ମୁମ୍ବାଇ: ଦୀର୍ଘ ବର୍ଷର ଡେଟିଂ ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତା ପୁଲକିତ ସମ୍ରାଟ ଏବଂ ଅଭିନେତ୍ରୀ କ୍ରିତି ଖରବନ୍ଧା । ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପଞ୍ଜାବୀ ରୀତିନୀତିରେ ଗତ ୧୫ ତାରିଖ ଦିନ ଉଭୟ ବିବାହ କରିଛନ୍ତି । ବିବାହର ପ୍ରଥମ ଫଟୋ ଏହି କପଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିବା ପରେ ନବଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ଅଭିନେତ୍ରୀ କ୍ରିତି ଖରବନ୍ଧା ତାଙ୍କ ବିବାହରେ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ଗୋଲାପୀ ଲେହେଙ୍ଗା ସହିତ ଗୋଲ୍ଡେନ କଲର ଜୁଏଲରୀ ପିନ୍ଧିଥିଲେ । ସେହିପରି ଅଭିନେତା ପୁଲକିତ ସମ୍ରାଟ ସବୁଜ ରଙ୍ଗର ସେରଓ୍ବାନୀ ପିନ୍ଧିଥିଲେ । ପିଙ୍କ ଆଉ ଗ୍ରୀନ କଲର ଜୋଡାରେ ଏହି ନବଦମ୍ପତି ବହୁତ ସୁନ୍ଦର ଦେଖାଯାଉଥିଲେ । ଦୁହେଁ ନିଜ ବିବାହର ୪ଟି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ପ୍ରଥମ ଫଟୋରେ କପଲଙ୍କର ଫୁଲରେ ପୋଜ ଅଛି । ଯେଉଁଥିରେ ଉଭୟ ହସୁଥିବାର ଦେଖିବାକୁ ମିଳିଛି ।
ସେହିପରି ଦ୍ବିତୀୟ ଫଟୋରେ କ୍ରିତି ସ୍ବାମୀ ପୁଲକିତ ସମ୍ରାଟଙ୍କ ମୁଣ୍ଡକୁ କିସ୍ କରୁଥିବାର ଦେଖିବାକୁ ମିଳିଛି । ତୃତୀୟ ଫଟୋ ଅଭିନେତା କ୍ରିତିଙ୍କୁ ମଙ୍ଗଳସୂତ୍ର ପିନ୍ଧାଉଛନ୍ତି । ସେହିପରି ଶେଷ ଫଟୋରେ ଉଭୟ ବିବାହ କରୁଥିବା ବେଳେ ସମ୍ପର୍କୀୟମାନେ ତାଙ୍କ ଉପରେ ଫୁଲ ପକାଉଥିବାର ଦେଖିବାକୁ ମିଳିଛି । କପଲ ତାଙ୍କ ବିବାହର ପ୍ରଥମ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ''ଆକାଶରୁ ପାହାଡ ପର୍ଯ୍ୟନ୍ତ...ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ସମୟରେ...ବାସ୍ ତୁମେ ''
ଏହା ମଧ୍ୟ ପଢନ୍ତୁ- ଆଜି ପୁଲକିତ-କ୍ରିତିଙ୍କ ମେହେନ୍ଦୀ ସେରିମନି, 15ରେ ବିବାହ
ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଧାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । କ୍ରିତି ସାନନ, ପଞ୍ଜାବୀ ଗାୟକ ଜସି ଗିଲ, ଗାୟକ ଅରମାନ ମଲିକ, ଆନିମଲ ଷ୍ଟାର ବବି ଦେଓଲ, ଭୋଲି ପଞ୍ଜାବର ଖ୍ୟାତି ରିଚା ଚାଡା, ସଞ୍ଜୟ କପୁର ଏବଂ ଗାୟକ ଷ୍ଟେବିନ ବେନଙ୍କ ସମେତ ଅନେକ ତାରକା ଦୁହିଁଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି । କହି ରଖୁଛୁ କି, ଏହି କପଲଙ୍କ ଲଭଷ୍ଟୋରୀ ଫିଲ୍ମ 'ପାଗଲପନ୍ତୀ'ର ସେଟରୁ ଆରମ୍ଭ ହୋଇଥିଲା । କୁହାଯାଉଛି ଯେ, ଦୁହେଁ ପ୍ରଥମ ଥର ପାଇଁ ଏଠାରେ ଭେଟିଥିଲେ ଏବଂ କିଛି ସମୟ ପରେ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ଏହି ଫିଲ୍ମର ପ୍ରମୋସନ ସମୟରେ ଅଭିନେତ୍ରୀ ଉଭୟଙ୍କ ସମ୍ପର୍କକୁ ନିଶ୍ଚିତ କରିଥିଲେ । ଏଥିସହ ନିକଟରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।