମେରା ଆଗରେ ଆସି ପ୍ରିୟ ଝିଅ ରାହା କପୁରଙ୍କ ଚେହେରାକୁ ପ୍ରଥମ ଥର ପାଇଁ ଫ୍ୟାନ୍ସକୁ ଦେଖାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ