ETV Bharat / entertainment

ବିବାହ ପାଇଁ ଗୋଆରେ ପହଞ୍ଚିଲେ ରକୁଲ-ଜ୍ୟାକି

author img

By ETV Bharat Odisha Team

Published : Feb 18, 2024, 11:26 AM IST

Rakul Preet-Jackky Bhagnani Wedding: ଫେବୃଆରୀ ୨୧ରେ ବିବାହ ବନ୍ଧନରେ ବାନ୍ଧି ହେବେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ । ତେବେ ଉଭୟଙ୍କ ବିବାହ ଗୋଆରେ ଅନୁଷ୍ଠିତ ହେବାକୁ ଥିବାବେଳେ ପରିବାର ସହ ଦୁହେଁ ଆଜି ସେଠାରେ ପହଞ୍ଚିଛନ୍ତି । ସୋସିଆଲ ମିଡିଆରେ ଏହି ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ବିବାହ ପାଇଁ ଗୋଆରେ ପହଞ୍ଚିଲେ ରକୁଲ-ଜ୍ୟାକି, ପରିବାର ସହ ଏୟାରପୋର୍ଟରେ ଆସିଲେ ନଜର

ହାଇଦ୍ରାବାଦ: ବର୍ତ୍ତମାନ ବି-ଟାଉନରେ ଆଉ ଏକ ଲୋକପ୍ରିୟ ଯୋଡ଼ି ବିବାହ କରିବାକୁ ଯାଉଛନ୍ତି । ବଲିଉଡର ଲୋକପ୍ରିୟ ଅଭିନେତା ତଥା ଫିଲ୍ମ ନିର୍ମାତା ଜ୍ୟାକି ଭଗ୍ନାନୀ ଏବଂ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । ଏହି କପଲଙ୍କ ବିବାହ ଫେବୃଆରୀ ୨୧ରେ ଗୋଆରେ ଅନୁଷ୍ଠିତ ହେବ । ତେବେ ବିବାହ ପାଇଁ ବର୍ତ୍ତମାନ ରକୁଲ ଏବଂ ଜ୍ୟାକି ଗୋଆରେ ପହଞ୍ଚିଛନ୍ତି । ପରିବାର ସହ ଦୁହିଁଙ୍କୁ ଆଜି ଗୋଆ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଗୋଆ ବିମାନବନ୍ଦରରେ ଉଭୟ ତାରକା ନିଜ ପରିବାର ସହ ନଜର ଆସିଛନ୍ତି । ଏହି ସମୟରେ, ରକୁଲ କମଳା ରଙ୍ଗର କର୍ଡ-ସେଟରେ ଦେଖିବାକୁ ମିଳିଥିବାବେଳେ ଜ୍ୟାକିଙ୍କୁ ବ୍ଲାକ ପ୍ୟାଣ୍ଟ ଏବଂ ପ୍ରିଣ୍ଟେଡ ସାର୍ଟ ଲୁକରେ ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ଉଭୟଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । କହିରଖୁଛୁ କି, ବିବାହ ପୂର୍ବରୁ ଗତକାଲି(ଫେବୃଆରୀ ୧୭) ରକୁଲ ଏବଂ ଜ୍ୟାକି ସିଦ୍ଧିବିନାୟକଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ।

ସୂଚନା ଥାଉକି, ୨୧ ଫେବୃଆରୀରେ ବିବାହ ପରେ ୨୨ ତାରିଖ ଦିନ ମୁମ୍ବାଇରେ ଏହି କପଲ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି କରିବେ ବୋଲି କୁହାଯାଉଛି । ଏଥିରେ ବି-ଟାଉନ୍ ଠାରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ବଡ ବଡ ବ୍ୟକ୍ତିତ୍ୱ ଯୋଗଦେବେ । ଏହି କପଲ ନିଜ ବିବାହକୁ ଗୋପନୀୟ ରଖିବାକୁ ଚାହୁଁଥିବା ବେଳେ ବିବାହ ଉତ୍ସବରେ 'ନୋ ଫୋନ ପଲିସି' ଯୋଜନା ଲାଗୁ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଗୋଆରେ ରକୁଲ-ଜ୍ୟାକିଙ୍କ ପଡ଼ିବ ହାତଗଣ୍ଠି ! ବିବାହ କାର୍ଡ ଭାଇରାଲ

କହିରଖୁଛୁ କି, ଏହି କପଲଙ୍କ ଲଭଷ୍ଟୋରୀ ଲକଡାଉନରୁ ଆରମ୍ଭ ହୋଇଥିଲା । କୁହାଯାଉଛି କି ଏମାନଙ୍କ ସାକ୍ଷାତ ପ୍ରଥମେ ସାଧାରଣ ବନ୍ଧୁତା ଭଳି ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହେଲା । ପରେ ପରେ ସମ୍ପର୍କ ନିବିଡ ହେବା ସହ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୨୧ ମସିହାରେ ଜ୍ୟାକି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ପ୍ରୋପୋଜ କରିଥିଲେ । ଏହାପରେ ଅଭିନେତ୍ରୀ ହଁ କରିବା ସହ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ । ଦୀର୍ଘ ଦିନ ଡେଟିଂ କରିବା ପରେ ଏବେ ଦୁହେଁ ବିବାହ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.