ETV Bharat / entertainment

'ଅମର ସିଂ ଚମକିଲା'ର ସଫଳତା ପରେ ସିଦ୍ଧି ବିନାୟକଙ୍କ ଦର୍ଶନ କଲେ ପରିଣୀତି - Parineeti Chopra - PARINEETI CHOPRA

Parineeti Chopra: ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ଫିଲ୍ମ 'ଅମର ସିଂ ଚମକିଲା' ର ସଫଳତା ପାଇଂ ସିଦ୍ଧି ବିନାୟକଙ୍କ ଦର୍ଶନ କରିଛନ୍ତି । ସେଠାରେ ବାପାଙ୍କୁ ଧନ୍ୟବାଦ ଦେବା ସହ ପାପାରାଜିଙ୍କୁ ପ୍ରସାଦ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

Parineeti Chopra
Parineeti Chopra
author img

By ETV Bharat Odisha Team

Published : Apr 18, 2024, 10:23 AM IST

ହାଇଦ୍ରାବାଦ: ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଜ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ 'ଅମର ସିଂ ଚମକିଲା' । ଏହି ଫିଲ୍ମ ନେଟଫ୍ଲିକ୍ସରେ ଏପ୍ରିଲ ୧୨ରେ ରିଲିଜ ହୋଇଥିବା ବେଳେ ଅନେକ ପ୍ରଶଂସା ସାଉଁଟୁଛି । ଏହାରି ମଧ୍ୟରେ ଫିଲ୍ମର ସଫଳତା ନେଇ ସିଦ୍ଧି ବିନାୟକଙ୍କ ଦର୍ଶନ କରିଛନ୍ତି ଅଭିନେତ୍ରୀ । ସେ ଫିଲ୍ମର ସଫଳତା ପାଇଁ ସିଦ୍ଧି ବିନାୟକଙ୍କୁ ଧନ୍ୟବାଦ ଦେବା ସହ ପ୍ରସାଦ ମଧ୍ୟ ବାଣ୍ଟିଥିଲେ । ଇମତିୟାଜ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଅମର ସିଂ ଚମକିଲା'ରେ ଦିଲଜିତ ଦୋସାଞ୍ଜ ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମଟି ପଞ୍ଜାବର ରକଷ୍ଟାର ଅମର ସିଂହଙ୍କ କାହାଣୀ ଉପରେ ଆଧାରିତ । ଏହି ଫିଲ୍ମରେ ପରିଣୀତି ଅମର ସିଂହ ତମକିଲାଙ୍କ ପତ୍ନୀ ଅମରଜୋତ କୌରଙ୍କ ଭୂମିକାରେ ନଜର ଆସିଛନ୍ତି ।

'ଅମର ସିଂ ଚାମକିଲା'କୁ ଦର୍ଶକ ବହୁତ ପସନ୍ଦ କରୁଥିବା ବେଳେ ଦିଲଜିତ ଏବଂ ପରିଣୀତିଙ୍କୁ ମଧ୍ୟ ସେମାନଙ୍କ ଭୂମିକା ପାଇଁ ବହୁତ ପ୍ରଶଂସା କରୁଛନ୍ତି ଦର୍ଶକ। ସେଥିପାଇଁ ଧନ୍ୟବାଦ ଜଣାଇବାକୁ ଅଭିନେତ୍ରୀ ସିଦ୍ଧି ବିନାୟକଙ୍କ ଦର୍ଶନ କରିଛନ୍ତି । ଯେଉଁଠାରେ ତାଙ୍କୁ ଏକ ଧଳା ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିବା ବେଳେ ମୋଦକ ହାତରେ ଧରିଥିଲେ । ଏଥିସହ ସେ ସେଠାରେ ଉପସ୍ଥିତ ଥିବା ପାପାରାଜିମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରିଥିଲେ | ନିକଟରେ ପରିଣୀତି ଏହି ଚଳଚ୍ଚିତ୍ରରେ ତାଙ୍କ ଭୂମିକା ବିଷୟରେ ପ୍ରକାଶ କରିଛନ୍ତି ଯେ, ତାଙ୍କ ସହ-ତାରକା ତାଙ୍କୁ ଏହି ଭୂମିକାରେ ଅଭିନୟ କରିବାକୁ ମନା କରି ଦେଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ କୁହାଯାଇଥିଲା ଯେ ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟର ଶେଷ କରିଦେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପାଇଁ ଇମତିୟାଜ ଅଲ୍ଲୀଙ୍କ ଫିଲ୍ମରେ କାମ କରିବା ସ୍ବପ୍ନ ସତ ହେଲା ଭଳି ଲାଗୁଛି ।

ଏହା ମଧ୍ୟ ପଢନ୍ତୁ-ପରିଣୀତିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପ୍ରିୟଙ୍କା, ପୋଷ୍ଟ କରି କହିଲେ ଏମିତି

ଅଭିନେତ୍ରୀଙ୍କୁ ଫିଲ୍ମ 'ଅମର ସିଂ ଚାମକିଲା' ପାଇଁ ୧୫ କେଜି ଓଜନ ବଢାଇଥିଲେ । ଅମରଜୋତ କୌରଙ୍କ ଭଳି ଦେଖାଯିବା ପାଇଁ ସେ ତାଙ୍କର ଓଜନ ବଢାଇଥିଲେ । ଏନେଇ ତାଙ୍କୁ ଅନେକ କଠିନତାର ସାମ୍ନା କରିବାକୁ ପଡିଥିଲା । ଏକ ସାକ୍ଷାତାକାରରେ ଅଭିନେତ୍ରୀ କହିଛନ୍ତି ଯେ,' ଇମତିୟାଜ ସାର ମତେ ୧୫ କେଜି ଓଜନ ବଢାଇବାକୁ କହିଥିଲେ । ଏଥିସହ ମେକଅପ ନ ନେବାକୁ କହିଥିଲେ । ମତେ ସବୁଠୁ ଖରାପ ଦେଖାଯିବାର ଥିଲା । ଆଉ ମୁଁ ଏହା କରିବି ବୋଲି କହିଥିଲି ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.