ETV Bharat / entertainment

ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଏବଂ ହକି ଟିମର ବାଜିମାତ୍; ଭାରତୀୟ ଚାମ୍ପିଆନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି - Celebs Congrats Neeraj Hocky Team

author img

By ETV Bharat Sports Team

Published : Aug 9, 2024, 1:35 PM IST

Celebs Congrats To Neeraj And Hocky Team: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିଛି । ଗତକାଲିର ଖେଳରେ ପୂର୍ବତନ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ ଭାରତୀୟ ହକି ଟିମ ବ୍ରୋଞ୍ଜ ପଦକ ଜିତିଛି । ଏହି ଅବସରରେ ବଲିଉଡର ତମାମ ସେଲିବ୍ରିଟି ଭାରତୀୟ ଚାମ୍ପିଆନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଏବଂ ହକି ଟିମର ବାଜିମାତ୍; ଭାରତୀୟ ଚାମ୍ପିଆନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଏବଂ ହକି ଟିମର ବାଜିମାତ୍; ଭାରତୀୟ ଚାମ୍ପିଆନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି (IANS/ETV Bharat Odisha)

ହାଇଦ୍ରାବାଦ: ଏଥର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ଜଲୱା ଦେଖିବାକୁ ମିଳିଛି । ଭାରତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିଛି । ଗତକାଲିର ଖେଳରେ ପୂର୍ବତନ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ ଭାରତୀୟ ହକି ଟିମ ବ୍ରୋଞ୍ଜ ପଦକ ଜିତିଛି । ପୁରୁଷ ଜାଭେନିଲରେ ନୀରଜ ଚୋପ୍ରା ରୌପ୍ୟ ପଦକ ହାସଲ କରିଛନ୍ତି ।ସେହିପରି ସ୍ପେନକୁ ହରାଇ ବ୍ରୋଞ୍ଜ ମେଡାଲ ଜିତିଛି ଭାରତ । ସମଗ୍ର ଦେଶ ନୀରଜ ଚୋପ୍ରାଙ୍କୁ ହକି ଟିମ ଏବଂ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ ବଲିଉଡ ସେଲିବ୍ରିଟି ମାନେ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ସେଲିବ୍ରିଟିଙ୍କ ଶୁଭେଚ୍ଛା
ସେଲିବ୍ରିଟିଙ୍କ ଶୁଭେଚ୍ଛା (Instagram)

ବଲିଉଡ ସେଲିବ୍ରିଟିଙ୍କ ଶୁଭେଚ୍ଛା

ରୌପ୍ୟ ଜିତିବା ପାଇଁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇ ଅଭିନେତା ଆର ମାଧବନ୍ ଲେଖିଛନ୍ତି, ''କି ଚମତ୍କାର ମ୍ୟାଚ୍, ଅଲିମ୍ପିକ୍ ରେକର୍ଡ ପାଇଁ ଅର୍ଶଦ ନାଦିମଙ୍କୁ ଅଭିନନ୍ଦନ, ନୀରଜ ଚୋପ୍ରା, ଆପଣ ରୌପ୍ୟ ଜିତିଛନ୍ତି, ଆପଣଙ୍କୁ ଅଧିକ ଅଭିନନ୍ଦନ ।'' ସେହିପରି ଅଭିନେତା ବିକି କୌଶଲ ତାଙ୍କ ଇନଷ୍ଟା ଷ୍ଟୋରୀରେ ନୀରଜଙ୍କ ଛବି ସେୟାର କରିଛନ୍ତି ଏବଂ ଲେଖିଛନ୍ତି, ''ଏହି ସିଜର ସର୍ବୋତ୍ତମ ପ୍ରଦର୍ଶନ, ଆପଣ ଆମକୁ ସର୍ବଦା ଗର୍ବିତ କରିଆସୁଛନ୍ତି । ଅଭିନନ୍ଦନ ।''

ସେଲିବ୍ରିଟିଙ୍କ ଶୁଭେଚ୍ଛା
ସେଲିବ୍ରିଟିଙ୍କ ଶୁଭେଚ୍ଛା (Instagram)

ସନ୍ନି ଦେଓଲ ଏକ୍ସରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, ''ଭାରତୀୟ ହକି ଦଳ ତଥା ନୀରଜ ଚୋପ୍ରାଙ୍କ ପାଇଁ ଆମେ ଗର୍ବିତ । ଆପଣଙ୍କୁ କହିବାକୁ ଗଲେ ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ରୌପ୍ୟ ପଦକ ଜିତିଛନ୍ତି ଏବଂ ଟିମ୍ ଇଣ୍ଡିଆ ହକି ବ୍ରୋଞ୍ଜ ପଦକ ଜିତିଛନ୍ତି ।'' ସେହିପରି କରୀନା କପୁର ଖାନ, ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ଶେଟ୍ଟୀ, ଦୀପିକା ପାଦୁକୋନ, ରଣଭୀର ସିଂ ଏବଂ ବିକି କୌଶଲଙ୍କ ସମେତ ଅନେକ ତାରକା ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଏବଂ ରୌପ୍ୟ ପଦକ ଜିତିବା ନେଇ ଉଭୟ ଭାରତୀୟ ହକି ଟିମ ଏବଂ ନୀରଜଙ୍କୁ ଶୁଭକାମନା ଜଣାଇଛନ୍ତି ।

ସେଲିବ୍ରିଟିଙ୍କ ଶୁଭେଚ୍ଛା
ସେଲିବ୍ରିଟିଙ୍କ ଶୁଭେଚ୍ଛା (Instagram)

ଏହା ମଧ୍ୟ ପଢନ୍ତୁ: ଅଲିମ୍ପିକ୍ସରେ ରୌପ୍ୟ ଆଣିଲେ ନୀରଜ, ଜାଭେଲିନରେ ସ୍ବର୍ଣ୍ଣ ନେଇଗଲା ପାକିସ୍ତାନ

ନୀରଜଙ୍କ ମଉଳିଲା ସ୍ୱର୍ଣ୍ଣ ଆଶା: ପୁରୁଷ ଜାଭେନିଲରେ ଭାରତକୁ ପଛରେ ପକାଇ ସ୍ବର୍ଣ୍ଣ ନେଇଯାଇଛି ପାକିସ୍ତାନ । ପାକିସ୍ତାନର ଅର୍ଶଦ ନଦୀମ 92.97 ମିଟର ଜାଭେଲିନ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ । ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ପ୍ରଥମ ରାଉଣ୍ଡରେ ସେ ଏହି ଥ୍ରୋ କରିଥିବା ବେଳେ ନୀରଜ ଏହାକୁ ଅତିକ୍ରମ କରିବାରେ ସଫଳ ହୋଇନପାରି ଦ୍ବିତୀୟ ସ୍ଥାନରେ ରହିଥିଲେ । ଫଳରେ ସେ ରୌପ୍ୟ ପଦକ ହାସଲ କଲେ ।

ଏହା ମଧ୍ୟ ପଢନ୍ତୁ: Paris Olympics 2024; 52ବର୍ଷ ପରେ ଇତିହାସ ଦୋହରାଇଲା ଭାରତୀୟ ହକି ଟିମ୍, ସ୍ପେନକୁ 2-1ରେ ହରାଇ ଜିତିଲା ବ୍ରୋଞ୍ଜ ମେଡାଲ

ବ୍ରୋଞ୍ଜ ହାତେଇଲା ଭାରତ: ସେମିଫାଇନାଲରେ ଜର୍ମାନୀଠାରୁ 3-2 ରେ ହାରିବା ପରେ ଭାରତୀୟ ହକି ଟିମ କାଂସ୍ୟ ପଦକ ମ୍ୟାଚରେ ସ୍ପେନକୁ 2-1 ଗୋଲରେ ହରାଇଛି । ଭାରତୀୟ ଟିମ୍ ପକ୍ଷରୁ ଦୁଇଟି ଯାକ ଗୋଲ ଦେଇଥିଲେ ଅଧିନାୟକ ହରମନପ୍ରୀତ ସିଂ । ସେ ମ୍ୟାଚର 30 ମିନିଟ ଏବଂ 33 ମିନିଟରେ ଦୁଇଟି ଗୋଲ ଦେଇଥିଲେ । ଦୁଇଟି ଯାକ ଗୋଲ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା । ଏହି ପଦକ ସହିତ ଭାରତ ଚଳିତ ଅଲିମ୍ପିକ୍ସରେ 4ର୍ଥ କାଂସ୍ୟ ପଦକ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.