ETV Bharat / entertainment

ମିଷ୍ଟର ଆଣ୍ଡ ମିସେସ ମାହି ପ୍ରଥମ ପୋଷ୍ଟର ଆଉଟ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ - Mr And Mrs Mahi First Poster

author img

By ETV Bharat Odisha Team

Published : Apr 15, 2024, 6:00 PM IST

Mr And Mrs Mahi First Poster: ଜାହ୍ନବୀ କପୁର ଏବଂ ରାଜକୁମାର ରାଓ ଫିଲ୍ମ 'ମିଷ୍ଟର ଆଣ୍ଡ ମିସେସ ମାହି' ସହ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ଫିଲ୍ମରୁ ଉଭୟଙ୍କ ପ୍ରଥମ ଲୁକ ପୋଷ୍ଟର ରିଲିଜ ହୋଇଥିବା ବେଳେ ଫିଲ୍ମର ନୂଆ ରିଲିଜ ତାରିଖ ମଧ୍ୟ ପ୍ରକାଶ ହୋଇଛି । ଅଧିକ ପଢନ୍ତୁ

ମିଷ୍ଟର ଆଣ୍ଡ ମିସେସ ମାହି ପ୍ରଥମ ପୋଷ୍ଟର ଆଉଟ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ରାଜକୁମାର ରାଓ ଖୁବଶୀଘ୍ର ପରଦାକୁ ଫେରିବାକୁ ପ୍ରସ୍ତୁତ ରହିଛନ୍ତି । ଏହି ଦୁଇ ଷ୍ଟାର 'ମିଷ୍ଟର ଆଣ୍ଡ ମିସେସ ମାହି' ଫିଲ୍ମ ସହ ସିଲଭର ସ୍କ୍ରିନରେ ନିଜର ଜଲୱା ଦେଖାଇବେ । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମରୁ ଉଭୟଙ୍କ ପ୍ରଥମ ଲୁକ ପୋଷ୍ଟର ରିଲିଜ ହୋଇଥିବା ବେଳେ ଫିଲ୍ମର ନୂଆ ରିଲିଜ ତାରିଖ ମଧ୍ୟ ପ୍ରକାଶ ହୋଇଛି । ଏହି ଫିଲ୍ମ ଚଳିତ ବର୍ଷ ମେ ମାସରେ ରିଲିଜ ହେବାକୁ ଯାଉଛି ।

ବଲିଉଡ ନିର୍ଦ୍ଦେଶକ କରଣ ଜୋହର ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରରେ ଜାହ୍ନବୀ କପୁର ଏବଂ ରାଜକୁମାର ରାଓ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି । ରାଜକୁମାର ମହେନ୍ଦ୍ର ନାମକ ଏକ ନୀଳ ରଙ୍ଗର ଜର୍ସି ପିନ୍ଧିଥିବା ବେଳେ ଜାହ୍ନବୀ ମହିମା ନାମକ ଏକ ନୀଳ ଜର୍ସି ପିନ୍ଧିଛନ୍ତି । ଉଭୟ ଷ୍ଟାଡିୟମରେ ଠିଆ ହୋଇ ଭାରତୀୟ ଦଳକୁ ଚିୟରଅଫ କରୁଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଉଭୟଙ୍କ ଚେହେରା ଦେଖାଯାଉନାହିଁ। ଏହା ସେୟାର କରି କରଣ ଜୋହର କ୍ୟାପସନରେ ଲେଖିଛନ୍ତି - ''ତୁମର ସ୍ୱପ୍ନକୁ ପୂରା କରିବାର ସମୟ ଆସିଛି, ବର୍ତ୍ତମାନ ସବୁକିଛି ତୁମର।''

ଏହି ଦିନ ପରଦାକୁ ଆସିବ 'ମିଷ୍ଟର ଆଣ୍ଡ ମିସେସ ମାହି':- ନିର୍ଦ୍ଦେଶକ ଶରଣ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ମିଷ୍ଟର ଆଣ୍ଡ ମିସେସ ମାହି'କୁ ଜି ଷ୍ଟୁଡିଓ ଏବଂ ଧର୍ମ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ । ଫିଲ୍ମକୁ ନିଖିଲ ମେହେରୋତ୍ରା ଏବଂ ଶରଣ ଶର୍ମା ଲେଖିଛନ୍ତି । ଏହି ଚଳଚ୍ଚିତ୍ରଟି ମେ ୩୧, ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ । ଏହା ପୂର୍ବରୁ ଏପ୍ରିଲ ୧୯ରେ ରିଲିଜ ହେବାକୁ ଥିଲା, କିନ୍ତୁ ବର୍ତ୍ତମାନ ନିର୍ମାତାମାନେ ଏହାର ତାରିଖ ବଢାଇ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀକାନ୍ତ ଟ୍ରେଲର ଆଉଟ୍, ଭାରତୀୟ ଶିକ୍ଷା ବ୍ୟବସ୍ଥା ବିରୋଧରେ ଲଢିବେ ରାଜକୁମାର ରାଓ

ଫିଲ୍ମର କାହାଣୀ ଏବଂ କାଷ୍ଟ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ ରାଜକୁମାର ରାଓ ଏବଂ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହି ଷ୍ଟାର ଯୋଡ଼ି ଦ୍ୱିତୀୟ ଥର ଏହି ଫିଲ୍ମ ଜରିଆରେ ସ୍କ୍ରିନ ସେୟାର କରିଛନ୍ତି । ଏହା ପୂର୍ବରୁ ୨୦୨୧ ମସିହାରେ ଉଭୟଙ୍କୁ ହରର୍ ଥ୍ରୀଲର ଫିଲ୍ମ 'ରୁହି'ରେ ଦେଖିବାକୁ ମିଳିଥିଲା ​ । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ ଏହା ଟିମ୍ ଇଣ୍ଡିଆର ପୂର୍ବତନ ବିଶ୍ୱକପ୍ ବିଜେତା ଅଧିନାୟକ ତଥା କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନିଙ୍କ କାହାଣୀ ଉପରେ ଆଧାରିତ । ଏହି ଯୋଡି ଦ୍ୱିତୀୟ ଥର ପରଦାରେ ଦେଖାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.