ETV Bharat / entertainment

ଫସିଲେ ପୁନମ ପାଣ୍ଡେ, 100 କୋଟିର ମାନହାନି ମାମଲା ରୁଜୁ

author img

By ETV Bharat Odisha Team

Published : Feb 14, 2024, 5:01 PM IST

Poonam Pandey Defamation Case: ମିଥ୍ୟା ମୃତ୍ୟୁ ଖବର ପ୍ରସାର କରିବା ପୁନମ ପାଣ୍ଡେଙ୍କୁ ପଡିଲା ମହଙ୍ଗା । ରିପୋର୍ଟ ଅନୁସାରେ, ଅଭିନେତ୍ରୀ ଏବଂ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କ ନାଁରେ ୧୦୦କୋଟିର ମାନହାନି ମକଦ୍ଦମା ରୁଜୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ପୁନମ ପାଣ୍ଡେଙ୍କ ନାଁରେ ୧୦୦କୋଟିର ମାନହାନି ମକଦ୍ଦମା ରୁଜୁ

ହାଇଦ୍ରାବାଦ: ପୁନମ ପାଣ୍ଡେଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । ମିଥ୍ୟା ମୃତ୍ୟୁ ଖବର ପ୍ରସାର କରିବା ନେଇ ବର୍ତ୍ତମାନ ମହଙ୍ଗା ପଡିଛି । ଅଭିନେତ୍ରୀଙ୍କ ନାଁରେ ନିକଟରେ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ପୁଣି ତାଙ୍କ ନାଁରେ ମାନହାନି ମକଦ୍ଦମା ରୁଜୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପୁନମ ପାଣ୍ଡେ ଏବଂ ତାଙ୍କ ସ୍ୱାମୀ ସାମ ବମ୍ୱେଙ୍କ ନାଁରେ ୧୦୦କୋଟିର ମାନହାନି ମକଦ୍ଦମା ରୁଜୁ କରାଯାଇଥିବା ଜଣାପଡିଛି ।

ରିପୋର୍ଟ ଅନୁଯାୟୀ, ମୁମ୍ୱାଇର ଫୈଜାନ ଅନସାରୀ ନାମକ ଜଣେ ବ୍ୟକ୍ତି ପୁନମ ପାଣ୍ଡେ ଏବଂ ତାଙ୍କ ସ୍ୱାମୀ ସାମ ବମ୍ୱେଙ୍କ ନାଁରେ ୧୦୦ କୋଟିର ମାନହାନି ମକଦ୍ଦମା ରୁଜୁ କରିଥିବା ଜଣାପଡିଛି । ପୁନମ ପାଣ୍ଡେ କର୍କଟ ଭଳି ବିପଜ୍ଜନକ ରୋଗ ନେଇ ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ କରି ଲକ୍ଷ ଲକ୍ଷ ଲୋକଙ୍କ ଭାବନା ଏବଂ ବିଶ୍ୱାସକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି ଫୈଜାନ । କାନପୁର ପୋଲିସ କମିଶନରଙ୍କ ନିକଟରେ ଫୈଜାନ ଏହି ମାମଲା ରୁଜୁ କରିଛନ୍ତି । ଏଥିସହ ସେ ପୁନମ ଏବଂ ସାମଙ୍କୁ ଗିରଫ କରିବା ପାଇଁ ସେ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିବା ଜଣାପଡିଛି ।

ସୂଚନା ଥାଉ କି, ଫେବୃଆରୀ ୨ରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ତାଙ୍କ ଇନଷ୍ଟାଗ୍ରାମରେ ପୁନମଙ୍କ ମ୍ୟାନେଜର ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀଙ୍କ ଗର୍ଭାଶୟ କର୍କଟ ରୋଗରେ ଦେହାନ୍ତ ହୋଇଥିବା ସୂଚନା ଦେଇଥିଲେ । ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହା ପରେ ଫେବୃଆରୀ ୩ରେ ପୁନମ ନିଜେ ଲାଇଭ ଭିଡିଓ କରି ଜୀବିତ ଥିବା କହି ଗର୍ଭାଶୟ କର୍କଟ ରୋଗ ବିଷୟରେ ସଚେତନତା କରିବା ଉଦ୍ଦେଶ୍ୟରେ କରିଥିବା କହିଥିଲେ ।

ଏହା ମଧ୍ୟ ପଢନ୍ତୁ: 'ମୁଁ ଖୁସି ଯେ ସେ ଏଭଳି କଲେ...' ପୁନମଙ୍କ ସମର୍ଥନରେ ସ୍ୱାମୀ ସାମ୍

ଅଭିନେତ୍ରୀଙ୍କ ଏପରି ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ ନେଇ ସବୁ ମହଲରୁ ନିନ୍ଦା କରାଯାଇଥିଲା । ଏପରିକି ଅଭିନେତ୍ରୀଙ୍କ ଏହି ଉଦ୍ୟମକୁ 'ପବ୍ଲିସିଟି ଷ୍ଟଣ୍ଟ' କହି ମଧ୍ୟ ଟ୍ରୋଲ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା । ଏହା ପରେ ପୁନମ ପାଣ୍ଡେଙ୍କ ନାଁରେ ଓକିଲ ଅଲି କାଶିଫ ଖାନ ଦେଶମୁଖ ମାମଲା ମଧ୍ୟ ରୁଜୁ କରିଥିଲେ । ସେପଟେ ଘଟଣା ପରେ ପୁନମଙ୍କ ସ୍ୱାମୀ ସାମ ବମ୍ବେ କିନ୍ତୁ ତାଙ୍କୁ ସମର୍ଥନ କରିଥିଲେ । ଏହି ସମୟରେ ସାମ ଉଭୟଙ୍କ ଛାଡପତ୍ର ନେଇ ମଧ୍ୟ ଖୁଲାସା କରି କହିଥିଲେ ଯେ, ଉଭୟଙ୍କ ଏ ପର୍ଯ୍ୟନ୍ତ ଛାଡପତ୍ର ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ: ସର୍ଭାଇକଲ କ୍ୟାନ୍ସର ସଚେତନତାର ଆମ୍ୱାସଡର ହେବେନି ପୁନମ, ସ୍ପଷ୍ଟ କଲା କେନ୍ଦ୍ର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.