ମୁମ୍ବାଇ: ରଙ୍ଗର ପର୍ବ ହୋଲି । ହୋଲିରେ ସମସ୍ତେ ନିଜ ସାଥୀ, ବନ୍ଧୁ, ସମ୍ପର୍କୀୟଙ୍କ ସହ ଏକାଠି ହୋଇ ପରସ୍ପର ସହିତ ରଙ୍ଗ ଖେଳିଥାନ୍ତି । ତେବେ ହୋଲିକୁ ସାରା ଦେଶ ଧୁମଧାମରେ ପାଳନ କରିଥିବା ବେଳେ ଅନେକ ସେଲିବ୍ରିଟି ମଧ୍ୟ ସେମାନଙ୍କ ସାଥୀ, ବନ୍ଧୁ, ସମ୍ପର୍କୀୟଙ୍କ ସହ ଏହି ଦିନରେ ଖୁବ୍ ମଜା କରିଥାନ୍ତି । ଏହାରି ମଧ୍ୟରେ ଆମେ କିଛି ଏଭଳି ସେଲିବ୍ରିଟିଙ୍କ କଥା କହିବାକୁ ଯାଉଛୁ, ଯେଉଁମାନେ ବିବାହ ପରେ ସେମାନଙ୍କର ପ୍ରଥମ ହୋଲି ପାଳନ କରିବାକୁ ଯାଉଛନ୍ତି । ସେମାନେ ହେଲେ ରକୁଲ ପ୍ରୀତ ସିଂ-ଜ୍ୟାକି ଭାଗନ୍ନାଇ ଏବଂ କ୍ରିତି ଖରବାଣ୍ଡା-ପୁଲକିତ ସମ୍ରାଟ । ସେହିପରି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବିବାହ ପରେ ସେମାନଙ୍କର ଦ୍ୱିତୀୟ ହୋଲି ପାଳନ କରୁଛନ୍ତି ।
ଅଭିନେତ୍ରୀ କିଆରା ଆଡଭାନୀ ଆଜି ତାଙ୍କ ଇନଷ୍ଟାଗ୍ରାମରେ ସ୍ବାମୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ହୋଲିରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ହୋଲି ଖେଳିବା ପରେ ଏହି ଫଟୋ ପୋଷ୍ଟ କରିଛନ୍ତି । ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି ଯେ, "ହୋଲି ଓ୍ବିଥ ମାଇଁ ହୋମି" । ସେହିପରି ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ବିବାହ ପରେ ସେମାନଙ୍କର ପ୍ରଥମ ହୋଲି ପାଳନ କରୁଛନ୍ତି । ଦୁହେଁ ଆଜି ଏକାଠି ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି ସେମାନଙ୍କ ଉତ୍ସବର ଏକ ଝଲକ ଦେଖାଇଛନ୍ତି । ସେମାନଙ୍କର ଭିଡିଓ କୋଲାଜରେ ଉଭୟ ରଙ୍ଗ ଲଗାଉଥିବାର ଦେଖିବାକୁ ମିଳିଛି । ଏହି କୋଲାଜ ଭିଡିଓ ସେୟାର କରି ତାଙ୍କ କ୍ୟାପସନରେ ଲେଖିଛନ୍ତି ଯେ, “ଆମ ତରଫରୁ ଆପଣଙ୍କୁ ହାପି ହୋଲି" ।
ଏହା ମଧ୍ୟ ପଢନ୍ତୁ- ରଙ୍ଗର ପର୍ବ ହୋଲି, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ଏହା ମଧ୍ୟ ପଢନ୍ତୁ - ଇମ୍ରାନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଫିଲ୍ମ 'ଓଜି'ରୁ ଅଭିନେତାଙ୍କ ପ୍ରଥମ ଲୁକ୍ ଆଉଟ୍
ଏହାରି ମଧ୍ୟରେ ପୁଲକିତ ସମ୍ରାଟ ଓ କ୍ରିତି ଖରବନ୍ଧା ନିକଟରେ ବିବାହ କରି ଥିବା ବେଳେ ଏକ ନୂଆ ଜୀବନର ଆରମ୍ଭ କରିଛନ୍ତି । ୧୫ ମାର୍ଚ୍ଚରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏବେ ଏହି ନବବିବାହିତା ଯୋଡି ତାଙ୍କର ପ୍ରଥମ ହୋଲି ମନାଇଛନ୍ତି । ଯାହାର ଝଲକ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, 'ଆମର ପ୍ରଥମ ହୋଲି' ।