ETV Bharat / entertainment

ମୁମ୍ୱାଇରେ ପଙ୍କଜ ଉଧାସଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେଲା ଶେଷକୃତ୍ୟ - ପଙ୍କଜ ଉଧାସଙ୍କ ଦେହାନ୍ତ

Pankaj Udhas Last Rituals: ଇହ ରାଇଜରୁ ଉଭେଇଗଲେ ଭେଟେରାନ ଗାୟକ ପଙ୍କଜ ଉଧାସ । ଗତ ମଙ୍ଗଳବାର ମୁମ୍ୱାଇରେ ଗାୟକଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ମୁମ୍ୱାଇରେ ପଙ୍କଜ ଉଧାସଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେଲା ଶେଷକୃତ୍ୟ

author img

By ETV Bharat Odisha Team

Published : Feb 28, 2024, 9:54 AM IST

ହାଇଦ୍ରାବାଦ: ପଞ୍ଚଭୂତରେ ବିଲୀନ ହେଲେ ଭେଟେରାନ ଗଜଲ ଗାୟକ ପଙ୍କଜ ଉଧାସ । ଗତ ମଙ୍ଗଳବାର(ଫେବୃଆରୀ ୨୭)ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଙ୍କଜ ଉଧାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁମ୍ୱାଇ ୱର୍ଲି ସ୍ଥିତ ହିନ୍ଦୁ ଶ୍ମଶାନରେ ପରିବାର, ଆତ୍ମୀୟ ଏବଂ ସେଲିବ୍ରିଟିଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ଶେଷ ହୋଇଛି । ଶୋକାକୂଳ ପରିବେଶରେ ବିଦାୟ ନେଲେ ଭେଟାରାନ ଗାୟକ ।

ସୋମବାର (ଫେବୃଆରୀ ୨୬)ରେ ପଙ୍କଜ ଉଧାସଙ୍କ ଦେହାନ୍ତ ହୋଇଥିଲା । ସେ ଦୀର୍ଘ ଦିନ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ତାଙ୍କ ଦେହାନ୍ତ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା । ଏହା ପରେ ମଙ୍ଗଳବାର(ଫେବୃଆରୀ ୨୭)ରେ ହସ୍ପିଟାଲରୁ ପଙ୍କଜ ଉଧାସଙ୍କ ପାର୍ଥିବ ଶରୀର ମୁମ୍ବାଇ ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ସ୍ୱତନ୍ତ୍ର ଶୋଭାଯାତ୍ରାରେ ହିନ୍ଦୁ ଶ୍ମଶାନକୁ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଙ୍କଜ ଉଧାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ସମୟରେ ପରିବାର, ସମ୍ପର୍କୀୟ, ବନ୍ଧୁଗଣ ସମେତ ବି-ଟାଉନର ତମାମ ସେଲିବ୍ରିଟି ଶେଷ ବିଦାୟ ଦେଇଥିଲେ ।

ସୋନୁ ନିଗମ, ବିଦ୍ୟା ବାଲାନ, ଜାକିର ହୁସେନ୍, ଶଙ୍କର ମହାଦେବନ୍ ଏବଂ ସୁନୀଲ ଗାଭାସ୍କରଙ୍କ ପରି ସେଲିବ୍ରିଟିମାନେ ସଂଗୀତ ମାଷ୍ଟ୍ରୋକୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶଙ୍କର ମହାଦେବନ ଶୋକପ୍ରକାଶ କରିବା ସହ ଗଣମାଧ୍ୟମକୁ କହିଛନ୍ତି, "ପଙ୍କଜ ଉଧାସ ଜନତାଙ୍କ ପାଇଁ ଗଜଲ ଗୀତ ଆଣିଥିଲେ । ସେ ଆମକୁ ସବୁବେଳେ ଉତ୍ସାହିତ କରୁଥିଲେ ଏବଂ ଆଶୀର୍ବାଦ ମଧ୍ୟ ଦେଇଥିଲେ । ସବୁବେଳେ ସବୁକିଛି ପ୍ରତି ତାଙ୍କର ସକାରାତ୍ମକ ମନୋଭାବ ରହିଥିଲା । ପଙ୍କଜ ଜୀ ସବୁବେଳେ ଆମ ସହ ରହିଛନ୍ତି । ଆମେ ସମସ୍ତେ ତାଙ୍କୁ ବହୁତ ମନେ ପକାଇବୁ।"

ସେହିପରି ଜାକିର ହୁସେନ୍ କହିଛନ୍ତି, "ପଙ୍କଜ ଜୀ କେବଳ ଆମ ଦେଶର ହୀରା ନୁହେଁ ବରଂ ଜଣେ ପ୍ରସିଦ୍ଧ କଳାକାର ଏବଂ ସେ ସେ ଜଣେ ମହାନ ମଣିଷ ଥିଲେ।" ସେ ଆମ ସମସ୍ତଙ୍କୁ ଦେଇଥିବା ପ୍ରେମ, ଏବଂ ତାଙ୍କ ସଙ୍ଗୀତ ମାଧ୍ୟମରେ ସେ ସମଗ୍ର ଦେଶକୁ ଦେଇଥିବା ସୁଖ ଅତୁଳନୀୟ । ସେପଟେ ପଙ୍କଜଙ୍କ ଦେହାନ୍ତରେ ପୁରା ପରିବାର ମଧ୍ୟ ଦୁଃଖରେ ଭାଙ୍ଗିପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଉ ଶୁଭିବନି 'ଚିଠି ଆଇ ହେ'; ଭେଟେରାନ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ସୂଚନା ଯୋଗ୍ୟ ଯେ, ପଙ୍କଜ ଉଧାସ ମେ ୧୭, ୧୯୫୧ରେ ଗୁଜୁରାଟର ଜେଟତପୁରରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରେ ସେ 'ଆହଟ' ନାମକ ଏକ ଗଜଲ ଆଲବମ୍ ରିଲିଜ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଖୁବ୍ ଶୀଘ୍ର ସେ ଭାରତରେ ଗଜଲ ସଙ୍ଗୀତ ସହ ବେଶ ଲୋକପ୍ରିୟତା ହାସଲ କରିଥିଲେ । ବଲିଉଡରେ ଗଜଲ ଗାୟକ ସଂଜୟ ଦତ୍ତଙ୍କ ଫିଲ୍ମ 'ନାମ' ପାଇଁ ଲୋକପ୍ରିୟ ଟ୍ରାକ 'ଚିଠି ଆଇ ହେ' ଗାଇଥିଲେ । ଏହି ଗୀତଟି ଶ୍ରୋତାଙ୍କ ବେଶ ମନକୁ ଛୁଇଁଥିଲା । ଆଜି ବି ଏହି ଗୀତକୁ ଲୋକେ ଶୁଣିବାକୁ ବେଶ ଭଲପାଆନ୍ତି । ପଙ୍କଜ ଉଧାସଙ୍କୁ ମଧ୍ୟ ସଙ୍ଗୀତ କ୍ଷେତ୍ରରେ ନିଜର ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆଜି ମୁମ୍ୱାଇରେ ପଙ୍କଜ ଉଧାସଙ୍କ ଶେଷକୃତ୍ୟ, ପ୍ରଧାନମନ୍ତ୍ରୀ ସମେତ ସେଲିବ୍ରିଟିଙ୍କ ଶୋକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.