ETV Bharat / entertainment

ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଫୋନରେ କଥା ହେଲେ ମୋଦି, ହସ୍ପିଟାଲରେ ଭେଟିଲେ ଦଳୀୟ ନେତା

author img

By ETV Bharat Odisha Team

Published : Feb 12, 2024, 9:54 AM IST

Mithun Chakraborty Hospitalised: ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ବର୍ତ୍ତମାନ ସୁଧାର ଆସିଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଥୁନଙ୍କ ସହ ଫୋନରେ କଥାବାର୍ତ୍ତା କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ସେପଟେ ହସ୍ପିଟାଲରେ ଅଭିନେତାଙ୍କୁ ସେଲିବ୍ରିଟିଙ୍କ ସମେତ ରାଜନେତା ଭେଟିଛନ୍ତି । ଅଧିକ ପଢନ୍ତୁ

ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ, ହସ୍ପିଟାଲରେ ଭେଟିଲେ ବିଜେପି ନେତା

ହାଇଦ୍ରାବାଦ: ଲୋକପ୍ରିୟ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ସୁସ୍ଥ ଅଛନ୍ତି । ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ରବିବାର ତାଙ୍କର ଅନେକ ପରୀକ୍ଷା କରାଯାଇଛି । ଯଦି ରିପୋର୍ଟଗୁଡିକ ବିଶ୍ବାସ କରାଯାଏ, ମିଥୁନଙ୍କୁ ହସ୍ପିଟାଲରୁ ଖୁବଶୀଘ୍ର ଡିସଚାର୍ଜ କରାଯିବ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଥୁନଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସେପଟେ ହସ୍ପିଟାଲରେ ସେଲିବିଟ୍ରିଙ୍କ ସମେତ ପଶ୍ଚିମବଙ୍ଗର ବିଜେପି ନେତା ଅଭିନେତାଙ୍କୁ ଭେଟିଛନ୍ତି ।

ସେପଟେ ପଶ୍ଚିମବଙ୍ଗର ବିଜେପି ସଭାପତି ସୁକାନ୍ତ ମଜୁମଦାର ମଧ୍ୟ ଡାକ୍ତରଖାନାରେ ମିଥୁନଙ୍କୁ ଭେଟିଛନ୍ତି । ଏହାପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସୁକାନ୍ତ ମଜୁମଦାର କହିଛନ୍ତି, "ସେ ଜଣେ ଯୋଦ୍ଧା । ସେ ତୁରନ୍ତ ସୁସ୍ଥ ହୋଇ ସୁଟିଂ ଆରମ୍ଭ କରିବାକୁ ଚାହୁଁଛନ୍ତି । କିନ୍ତୁ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ସେ ହେଉଛନ୍ତି ମିଥୁନ-ଦା' ଯାହାଙ୍କୁ ଆମେ ଜାଣୁ । କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ସେ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ କାମକୁ ଫେରିବେ ।"

ସୂଚନା ଥାଉ କି, ଛାତିରେ ଯନ୍ତ୍ରଣା ହେବା ପରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଫେବୃଆରୀ ୧୦ ଶନିବାର ସକାଳ ୯.୪୦ ମିନିଟ ସମୟରେ କୋଲକାତାର ଆପୋଲୋ ହସ୍ପିଟାଲର ଜରୁରୀକାଳୀନ ୟୁନିଟରେ ଭର୍ତ୍ତି କରାଯାଇଥିଲା । ଏହାପରେ ସନ୍ଧ୍ୟାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇଥିଲେ ଏବଂ କହିଥିଲେ ଯେ ସେ ଏକ ଇସକେମିକ୍ ସେରେବ୍ରୋଭାସ୍କୁଲାର ନାମକ (Ischemic Cerebrovascular Stroke) ବ୍ରେନ ଷ୍ଟ୍ରୋକ ପୀଡିତ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଏଥିସହ ମିଥୁନ ଚକ୍ରବର୍ତ୍ତୀଙ୍କୁ ଏକ ଡାକ୍ତରୀ ଟିମ ତଦାରଖ କରୁଥିବା ସୂଚନା ମିଳିଛି । ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥା ଖବର ଶୁଣି ସେଲିବ୍ରିଟି ତଥା ଫ୍ୟାନ୍ସ ଚିନ୍ତିତ ରହିଛନ୍ତି । ସମସ୍ତେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଇସିୟୁରୁ ବାହାରିଲେ ମିଥୁନ ଚକ୍ରବର୍ତ୍ତୀ, କାଲି ହୋଇଥିଲା ବ୍ରେନ ଷ୍ଟ୍ରୋକ

କହିରଖୁଛୁ କି, ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାର ପଦ୍ମ ପୁରସ୍କାର ସମ୍ମାନିତ ବ୍ୟକ୍ତିଙ୍କ ନାଁ ଘୋଷଣା କରିଥିଲେ । ଏଥିରେ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ୨୦୨୪ ସମ୍ମାନରେ ସମ୍ମାନିତ କରାଯିବା ନେଇ ସୂଚନା ଦିଆଯାଇଥିଲା । ଏହି ତାଲିକାରେ ମିଥୁନ ଚକ୍ରବର୍ତ୍ତୀଙ୍କ ନାଁ ରହିଛି । ସିନେମା ଏବଂ କଳା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ମିଥୁନଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.