ETV Bharat / entertainment

ମିଥ୍ୟା ମୃତ୍ୟୁ ଖବର ପ୍ରଚାର କରି ଫସିବେ ପୁନମ ! ଉଠିଲାଣି କାର୍ଯ୍ୟାନୁଷ୍ଠାନ ଦାବି - ପୁନମ ପାଣ୍ଡେ

Poonam Pandey Fake 'Death': ପୁନମ ପାଣ୍ଡେ ମିଥ୍ୟା ମୃତ୍ୟୁ ଖବର ପ୍ରସଙ୍ଗରେ ଅଭିନେତ୍ରୀଙ୍କ ଉପରେ ବର୍ଷିଛନ୍ତି ସେଲିବ୍ରିଟି ଏବଂ ମହାରାଷ୍ଟ୍ରର ରାଜନେତା । ବର୍ତ୍ତମାନ ଏଭଳି ମିଥ୍ୟା ଖବର ପ୍ରସାରଣ ନେଇ ପୁନମଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି । ଅଧିକ ପଢନ୍ତୁ,

ପୁନମ ପାଣ୍ଡେ ମିଥ୍ୟା ମୃତ୍ୟୁ ଖବର; ବର୍ଷିଲେ ରାଜନେତା-ସେଲିବ୍ରିଟି, କାର୍ଯ୍ୟାନୁଷ୍ଠାନ ଦାବି

author img

By ETV Bharat Odisha Team

Published : Feb 4, 2024, 10:15 AM IST

Updated : Feb 4, 2024, 10:48 AM IST

ହାଇଦ୍ରାବାଦ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପାଇଁ ବଢିଲା ଅଡୁଆ । ଅଲ ଇଣ୍ଡିଆନ ସିନେ ୱାର୍କର୍ସ ଆସୋସିଏସନ, ସେଲିବ୍ରିଟି, ଡାକ୍ତର ଏବଂ ରାଜନେତାମାନେ ଗର୍ଭାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ପୁନମ ପାଣ୍ଡେ ନିଜ ମୃତ୍ୟୁର ମିଥ୍ୟା ଖବର ପ୍ରଚାର କରିଥିବା ନେଇ ସମସ୍ତେ ନିନ୍ଦା କରିବା ସହ ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଶନିବାର ମହାରାଷ୍ଟ୍ର ବିଧାୟକ ସତ୍ୟଜିତ୍ ତାମ୍ବେ କହିଛନ୍ତି, ପୁନମ ପାଣ୍ଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଏହା ଦ୍ବାରା ଯେଉଁମାନେ ନିଜକୁ ପ୍ରୋତ୍ସାହିତ କରିବା ପାଇଁ ଏପରି ପ୍ଲବିକ ଷ୍ଟଣ୍ଟ କରନ୍ତି ସେମାନଙ୍କ ପାଇଁ ସେ ଏକ ଉଦାହରଣ ହେବେ । ତାମ୍ବେ ଆହୁରି କହିଛନ୍ତି, "ଗର୍ଭାଶୟ କର୍କଟରୁ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ତଥା ମଡେଲଙ୍କ ମୃତ୍ୟୁ ଖବର ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବାର ମାଧ୍ୟମ ହୋଇପାରିବ ନାହିଁ । ଅଭିନେତ୍ରୀ ସଚେତନତା ସୃଷ୍ଟି କରିବା ପରିବର୍ତ୍ତେ କର୍କଟ ରୋଗୀଙ୍କ ସହ ଥଟ୍ଟା କରିଛନ୍ତି । ଏଣୁ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।''

ସେହିପରି ଅଲ ଇଣ୍ଡିଆନ ସିନେ ୱାର୍କର୍ସ ଆସୋସିଏସନ ମଧ୍ୟ ପୁନମ ପାଣ୍ଡେଙ୍କୁ ସମାଲୋଚନା କରିଛି ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛି । ଏକ୍ସରେ ଏକ ପୋଷ୍ଟ କରି ଆତ୍ମ-ପ୍ରୋତ୍ସାହନ ପାଇଁ ଗର୍ଭାଶୟ କ୍ୟାନସରର କଭର ବ୍ୟବହାର କରିବା ଗ୍ରହଣୀୟ ନୁହେଁ ବୋଲି AICWA କହିଛି । ଗର୍ଭାଶୟ କର୍କଟ କାରଣରୁ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତର ମିଥ୍ୟା ଖବର ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସମସ୍ତଙ୍କୁ ଚକିତ କରି ଦେଇଛି । ଏହି ମିଥ୍ୟା ଖବର ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ସମସ୍ତ ଭାରତୀୟଙ୍କ ଭାବନାକୁ ଆଘାତ ଦେଇଛି ।

ଅଲ ଇଣ୍ଡିଆନ ସିନେ ୱାର୍କର୍ସ ଆସୋସିଏସନଙ୍କ ପୋଷ୍ଟ

ଆସୋସିଏସନ ଆହୁରି କହିଛି, "ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଉଭୟ ପୁନମ ଏବଂ ତାଙ୍କ ମ୍ୟାନେଜରଙ୍କ ବିରୁଦ୍ଧରେ ମିଥ୍ୟା ଖବର ପ୍ରସାରଣ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଭଳି ମିଥ୍ୟା ଖବର ପ୍ରସାର କରିବାକୁ ଆମ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି କେବେ ମଧ୍ୟ ପ୍ରଶୟ ଦିଏ ନାହିଁ । ଯାହାର ସମସ୍ତଙ୍କ ପାଇଁ ଉଚ୍ଚ ଭାବନାତ୍ମକ ମୂଲ୍ୟ ରହିଛି । ସେହିପରି ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ନିର୍ଦ୍ଦେଶକ ସଂଘର ସଭାପତି ଅଶୋକ ପଣ୍ଡିତ ଏକ ଭିଡିଓ ଜାରି କରି ଘଟଣାକୁ ନିନ୍ଦା କରିଛନ୍ତି । ଏଥିସହ ମିଥ୍ୟା ଖବର ପ୍ରଚାର କରିବା ଏବଂ ଗର୍ଭାଶୟ କର୍କଟରେ ଆକ୍ରାନ୍ତ ଲୋକଙ୍କ ଭାବନାକୁ ଦୁର୍ବଳ କରିଥିବାରୁ ପୁନମ ପାଣ୍ଡେଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଏକତା କପୁର ଏବଂ ପୂଜା ଭଟ୍ଟ ସମେତ ଅନେକ ସେଲିବ୍ରିଟି ମଧ୍ୟ ଘଟଣା ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କାଲି ଦେହାନ୍ତ, ଆଜି ଜୀବିତ: ଇନଷ୍ଟାରେ ଲାଇଭ୍ ଆସିଲେ ପୁନମ ପାଣ୍ଡେ

ସୂଚନା ଥାଉ କି, ଗତ ଶୁକ୍ରବାର(ଫେବୃଆରୀ ୨)ରେ ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନ୍ସସେସନ ପୁନମ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ତାଙ୍କ ଇନଷ୍ଟାଗ୍ରାମରେ ପୁନମଙ୍କ ମ୍ୟାନେଜର ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀଙ୍କ ଗର୍ଭାଶୟ କର୍କଟ ରୋଗରେ ଦେହାନ୍ତ ହୋଇଥିବା ସୂଚନା ଦେଇଥିଲେ । ଏହି ଖବର କେହି ବିଶ୍ବାସ କରିପାରୁନଥିଲେ । ଏହା ପରେ ଶନିବାର(ଫେବୃଆରୀ ୩)ରେ ପୁନମ ନିଜେ ଲାଇଭ ଭିଡିଓ କରି ଜୀବିତ ଥିବା କହି ଗର୍ଭାଶୟ କର୍କଟ ରୋଗ ବିଷୟରେ ସଚେତନତା କରିବା ଉଦ୍ଦେଶ୍ୟରେ କରିଥିବା କହିଥିଲେ । ଯାହା ପରେ ଅଭିନେତ୍ରୀଙ୍କ ଏପରି ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ ନେଇ ସବୁ ମହଲରୁ ନିନ୍ଦା କରାଯାଉଛି ।

Last Updated : Feb 4, 2024, 10:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.