ETV Bharat / entertainment

ପରିଣୀତିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପ୍ରିୟଙ୍କା, ପୋଷ୍ଟ କରି କହିଲେ ଏମିତି - Amar Singh Chamkila - AMAR SINGH CHAMKILA

Priyanka Chopra Praises Amar Singh Chamkila: ଓଟିଟିରେ ପରିଣୀତି ଚୋପ୍ରା ଏବଂ ଦିଲଜିତ ଦୋସାଞ୍ଜାଙ୍କ ଫିଲ୍ମ ଅମର ସିଂ ଚମକିଲା । ଫିଲ୍ମକୁ ନେଇ ଏଇୟା କହିଲେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ଅଧିକ ପଢ଼ନ୍ତୁ,

ଅମର ସିଂ ଚମକିଲା
ଅମର ସିଂ ଚମକିଲା
author img

By ETV Bharat Odisha Team

Published : Apr 14, 2024, 10:07 PM IST

ମୁମ୍ବାଇ: ଓଟିଟିରେ ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି ଚଳଚ୍ଚିତ୍ର 'ଅମର ସିଂ ଚମକିଲା' । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜା ନଜର ଆସିଛନ୍ତି । ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରୁଥିବା ବେଳେ ଫିଲ୍ମକୁ ଭଲ ରିଭ୍ୟୁ ମଧ୍ୟ ମିଳିଛି । ତେବେ ନିକଟରେ ପରିଣୀତିଙ୍କ ଭଉଣୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଫିଲ୍ମ ପାଇଁ ତାଙ୍କୁ ଏବଂ ତାଙ୍କ ଟିମ୍‌ର ବେଶ ପ୍ରଶଂସା କରିଛନ୍ତି ।

ଆଜି ଏପ୍ରିଲ 14ରେ, ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଇମତିୟାଜ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର 'ଅମର ସିଂ ଚମକିଲା'କୁ ପ୍ରଶଂସା କରି ପୋଷ୍ଟ କରିଛନ୍ତି । ଫିଲ୍ମର ପୋଷ୍ଟର ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, "ଇମତିୟାଜ ସାର, ଦିଲଜିତ, ତିଶା ଏବଂ ଟିମକୁ ଶୁଭକାମନା । ବହୁତ ଭଲ ଦିଶୁଛି ।" ସେପଟେ ପ୍ରିୟଙ୍କାଙ୍କ ପୋଷ୍ଟକୁ ରିପୋଷ୍ଟ କରି 'ଧନ୍ୟବାଦ ମିମି ଦିଦି' ଲେଖିଛନ୍ତି ପରିଣୀତି ।

ଏହି ଫିଲ୍ମରେ ପରିଣୀତି ପଞ୍ଜାବୀ ଗାୟକ ଅମର ସିଂ ଚମକିଲାଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିଛନ୍ତି । ସେପଟେ ଦିଲଜିତ ଏହି ଫିଲ୍ମରେ ଗାୟକ ଅମର ସିଂ ଭୂମିକା ଗ୍ରହଣ କରିଛନ୍ତି । ତେବେ ଏକ ଇଣ୍ଟରଭ୍ୟୁରେ ପରି ଏହି ଫିଲ୍ମ ବିଷୟରେ କହିଛନ୍ତି ଯେ, "ଏହି ଫିଲ୍ମରେ ଅମରଜୋତଙ୍କ ( ଚମକିଲାଙ୍କ ଗାୟକ ସାଥୀ ତଥା ପତ୍ନୀ) ଭୂମିକା ଗ୍ରହଣ କରିବା ଏକ ସୌଭାଗ୍ୟର ବିଷୟ, ଯାହା ପାଇଁ ମୁଁ ଇମତିୟାଜ ସାରଙ୍କୁ ଧନ୍ୟବାଦ ଦେଉଛି।"

ଏହା ମଧ୍ୟ ପଢ଼ନ୍ତୁ... 'ଅମର ସିଂ ଚମକିଲା' ରିଲିଜ, ଫିଲ୍ମ ସ୍କ୍ରିନିଂରେ ନଜର ଆସିଲେ ଏହି ତାରକା - Amar Singh Chamkila

ଏହି ଫିଲ୍ମ ସହ ପରିଣୀତି ଏବଂ ଦିଲଜିତ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିଛନ୍ତି । ପରିଣୀତି ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଫ୍ୟାନ୍ସ ଓ ଫଲୋର୍ସଙ୍କ ପାଇଁ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ଅମର ସିଂ ଚମକିଲାର ବିଟିଏସ ଫଟୋ ସେୟାର କରିଥିଲେ । ଏଥିସହ ସେ ତାଙ୍କ କୋଷ୍ଟାର ଦିଲଜିତ ଦୋସାଞ୍ଜ ଓ ଫିଲ୍ମ ନିର୍ଦ୍ଦେଶକ ଇମତିଆଜ ଅଲିଙ୍କ ପ୍ରଶଂସା କରିଥିଲେ ।

ଅମର ସିଂ ଚମକିଲା
ଅମର ସିଂ ଚମକିଲା

ଚମକିଲା' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ର ପଞ୍ଜାବର ରକଷ୍ଟାର ଅମର ସିଂ ଚମକିଲାଙ୍କ ଜୀବନୀ ଉପରେ ଆଧାରିତ । ଅମର ସିଂ 80 ଦଶକରେ ଦାରିଦ୍ର୍ୟର ଛାୟାରୁ ବାହାରି ନିଜ ସଙ୍ଗୀତରେ ଲୋକପ୍ରିୟତା ସହ ସଫଳତା ହାସଲ କରିଥିଲେ । ତେବେ ଏହି ସମୟରେ ତାଙ୍କୁ ମଧ୍ୟ ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିଥିଲା । ଯେଉଁ କାରଣରୁ ତାଙ୍କୁ 8 ମାର୍ଚ୍ଚ, 1998ରେ ମୋଟରସାଇକେଲରେ ଆସି କିଛି ଲୋକ ସେ ଦୁହିଁଙ୍କୁ AK47 ଦ୍ବାରା ଗୁଳି କରି ହତ୍ୟା କରିଥିଲେ । ମୃତ୍ୟୁ ବେଳେ ତାଙ୍କ ବୟସ 27 ବର୍ଷ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.